ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଗାଲିଫ୍ଟ ଚାଷି ଙ୍କ ଆମରଣ ଅନଶନ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଓହରିଲେ ଆନ୍ଦୋଳନକାରୀ। ପଞ୍ଜିକରଣ ଆରମ୍ଭ ନ ହେବା ଯାଏଁ ଧାରଣା ଜାରି ରହିବ….

ମେଗାଲିଫ୍ଟ ଚାଷି ଙ୍କ ଆମରଣ ଅନଶନ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଓହରିଲେ ଆନ୍ଦୋଳନକାରୀ।

ପଞ୍ଜିକରଣ ଆରମ୍ଭ ନ ହେବା ଯାଏଁ ଧାରଣା ଜାରି ରହିବ….

 କୋକସରା ଠାରେ ରେ ତିନିଟି ବ୍ଲକ ମେଗାଲିଫ୍ଟ ଅଞ୍ଚଳ ର ଚାଷୀ କୁଳଙ୍କ ଅହୋରାତ୍ର ଆନ୍ଦୋଳନ କୁ ୧୪ ଦିନ ପୁରିଥିବା ବେଳେ ୪୮ ଘଣ୍ଟା ପାଇଁ ଆମରଣ ଅନଶନ ଦ୍ଵିତୀୟ ଦିନରେ ପହଞ୍ଚିଛି। ଏଭଳି ସ୍ଥିତି ଚାଷି ତାର କଷ୍ଟ ଉପାର୍ଜିତ ଶସ୍ୟ ର ଦାମ ପାଇଁ ସରକାର ଙ୍କୁ ହକ ମାଗୁଛି ହେଲେ ଚାଷି ଙ୍କ ଆକୁଳ ନିବେଦନ କୁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ।

ତେବେ ଆଜି ସନ୍ଧ୍ୟାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କୋକସରା ଠାରେ ଜାରି ରହିଥିବା ଆନ୍ଦୋଳନ ସ୍ଥଳ ରେ ପହଞ୍ଚି ଆମରଣ ଅନଶନ ରେ ବସିଥିବା ୯ ଜଣ ଚାଷୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।ଆନ୍ଦୋଳନ ରେ ଥିବା ମେଗାଲିଫ୍ଟ କୃଷକ ସଙ୍ଘ ର ସଭାପତି ପୁରୁଷୋତ୍ତମ ଗୁପ୍ତା, ଆବାହକ ରାଜୀବ କୁମାର ଅଗ୍ରୱାଲ, ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଦିଗାମ୍ବର ଦୁରିଆ ଙ୍କ ସହ ଦିର୍ଘ ସମୟ ଧରି ଆଲୋଚନା କରିବା ସହ ରାଜ୍ୟ ସରକାର ଙ୍କ ନିର୍ଦ୍ଦେଶ ଅନୁସାରେ ମେଗାଲିଫ୍ଟ ଅଞ୍ଚଳ ର ୪ ବ୍ଲକ ଚାଷି ଙ୍କ ରବିଧାନ ସଂଗ୍ରହ କରାଯିବ ଓ ସେଥିପାଇଁ ୪ ଦିନ ସମୟ ମାଗିଥିଲେ। ଚାଷି ଙ୍କ ଧାନ ନିଶ୍ଚୟ ସରକାର କିଣିବେ ଓ ଧାନ କ୍ରୟ ପ୍ରକ୍ରିୟା ଓ ଡାଟାବେସ ପ୍ରସ୍ତୁତ ପାଇଁ ୪ ଦିନ ର ଅବଧି ସେ ଚାଷି ଙ୍କୁ ମାଗିବା ସହ ଚାଷି ସଙ୍ଗଠନ ର ସହମତି ମାଗିଥିଲେ। ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି କୁ ସମ୍ମାନ ଜଣାଇ ଚାଷୀମାନେ ଏହି ପ୍ରସ୍ତାବ ରେ ରାଜି ହୋଇଥିଲେ। ପରେ ଆମରଣ ଅନଶନ ରେ ବସିଥିବା ୯ ଚାଷି ଙ୍କୁ ଜୁସ,ଫଳମୂଳ ଓ ପାଣି ପିଆଇ ଜିଲ୍ଲାପାଳ ଅନଶନ ଭାଙ୍ଗିଛନ୍ତି। ତେବେ ୪ ଦିନ ପରେ ଯଦି ପଞ୍ଜିକରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକଲେ ପୁଣିଥରେ ଚାଷି ଆନ୍ଦୋଳନ କୁ ବ୍ୟାପକ କରାଯିବ,ଆମରଣ ଅନଶନ ପ୍ରତ୍ୟାହୃତ ହୋଇଛି କିନ୍ତୁ ପଞ୍ଜିକରଣ ଆରମ୍ଭ ନ ହେବା ପର୍ଯ୍ୟନ୍ତ ଚାଷି ଙ୍କ ଧାରଣା ଜାରି ରହିବ ବୋଳି ଚାଷୀ ସଙ୍ଘ ର ଆବାହକ ରାଜୀବ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି। ଜିଲ୍ଲାପାଳ ଚାଷୀଙ୍କ ସହ ଆଲୋଚନା ସମୟରେ ଧର୍ମଗଡ ଉପ ଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, କୋକସରା ବିଡ଼ିଓ ଡ଼. ହିମାଞ୍ଚଳ ମାଝୀ, ତହସିଲଦାର ମୋହନ ଚରଣ ଜେନା, କୋକସରା ଥାନା ଅଧିକାରୀ ସୁଜ୍ଞାନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଶାସନ ସହିତ ଆଲୋଚନା ସମୟରେ ଜୟପାଟଣା,କୋକସରା ଓ ଧର୍ମଗଡ ବ୍ଲକ ର ଶତାଧିକ ଚାଷୀ ଉପସ୍ଥିତ ଥିଲେ। ତେବେ ଜିଲ୍ଲାପାଳ ଙ୍କ ପ୍ରତିଶ୍ରୁତି ପରେ ଚାଷି ଙ୍କ ମଧ୍ୟରେ ଆଶା ର ଆଲୋକ ସଞ୍ଚାର ହୋଇଛି। ପଞ୍ଜିକରଣ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ମେଗାଲିଫ୍ଟ ଅଞ୍ଚଳ ର ଚାଷିମାନେ କଳାହାଣ୍ଡି ଜିଲ୍ଲାପାଳ ଙ୍କୁ ଧନ୍ଯବାଦ ଜଣାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଦଲକି ଆଶ୍ରମ ବିଦ୍ୟାଳୟ ଠାରେ ପେରେଣ୍ଟସ ଏଜ ପାଟନର କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଜିଲ୍ଲାସ୍ତରୀୟ ଡେଙ୍ଗୁ ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ପର୍କିତ  ଜନ ସଚେତନତା ରଥର ଶୁଭାରମ୍ଭ

masiha

କଳାହାଣ୍ଡିରେ ଦ୍ଵିତୀୟ କୃଷି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦାବି ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲା କ୍ରିୟାନୁଷ୍ଠାନ କମିଟି ଦାବି ପୂରଣ ନହେଲେ ହେବ ଭୟାବହ ଆନ୍ଦୋଳନ

masiha

Leave a Comment

error: Content is protected !!