ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ ପଞ୍ଚାୟତ ର ଅଜବ ନୀତି, ମୂଳ ବାସିନ୍ଦା ଙ୍କୁ ମିଳୁନି ଷ୍ଟଲ ଅନ୍ୟ କୁ ମିଳୁଛି

ନବରଙ୍ଗପୁର ୧୨/୮(ମସିହା) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଷାଗୁମୁଡା ସଦରମହକୁମା ଗ୍ରାମ ପଞ୍ଚାୟତ ରେ ଏବେ ଦୋକାନ ଗୃହ କୁ ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳୁଛି | ବର୍ଷ ବର୍ଷ ଧରି ବିବାଦ ଘେରରେ ରହିଆସୁଛି ଗ୍ରାମ ପଞ୍ଚାୟତରେ ନିର୍ମାଣ ହୋଇଥିବା ସରକାରୀ ଷ୍ଟଲ । ଗ୍ରାମ ପଞ୍ଚାୟତ ନିଜ ଦାୟିତ୍ଵ ରେ ଷ୍ଟଲ ବଣ୍ଟନ ବ୍ୟବସ୍ଥା ରହିଥିଲେ ମଧ୍ୟ ବର୍ଷ ବର୍ଷ ଧରି ଜଣେ ଜଣେ ଏକାଧିକ ଷ୍ଟଲ ମାଡି ବସିଥିବା ଦେଖିବାକୁ ମିଳୁଛି। ତାହା ପୁଣି ସରକାରୀ ବାବୁ ଙ୍କ ଅଜବ ଶାସନର ଗଜବ ନିୟମରେ ପଞ୍ଚାୟତରୁ ଜଣେ ଜଣେ ୩ ତିନି ଟି ଷ୍ଟଲ ମାଡି ବସିଥିବା ବେଳେ, ନିଜ ପଞ୍ଚାୟତ ର ମୂଳ ବାସିନ୍ଦା ଲୋକଙ୍କୁ ମିଳୁନି ଗୋଟିଏ ବି ଷ୍ଟଲ। ହେଲେ ବି ବ୍ଲକ ପ୍ରଶାସନ ନିକଟରେ ଏଭଳି ଅଭିଯୋଗ ହୋଇଥିଲେ ମଧ୍ୟ ପ୍ରଶାସନ ନିଜ କର୍ଣ୍ଣ ରେ ଶୁଣି ଆଉ ଗୋଟିଏ କର୍ଣ୍ଣ ରେ ଛାଡି ଦେଇଥିବା ଶୁଣିବାକୁ ମିଳୁଛି | କୋଷାଗୁମୁଡା ସଦର ଗ୍ରାମ ପଞ୍ଚାୟତର ଗରିବ ଆଦିବାସୀ ପିଲା ବିଏ ଏମ୍ ପାଠ ପଢି ନିରାଶ ରେ ଗ୍ରାମ ପଞ୍ଚାୟତ ରେ ଷ୍ଟଲ ଟିଏ ପାଇଲେ କିଛି ରୋଜଗାର କରିବା ଆଶାରେ ପଞ୍ଚାୟତ ରେ ଷ୍ଟଲ ପାଇଁ ଆବେଦନ କରି କରି, ବାର ଦୁଆର ଶୁଣ୍ଡି ପିଣ୍ଡା ଭଳି ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ଜୀବନ ଜୀବିକା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ଏଥି ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ସତ ,ହେଲେ କୋଷାଗୁମୁଡା ବ୍ଲକ ସଦରମହକୁମା ପଞ୍ଚାୟତ ନଗ୍ନ ଚିତ୍ର