ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା

ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା

ବନ୍ଧୁଗାଁ ତା ୩୦/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ବଡ଼ସରପଲ୍ଲୀ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ଅଧୀନରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ପଞ୍ଚାୟତ ସରପଞ୍ଚ ସୁନ୍ଦୁରୁ ପିଡ଼ିକାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବିଜେଡ଼ି ଜିଲ୍ଲା ସଭାପତି ଝିନ ହିକକା,ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା, ପୁର୍ବତନ ସାଂସଦ ପାର୍ଥିନି କୌଶଲ୍ୟା ହିକକା, ବ୍ଲକ ବିଜେଡ଼ି ସଭାପତି ବାଲା ନାଗ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ସଫଳ ରୂପାୟନ ସଂପର୍କରେ ନିଜର ବକ୍ତବ୍ୟ ରଖିଥିଲେ।ସମ୍ମାନିତ ଅତିଥି ଭାବେ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ କୁମାର ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ମହାନ୍ତି,ଏସିଓ ଦୀପକ ବେହୁରୀ,ଏସଡିସି ସଦସ୍ୟ ଲଡୁ ହୁଲୁକା, ସମିତି ମେମ୍ବର ସିନାଜି ପିଡ଼ିକା, ନାଇବ ସରପଞ୍ଚ ବାନାଇ ପିଡ଼ିକା, କୃଷି ଅଧିକାରୀ ରମାକାନ୍ତ ଗୌଡ଼, ଆଇ ସି ଡ଼ି ଏସ ସୁପର ଭାଇଜର ସୁମନ୍ତ ଖୋସଲା, ଜୋନ ୨ କୋଡିନେଟର ଉତ୍ତମ ନାୟକ,ବ୍ଲକ ମହିଳା ସଭାନେତ୍ରୀ ପୁଷ୍ପାଞ୍ଜଳି କାଡ୍ରାକା ଉପସ୍ଥିତ ରହି ମମତା ଯୋଜନା, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା, ମିଶନ ଶକ୍ତି ମାଧ୍ୟମରେ ମହିଳା ସଶକ୍ତିକରଣ ଓ ସ୍ବାବଲମ୍ବୀ କାର୍ଯ୍ୟକ୍ରମ ବିଷୟରେ ମତ ରଖିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମ ଅବସରରେ ଶିକ୍ଷା, ସ୍ଵାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ , ପରିମଳ, ପାନୀୟ ଜଳ, ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଭତ୍ତା, ମିଶନ ଶକ୍ତି ଓ ମହିଳା ସଶକ୍ତିକରଣ , ଓଡ଼ିଶା ଜୀବିକା ମିଶନ, କୃଷି ଓ କୃଷକ ସଶକ୍ତି କରଣ ବିଭଗ ପକ୍ଷରୁ ଲୋକଙ୍କୁ ସଚେତନତା କରାଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଇ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ପି ଇ ଓ ରାମଚନ୍ଦ୍ର ମେଲେକା ସଭା କାର୍ଯ୍ଯକୁ ପରିଚାଳନା କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍

Related posts

ରାୟଗଡାରେ ରାଷ୍ଟ୍ରୀୟ ଲୋକଅଦାଲତ ରେ ୨,୩୪୮ ଟି ମାମଲା ଫଇସଲା ହୋଇ ସେଟେଲମେଣ୍ଟ ବାବଦକୁ ୫୯,୧୧,୦୭୪ ଟଙ୍କା ଆଦାୟ ହୋଇଅଛି

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବିକାଶ ଉଚ୍ଚ ଶିକ୍ଷାନୁଷ୍ଠାନର ଦ୍ୱିତୀୟ ସମାବର୍ତ୍ତନ ଦିବସ ଧୁମଧାମରେ ପାଳିତ

Sunil Chandra Nayak

Leave a Comment

error: Content is protected !!