ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ରାଉରକେଲା -/ ସହରର ପୁରାତନ ଫାଇନ ଆର୍ଟ ଅନୁଷ୍ଠାନ ‘କଳା କେନ୍ଦ୍ର’ ପକ୍ଷରୁ ଅଯୋଜିତ ଦୁଇ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଆଜି ଛେଣ୍ଡ ସ୍ଥିତ ଶିକ୍ଷା କେନ୍ଦ୍ର ପରିସରରେ ଉଦଘାଟିତ ହୋଇଯାଇଛି l

ଏଥିରେ କନକ ମଞ୍ଜରୀ ଇଣ୍ଟରନେସନାଲ ସ୍କୁଲ ର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଓ ୱାଇ.ଏମ.ଏଫ.ଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l

କଳା କେନ୍ଦ୍ର ର ପ୍ରିନସିପାଲ ଦେବେନ୍ଦ୍ର ମହାରଣା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ପେଣ୍ଟିଙ୍ଗ ପ୍ରଦର୍ଶନୀ ରେ ପ୍ରାୟ୨୦୦ ରୁ ଉର୍ଦ୍ଧ ଶିଶୁ କଳାକାର ୫୦ ରୁ ଉର୍ଦ୍ଧ ବୟସ୍କ କଳାକାର ଭାଗ ନେଇଛନ୍ତି l ସାମ୍ବାଦିକ  ଜଗନ୍ନାଥ ମାହାତୋ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେଇଥିଲେ l 

 ସ୍ବର୍ଗତ ଅଭିଳାଷ ନାୟକଙ୍କ ସ୍ମୃତି ରେ ପୂର୍ବରୁ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ l ଏହି ପ୍ରଦର୍ଶନୀ ଆଜି ଓ ଆସନ୍ତା କାଲି ୨ଦିନ ଧରି ଚାଲିବ l ଉଦ୍ଘାଟନୀ କାର୍ଯ୍ୟକ୍ରମ କୁ ଇପ୍ସିତା ପ୍ରଧାନ ସଂଯୋଜନା କରିଥିଲେ l ଏଥିରେ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ରଶ୍ମିରେଖା ବିଶ୍ୱାଳ, ମାଧୁରୀ ପ୍ରଧାନ, ଦେବସ୍ମିତା ବେହେରା, ଲଭଲି ଘୋଷ, କେ.ବିଜୟ ଭାସ୍କର, ଚନ୍ଦନ ସୋନା,ଉଷା ରାଣୀ ଶତପଥି, ସବିତା ଵାସା,ଦୀପିକା ଦେ, ବାସନ୍ତୀ ମହାରଣା, ସ୍ନେହଲତା ନାୟକ ଓ ସୁପ୍ରିୟା କିଷାନ ପ୍ରମୁଖ ଉପସ୍ଥିତ ରହିବା ସହ ପ୍ରଦର୍ଶନୀ ପରିଚାଳନା ରେ ସହଯୋଗ କରିଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

Sunil Chandra Nayak

ସ୍ବାମୀ ବିବେକାନନ୍ଦ ସେବାଶ୍ରମ ଟ୍ରଷ୍ଟ ପକ୍ଷରୁ ଜାତୀୟ ଯୁବ ଦିବସ ପାଳନ

Sunil Chandra Nayak

ବିଶିଷ୍ଟ ଶିକ୍ଷାବିତଙ୍କ ପରଲୋକ

masiha

Leave a Comment

error: Content is protected !!