ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଯୋଗ୍ୟକୁ ଦାୟତ୍ୱ ଧରାଇଥିବାରୁ ନର୍ଭେରାମର ପ୍ଲାଣ୍ଟ ନିର୍ମାଣ ସ୍ବପ୍ନ

ଅଯୋଗ୍ୟକୁ ଦାୟତ୍ୱ ଧରାଇଥିବାରୁ ନର୍ଭେରାମର ପ୍ଲାଣ୍ଟ ନିର୍ମାଣ ସ୍ବପ୍ନ

ଯୋଡ଼ା:-ଦିନ ପରେ ଦିନ ଗଡି ଚାଲିଛି,କମ୍ପାନୀର ବହୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇବା ସ୍ୱତ୍ୱେ କେନ୍ଦୁଝର ଜିଲ୍ଲା ବଡ଼ବିଲ ସହରରେ ଥିବା ନର୍ଭେରାମ କମ୍ପାନୀର ନୂତନ ପ୍ଲାଣ୍ଟ ନିର୍ମାଣ ସ୍ବପ୍ନ ଦିନକୁ’ଦିନ ଭାଙ୍ଗି ଚୁରମାର।ଏକାଧିକ ଗ୍ରାମସଭା, ଗୋଟିଏ ପରେ ଗୋଟିଏ ଜନଶୁଣାଣି ସରିଲାଣି, ତଥାପି ଘରୋଇ ଖଣି କମ୍ପାନୀ ନର୍ଭେରାମର ସ୍ବପ୍ନ ଗୋଟିଏ ପିଲେଟ ପ୍ଲାଣ୍ଟର ନିର୍ମାଣ ବର୍ଷ’ବର୍ଷ ଧରି ଜଣକ ଅଯୋଗ୍ୟତା କାରଣରୁ ଅଧୁରାରେ ପଡିଛି।ଦେଖିବାକୁ ଗଲେ ନର୍ଭେରାମ କମ୍ପାନୀର ମାଲିକଶ୍ରେଣୀଙ୍କ ଦୀର୍ଘବର୍ଷର ପିଲେଟ ପ୍ଲାଣ୍ଟର ସ୍ବପ୍ନକୁ, ବଡ଼ବିଲ ସ୍ଥିତ କମ୍ପାନୀ କାର୍ଯ୍ୟାଳୟରେ ଗତ କିଛିବର୍ଷ ଧରି ଏକଛତ୍ରବାଦ ଶାସନ ଚଳାଇଥିବା ଜଣିଏର ଅଯୋଗ୍ୟର ନିମନ୍ତେ ସମସ୍ତ କାର୍ଯ୍ୟ ବାଧକ ସାଜିଛି ବୋଲି ଖଣି ସହର ଯୋଡ଼ା ଏବଂ ବଡ଼ବିଲ ସମଗ୍ର ଖଣି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବାର ଶୁଣାଯାଏ।ଏଠାରେ ପ୍ରକାଶ ଯୋଗ୍ୟ ଅଞ୍ଚଳର ପ୍ରତିଷ୍ଠିତ’ଜଣାଶୁଣା ଖଣି କମ୍ପାନୀ ନର୍ଭେରାମର ମାଲିକଶ୍ରେଣୀଙ୍କ ନୂତନ ଆଶା ତଥା କିଛି କରିବାର ସ୍ବପ୍ନକୁ କମ୍ପାନୀର ବଡ଼ବିଲ ସ୍ଥିତ କାର୍ଯ୍ୟାଳୟର ପ୍ରମୁଖ ପଦ’ପଦବୀରେ ବସି, ଚକ୍ରାନ୍ତ ଚଳାଇଥିବା ଜଣକର ଅଯୋଗ୍ୟତା ନିମନ୍ତେ ଆଉ କେତେ ବର୍ଷ ସରଳ ବିଶ୍ୱାସୀ ଖଣି ମାଲିକଙ୍କ ହିନସ୍ଥା ତଥା ଅପଦସ୍ତ ହୋଇଲେ ଯାଇ ବାହାର ରାଜ୍ୟରେ ଥିବା ,ଖଣି ମାଲିକ ଉଚିତ ଲୋକ ହାତରେ ନୂତନ ପ୍ଲାଣ୍ଟ ନିର୍ମାଣର ଭାର ନ୍ୟସ୍ତ କରିବା ସହ ସମଗ୍ର ଖଣି ଅଞ୍ଚଳରେ କମ୍ପାନୀର ବଡ଼ବିଲ ସହରରେ ଥିବା କାର୍ଯ୍ୟାଳୟର ଉକ୍ତ କୁଚକ୍ରୀ ଅଧିକାରୀକୁ କୌଣସି ସର୍ତ୍ତରେ ଅନେକ ନାପସନ୍ଦ କରୁଥିବା ଜଣାପଡେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଯୁବ ଓଡ଼ିଶା ନବିନ ଓଡିଶା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ

masiha

ରେଳ ଧାରଣାରେ କଟି ଜଣେ ମୃତ 

ମଦ ବନ୍ଦ ଦାବିରେ ଅଣ୍ଟା ଭିଡ଼ିଲେ ଶତାଧିକ ମହିଳା ରାସ୍ତାରେ ଲକ୍ଷାଧିକ ଟଙ୍କାର ମଦ ବୋତଲ ଭାଙ୍ଗିଲେ, ଥାନାରେ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!