ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ ରେ ସମସ୍ଯା ଜଣାଉଛନ୍ତି ମା ମାଉସୀ

ରାଉରକେଲା/ରଘୁନାଥପଲ୍ଲୀ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ସେଠୀ ଜନନୀ ସମ୍ପର୍କ ଅଭିଯାନ ରେ ଆଜି ଯାଇ ପହଞ୍ଚିଥିଲେ ସେକ୍ଟର ୬ ସୁବାଷ ପଲ୍ଲୀ ବସ୍ତିରେ । ସେ ବସ୍ତି ଅଞ୍ଚଳ ପରିଦର୍ଶନ କରି ଅଞ୍ଚଳ ର ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ମା ଓ ଭଉଣୀ ଙ୍କ ଠାରୁ ଅଭିଯୋଗ ଶୁଣିଥିଲେ। ବିଶେଷ ଭାବେ ମା ଭଉଣୀ ମାନେ ଏହି ଅବସରରେ ଜଣାଇଥିଲେ ଯେ ବସ୍ତି ର ବହୁ ବୁଢା, ବୁଢ଼ୀ ,ବିଧବା, ଭିନ୍ନକ୍ଷମ ଅଛନ୍ତି ଯେଉଁ ମାନେ ସରକାର ଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ଓ ଭତ୍ତା ଆଦି ପାଇବାରୁ ଏବେବି ବଞ୍ଚିତ ଅଛନ୍ତି। ସେମାନେ ଏବେ ବି ଏହି ଯୋଜନା ବାବଦରେ ଅଜ୍ଞ। ତେଣୁ ବସ୍ତି ର ମା ଭଉଣୀ ଙ୍କୁ ଉପଯୁକ୍ତ ଜ୍ଞାନ ପ୍ରଦାନ କରି ସେମାନେ କିପରି ତାର ଲାଭ ଉଠାଇ ପାରିବେ ସେ ନେଇ ଆଲୋଚନା କରିଥିଲେ। ଏଥିସହିତ ରୋଗଗ୍ରସ୍ତ ରେ ଥିବା ଅନେକ ବ୍ୟକ୍ତି ଅର୍ଥ ଅଭାବ ରୁ ଚିକିତ୍ସିତ ହୋଇପାରୁ ନାହାଁନ୍ତି ତେଣୁ ଏଭଳି ସ୍ଥିତିରେ ମା ଭଉଣୀ ମାନଙ୍କ ସହଯୋଗ ମାଧ୍ୟମରେ ସରକାରୀ ଅଧିକାରୀ ଙ୍କୁ ସମସ୍ତ ସମସ୍ୟା ଅବଗତ କରି ଯଥା ସମ୍ଭବ ସମାଧାନ ନିମନ୍ତେ ପ୍ରୟାସ ର ମାଧ୍ୟମ ହେବା ପାଇଁ ଜଣାଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମାଟିଲଗ୍ନା ସାହିତ୍ୟ ସଂସଦର ଚତୁର୍ଥ ପ୍ରତିଷ୍ଠା ଦିବସ ପାଳିତ ଭାଷା…ସାହିତ୍ୟ,ସଂସ୍କୃତି ଓ ପରମ୍ପରାର ବାହକ…

masiha

ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ 

masiha

ଖଣି ସହର ଯୋଡାର ବନେଇକାଳାରେ ମହାସମାରୋରେ ଦୁର୍ଗାପୂଜା ପାଳିତ

masiha

Leave a Comment

error: Content is protected !!