ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

ଆମ ଓଡ଼ିଶା ନବିନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଯୋଜନାର ସଫଳ ରୂପାୟନ ଯୋଗୁଁ ବିକାଶ ସମ୍ଭବ

ବନ୍ଧୁଗାଁ ତା ୩୧/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ପେଦାଲଡା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶକୁ ନେଇ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ , ଧାର୍ମିକ ସ୍ଥଳୀ ଗୁଡିକର ରୁପାନ୍ତିକରଣ, ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ, ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ,ପ୍ରାଥମିକ ବିଦ୍ୟାଳୟ ଗୁଡିକର ରୁପାନ୍ତିକରଣ, କ୍ରିଡ଼ା ଭିତ୍ତିଭୂମିର ବିକାଶ, ଐତିହ୍ୟ ଭିତ୍ତିଭୂମିର ବିକାଶ ଓ ସ୍ଵାସ୍ଥ୍ୟ ଭିତ୍ତିଭୂମି ବିକାଶ ଭଳି ଅନେକ ଯୋଜନା ଓ ବିକାଶର ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ପଞ୍ଚାୟତ ସ୍ତରୀୟ ସଚେତନତା ଶିବିରରେ ସମସ୍ତ ଗାଁ ଗଣ୍ଡା ରୁ ଆସିଥିବା ଶତାଧିକ ଗ୍ରାମବାସୀଙ୍କୁ ସଚେତନତା କରାଯାଇଥିଲା। ଏହି ପରିପ୍ରେକ୍ଷିରେ ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଶେଖର କଣ୍ଡାଗରି ଙ୍କ ସଭାପତିତ୍ବରେ ଆୟୋଜିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀ ମିଣିଆକା , ବ୍ଲକ ବିଜେଡ଼ି ସଭାପତି ବାଲା ନାଗ , ଜିଲ୍ଲା ପରିଷଦ ସଦସ୍ୟ ମାଝି ହିମିରିକା ଓ ବିଜେପି ଦଳର ପୂର୍ବତନ ବ୍ଲକ ସଭାପତି ଗାଣ୍ଠା ମଧୁ ଉପସ୍ଥିତ ରହି ଥିବା ବେଳେ ସମ୍ମାନିତ ଅତିଥି ଭାବେ କାନାଗାଁ ପଞ୍ଚାୟତ ସରପଞ୍ଚ ଭାସ୍କର ୱାଟାକା, ନିଲାବାଡି ପଞ୍ଚାୟତ ସରପଞ୍ଚ ୱାଟାକା ଜାଗାନା, ବନ୍ଧୁଗାଁ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଚନ୍ଦନ କୁମାର ନାଏକ,ଆଇସିଡ଼ିଏସ ସୁପର ଭାଇଜର, କୃଷି ବିଭାଗ ଅଧିକାରୀ ସୁଶାନ୍ତ ଗରଡ଼ା, ସମିତି ମେମ୍ବର ଆଚିଆମା କାଡ୍ରାକା, ନାଇବ ସରପଞ୍ଚ ସିଧାରାପୁ ଆଲକି, ବିଜେଡ଼ି ପଞ୍ଚାୟତ ସଭାପତି ଭେଙ୍କଟ ମେଲେକା, କଂଗ୍ରେସ ପଞ୍ଚାୟତ ସଭାପତିକୃଷ୍ଣ ଭତ୍ରା, ୱାର୍ଡ ମେମ୍ବର ଦାଲାନା କାଡ୍ରାକା ଉପସ୍ଥିତ ରହି ଜଗନ୍ନାଥ ନିକଟରେ ପ୍ରଦୀପ ପ୍ରଜଳନ କରି ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ, ଶିଶୁ ବିକାଶ ବିଭାଗ ଅଙ୍ଗନୱାଡ଼ି ଦିଦି, ଶିକ୍ଷା ବିଭାଗ, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ୱାସ୍ଥ୍ୟ ବିଭାଗ ର ଆଶା ଦିଦି ମାନଙ୍କ ଦ୍ଵାରା ଷ୍ଟଲ ଗୁଡିକରେ ପ୍ରଦର୍ଶନ କରି ସଚେତନତା କରିବା ସହ ଉପସ୍ଥିତ ଅଧିକାରୀ ମାନେ ନିଜ ନିଜ ବିଭାଗ ର କାର୍ଯ୍ୟକ୍ରମ ଉପରେ ଲୋକଙ୍କୁ ଜଣାଇଥିଲେ। ପରେ ଜାଗୁଗୁଡା ଓ ମେକଡା ଗ୍ରାମର ଡେମସା ଗ୍ରୁପ ପାରମ୍ପାରିକ ଗୀତ ଓ ବାଦ୍ୟର ତାଳେ ତାଳେ ଢେମସା ନାଚ ନାଚିବା ଓ ସ୍ଥାନୀୟ ସ୍କୁଲର ଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ନୃତ୍ୟ ପରିବେଷଣ କରାଯାଇଥିଲା। ପଞ୍ଚାୟତ ନିର୍ବାହୀ ଅଧିକାରୀ ବି ମହେଶ୍ୱର୍ ଙ୍କ ତୱାବଦ୍ଧାନ ରେ ସଚେତନତା ଶିବିର ହୋଇଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମେଲେକା ମଞ୍ଚ ପରିଚାଳନା କରିଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍

Related posts

ମାନ୍ୟବର ବିଧାୟକ ଙ୍କ ଦ୍ୱାରା ଖୁଟୁଲୁଗୁଡା ଠାରେ ଆମ ଅଙ୍ଗନବାଡି କେନ୍ଦ୍ର ଳୋକାର୍ପଣ।

Sunil Chandra Nayak

ସିଆରପିଏଫର ଜନ ସମ୍ପର୍କ ଶିବିର ଅନୁଷ୍ଠିତ

Sunil Chandra Nayak

ପିଚୁ ପ୍ଳାଣ୍ଟ ଯୋଗୁ ଜନ ଅସନ୍ତୋଷ, ଆନ୍ଦୋଳନ ପାଇଁ ଦାନା ବାନ୍ଧୁଛି

Leave a Comment

error: Content is protected !!