ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୁଇ ବାଇକ ମୁହାଁ ମୁହଁ ଧକ୍କା,ଜଣେ ମୃତ ଦୁଇଜଣ ଗୁରୁତର

ଦୁଇ ବାଇକ ମୁହାଁ ମୁହଁ ଧକ୍କା,ଜଣେ ମୃତ ଦୁଇଜଣ ଗୁରୁତର

ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ଠାରୁ ମୁନିଗୁଡା ଯିବା ମୁଖ୍ୟ ରାସ୍ତାରେ ଦୁଇଟି ବାଇକ ମୁହାଁ ମୁହିଁ ଧକ୍କାରେ ଜଣେ ଯୁବକଙ୍କ ଅଯୋଧ୍ୟା ପ୍ରସାଦ (୨୨) ମୃତ ଏବଂ ଦୁଇଜଣ ଗୁରୁତର l ସୂଚନାନୁସାରେ ବେଦାନ୍ତର ସହଯୋଗୀ କମ୍ପାନୀରେ ମୃତ ଅଯୋଧ୍ୟା ପ୍ରସାଦ ରିଗର ଭାବେ ଏବଂ ତାର ସାଥୀ ସୁରଜ ଦେବ ବ୍ରାସ କଟର ଭାବେ କାମ କରୁଥିଲେ ଏବଂ ସେମାନେ ଦୁଇଜଣ ଉତ୍ତର ପ୍ରଦେଶ ଦୁଦ୍ଧି ଥାନା ଅନ୍ତର୍ଗତ କଟାଉଲି ଗ୍ରାମର ବାସିନ୍ଦା ଅଟନ୍ତି ଏବଂ ସେମାନେ ବସନ୍ତପଡ଼ା ଗ୍ରାମରେ ରହୁଥିଲେ I ରବିବାର ଛୁଟି ଥିବାରୁ ସଂଧ୍ୟା ୬ ଘଣ୍ଟା ସମୟରେ ମୃତ ଅଯୋଧ୍ୟା ପ୍ରସାଦ ଏବଂ ସୁରଜ ଦେବ ଦୁଇଜଣ ସଉଦା କିଣିବା ବସନ୍ତପଡ଼ା ରୁ ଲାଞ୍ଜିଗଡ ଆଡେ ବାଇକରେ ଆସୁଥିବା ବେଳେ ବତେଲିମା ପଞ୍ଚାୟତ ବୋରିଙ୍ଗ ପଦର ଗ୍ରାମର ଦୁଇଜଣ ସନ୍ତୋଷ ମାଝୀ (୨୫) ଏବଂ ଚଇତୁ ମାଝୀ (୨୨)ଲାଞ୍ଜିଗଡ ଠାରୁ ବସନ୍ତପଡା ବାଟେ ଦୁଇଜଣ ବାଇକରେ ଯାଉଥିଲେ ଏବଂ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ମୂର୍ମୁଷ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଲାଞ୍ଜିଗଡ ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକୋକା ପୋଲିସ ଟିମ ସହିତ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଡାକ୍ତଖାନା ପହଞ୍ଚାଇ ଥିଲେ l ଡାକ୍ତରଖାନାରେ ଡାକ୍ତର ଅଯୋଧ୍ୟା ପ୍ରସାଦକୁ ମୃତ ଘୋଷଣା କରିଥିଲେ l ଅନ୍ୟ ଦୁଇଜଣ ଅତ୍ୟଧିକ ଗୁରୁତର ହେବାରୁ ସନ୍ତୋଷ ମାଝୀଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଏବଂ ଚଇତୁ ମାଝୀଙ୍କୁ ବିଷମକଟକ ଖ୍ରୀଷ୍ଟିଆନ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ଭବାନୀ ଶଙ୍କର ଲେଙ୍କା ସୂଚନା ଦେଇଛନ୍ତି I ରାତି ହେଇ ଯାଇଥିବା ହେତୁ ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ ଏବଂ ସୋମବାର ଶବ ବ୍ୟବଚ୍ଛେଦ ହେବ ଏବଂ ଏନେଇ ଲାଞ୍ଜିଗଡ ଥାନା କେଶ ନମ୍ବର ୯୨/୨୩ ଏକ ମାମଲା ରୁଜୁ କରି ତଦନ୍ତ କରାଯାଉଥିବା ଲାଞ୍ଜିଗଡ ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକୋକା ସୂଚନା ଦେଇଛନ୍ତି I

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନିଖିଳ ଓଡିଶା ଆଇନଜୀବୀ ପରିଷଦ ର ଉପସଭାପତି ହେଲେ ଶ୍ରୀ ନରସିଂହ ତ୍ରିପାଠୀ  

masiha

ବାରିପଦା ଖଣ୍ଡାୟତ ପରିବାର ତରଫରୁ ଆମେ ଖଣ୍ଡାୟତ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ବହୁଜନ ସଂଗ୍ରାମ ସମିତି କର୍ମକର୍ତା ନୂତନ ଥାନା ଅଧିକାରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!