ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହାବିଦ୍ୟାଳୟର ଜାତୀୟ ସେବା ପକ୍ଷରୁ ‘ମେରା ମାଟି ମେରା ଦେଶ’ ଅମୃତ ମହୋତ୍ସବ ପାଳିତ । ଅବସର ସୈନିକ ଓ ସ୍ଵାଧୀନତା ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ

କାମାକ୍ଷାନଗର (ମନିସ )11/8/23 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହାବିଦ୍ୟାଳୟର ପରିସର ମଧ୍ୟରେ ଭାରତ ସରକାରଙ୍କର ୭୫ତମ ସ୍ୱାଧିନତା ବର୍ଷ ପୂର୍ତ୍ତି ଅବସରରେ ମେରାମାଟିମେରା ଦେଶ ଅମୃତ ମହୋସବ ଅନୁଷ୍ଠିତ ହୋଇଯାଇଛି । କାମାକ୍ଷାନଗର ମହାବିଦ୍ୟାଳୟର ଅଧ୍ୟକ୍ଷ ମଙ୍ଗୁଳିଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଓ ଜାତୀୟ ସେବା ଯୋଜନାର ପରିଚାଳକ ଅଧ୍ୟାପକ ରଶ୍ମିରଞ୍ଜନ ସେନାପତିଙ୍କ ଆୟୋଜନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପ ଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଅମୃତ ମହୋତ୍ସବ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଦେଶ ଓ ମାଟି ପାଇଁସହିଦ୍ ହୋଇଥିବା ବୀର ସୈନିକ ଓ ସଂଗ୍ରାମୀ ପରିବାର ଦାୟଦଙ୍କୁ ଉତ୍ସାହିତ କରିବାସହ ଅତୁଳନୀୟ ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଭାରତର ସର୍ବକନିଷ୍ଠ ସହିଦ ବାଜିରାଉତ କାମାକ୍ଷାନଗର ମାଟିର ସଂଗ୍ରାମୀ ପରିବାରଙ୍କୁ ସମ୍ମାନୀତ କରିଥିଲେ । ସଂଗ୍ରାମୀ ମୂଷା ମଲ୍ଲିକଙ୍କ ସ୍ତୁତି ଉଦ୍ଦେଶ୍ୟରେ ତାଙ୍କର ନାତୁଣୀ ବୋହୁ ଅଧ୍ୟାପିକା ଲିପ୍‌ସା ପ୍ରଧାନଙ୍କୁ ସମ୍ମାନୀତ କରାଯାଇଥିଲା । ସେହିପରି ଭାବରେ ସଂଗ୍ରାମୀ କୁଳମଣି ପ୍ରଧାନଙ୍କ ଉଦ୍ଦେଶ୍ୟରେ ତାଙ୍କର ନାତୀ ରମେଶଚନ୍ଦ୍ର ପ୍ରଧାନ, ସଂଗ୍ରାମୀ ବାଇଧର ସ୍ୱାଇଁଙ୍କ ନାତୀ ମୀନ କେତନ ସ୍ୱାଇଁ,ଅଜିତ କୁମାର ସାହୁଙ୍କ ବାପା ସନ୍ତୋଷ କୁମାର ସାହୁ ଓ ଅବସର ପ୍ରାପ୍ତ ସୈନିକ ବିରଞ୍ଚି ନାରାୟଣ ମହାପାତ୍ର, ଈଶ୍ଵର ଚନ୍ଦ୍ର ପଣ୍ଡା, ଅଶ୍ୱିନ କୁମାର ମହାପାତ୍ର, ଡମ୍ବରୁଧର ରାଉତ, ରବିନାରାୟଣ ସାହୁ, ପର୍ଶୁରାମ ଭୂୟା, ଶିର୍ଶିରକାନ୍ତ ନାୟକ, ପଞ୍ଚାନନ ପରିଡା, ଦୁର୍ଯୋଧନ ପାଢୀ ପ୍ରମୁଖଙ୍କୁ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବରେ ସହକାରୀ ଉପଜିଲ୍ଲାର ପାଳ ମଦନ ମୋହନ ଜେନା, ଓକିଲ ସଂଘର ସଭାପତି ଧର୍ମାନନ୍ଦ ମଲ୍ଲିକ୍ ଓ ପ୍ରମୁଖ ବୟୋଜ୍ୟେଷ୍ଠ ସୈନିକ ମଞ୍ଚାସିନ ଥିଲେ । ଅଧ୍ୟାପକ ପ୍ରସନ୍ନ କୁମାର ନାୟକ, ସତ୍ୟନାରାୟଣ ମିଶ୍ର ଓ କଲେଜର କର୍ମଚାରୀ ଶରତ ରାଉତ ସହଯୋଗ କରିଥିଲେ । ଅଧ୍ୟାପକ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନିଶାମୁକ୍ତ ଅଭିଯାନ: ଛାତ୍ରଛାତ୍ରୀଙ୍କୁ ନିଶାର କୁପରିଣାମ ସମ୍ପର୍କରେ ସଚେତନ କଲା ରାୟଗଡ଼ା ପୋଲିସ

Sunil Chandra Nayak

୬୮ ତମ ବୀମା ସପ୍ତାହ ପାଳନ ଅବସରରେ ବିଦ୍ୟାଳୟରେ ଜୀବନ ବୀମା, ଉମରକୋଟ ତରଫରୁ ଚାରା ରୋପଣ 

masiha

ପୂରଣ ହେଲା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଅଧୁରା ସ୍ବପ୍ନ , ସାନ୍ଦୁଲ ନଦୀରେ ପୋଲ ନିର୍ମାଣ ପାଇଁ ଶୁଭ ଦେଲେ ବିଧାୟକ

masiha

Leave a Comment

error: Content is protected !!