ଦେଖିଲେ ୧୦ଟି ଗ୍ରାମ ପଞ୍ଚାୟତର ରାଜ୍ୟ ସରକାରଙ୍କ ଦକ୍ଷତା ମିଶନ କିଭଳି ଚାଲିଛି ସହଜରେ ଜଣା ପଡିଯିବ। ଏଠି ଚାଲିଛି ଶାସକ ଦଳର ଜୋରଯାର ମୁଲକ ତାର। ଉଚ୍ଚ ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଚାକିରୀ ପାଇବା ଅସମ୍ଭବ ହେଉଥିବା ବେଳେ ଗ୍ରାମରେ ଦୋକାନ ଟିକେ ଦେଇ ପରିବାର ଭରଣ ପୋଷଣ କରିବା କୁ ଚିନ୍ତା କଲେ ବି ତାହା ପୁରା ହୋଇ ପାରୁନାହିଁ | ଯେଉଁଥି ପାଇଁକି ଏବେ ଯୁବ ପିଡି ପାଠ ପଢି ଦାଣ୍ଡ ଦାଣ୍ଡ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି। ପୁନର୍ବାର ନୂତନ ଆର ଏମ ସି ଷ୍ଟଲ ନିର୍ମାଣ ହେଲା ସତ ହେଲେ ସେଠି ବି କଳାବଜାରୀ ର ଲମ୍ବା ହାତ | ଯିଏ ଟଙ୍କା ଅଧିକ ଦେଲା ତାଙ୍କୁ ଷ୍ଟଲ ମିଳିଲା ବୋଲି ସୂଚନା ମିଳୁଛି | ଯୁବକ ଯୁବତୀ ମାନଙ୍କ କହିବା ଅନୁଯାୟୀ ଆର ଏମ ସି ରେ ଟଙ୍କା କାରବାର କରି ଲୋକେ ହାତେଇଲେ ନୂତନ ଆର ଏମ ସି ଷ୍ଟଲ, କିନ୍ତୁ କୋଷାଗୁମୁଡା ମୂଳ ବାସିନ୍ଦା ଯୁବକ କିମ୍ବା ଯୁବତୀ ଙ୍କୁ ମିଳିଲାନି ଷ୍ଟଲ | ପଞ୍ଚାୟତ ଷ୍ଟଲ କଥା କହିବ ବା କଣ ଯାହାକୁ ଯେମିତି ଲାଗିଲା ସେ ସେମିତି ମାଡି ବସିଲା ଭଳି ଦୃଶ୍ୟ ସାମ୍ନା କୁ ଆସିଛି| ଯାହା ଫଳରେ କୋଷାଗୁମୁଡା ଗ୍ରାମ ପଞ୍ଚାୟତ ର ଯୁବକ ଯୁବତୀ ମାନଙ୍କୁ ଗୋଟିଏ ବି ଷ୍ଟଲ ମିଳିବା କଷ୍ଟ ହେଲା ବେଳେ କୁ ପଞ୍ଚାୟତ ର ଜଣେ ଜଣେ ୩ ତିନି ଟା ଷ୍ଟଲ ର ମାଲିକ ସାଜିଛନ୍ତି | ସରପଞ୍ଚ ଙ୍କୁ ପଚାରିଲେ କହୁଛନ୍ତି ପୂର୍ବରୁ ହିଁ ଜଣେ ଜଣେ ୩ ତିନି ଟି ଷ୍ଟଲ ନିଜ ନା ରେ ରଖିଛନ୍ତି ଛାଡିବାକୁ ନିର୍ଦ୍ଦେଶ ଦେଲେ ବି ନିର୍ଦେଶ କୁ ମାନୁ ନାହାନ୍ତି | ଏବେ ସଦରମହକୁମାର ଯୁବକ ଯୁବତୀ କରିବେ ବା କଣ? କଣ ପାଇଁ ଜଣେ ଜଣେ ଦୁଇ ରୁ ୩ତିନି ଷ୍ଟଲ ନିଜ ଆୟତ୍ତ ରେ ରଖିଛନ୍ତି? କଣ ଭିତିରିଆ ଭୁଜାମୁଣା ହୋଇଛି କି ? କଣ ପୂର୍ବତନ ସରପଞ୍ଚ ମାନେ ମୋଟା ଟଙ୍କା ନେଇ ଜଣ ଜଣ ଙ୍କୁ ଏଭଳି ଆଶୀର୍ବାଦ ର ଅନୁକମ୍ପା ରେ ୨ ରୁ ୩ଟି ଷ୍ଟଲ ଦେଇଛନ୍ତି କି ତାହା ବଡ଼ ପ୍ରଶ୍ନ ପଞ୍ଚାୟତ ବାସୀ ଙ୍କ ମନରେ ଉଙ୍କି ମାରୁଛି | ପଞ୍ଚାୟତ ପ୍ରଶାସନ ଯଦି ବେଳ ଥାଉ ଥାଉ ତୁରନ୍ତ ପଦକ୍ଷେପ ଗ୍ରହଣ ନ କରେ ତ ଆଗାମୀ ଦିନ ରେ ପଞ୍ଚାୟତ ରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳି ପାରି ବୋଲି ରାଜନୈତିକ ପଣ୍ଡିତ ମାନେ ମତ ବ୍ୟକ୍ତ କରିଛନ୍ତି କି, ଯାହାର ୨ ବା ୩ ଟି ଷ୍ଟଲ ଅଛି, ଯଦି ତୁରନ୍ତ ତାଙ୍କୁ ନୋଟିସ୍ କରି ଖାଲି କରା ନ ଯାଏ ତାହା ହେଲେ ପ୍ରଶାସନ ବିରୁଦ୍ଧରେ ବ୍ଲକ ରାସ୍ତାରେ ଯୁବକ ଯୁବତୀ ମାନେ ରଣ ହୁଙ୍କାର କରିବେ ବୋଲି ସୂଚନା ଦେଇଛନ୍ତି। | ଏବେ ଦେଖିବାକୁ ବାକି ରହିଲା କଣ ପ୍ରଶାସନ କରୁଛି lତୁରନ୍ତ ପଦକ୍ଷେପ ଗ୍ରହଣ କରି ଜୋର ଜବର ଦସ୍ତ ଭାବେ ୨ରୁ ତିନିଟା ଷ୍ଟଲ ରଖି ଥିବା ବ୍ୟକ୍ତି ଙ୍କୁ ନୋଟିସ କରି ଖାଲି କରାଇବ କି? କଣ ପ୍ରଶାସନ କୋଷାଗୁମୁଡା ଗ୍ରାମ ପଂଚାୟତ ର ନିରୀହ ଗରିବ ଆଦିବାସୀ ଯୁବକ ଯୁବତୀ ମାନଙ୍କୁ ନ୍ୟାୟ ଦେବାକୁ ସମର୍ଥ ହୋଇ ପାରିବ କି? ଏ ନେଇ କୋଷାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କ ସହିତ ଯୋଗାଯୋଗ ସମ୍ଭବ ନ ହେବାରୁ ପ୍ରତିକ୍ରିୟା ପ୍ରକାଶ କରି ପାରି ନାହୁଁ। ଯେଉଁ ଆଶା ଭରସା ରେ ଯୁବପିଡି ସରପଞ୍ଚ ଙ୍କୁ ବିପୁଳ ମାତ୍ର ରେ ଭୋଟ ଦେଇ ବିଜୟୀ କଲେ ସେ ଆଶା ପୂରଣ ହେବ କି, ନାହିଁ ତାହା ଆଗାମୀ ଦିନରେ ଦେଖିବାକୁ ବାକି ରହିଲା।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

Rashtriya Ekta Diwas Observed at DRM Office, Rayagada

Sunil Chandra Nayak

ସର୍କଲ ମୁଖ୍ୟ ଜେନେରାଲ ମ୍ୟାନେଜରଙ୍କ ଦ୍ଵାରା ନୂତନ ଷ୍ଟେଟ ବ୍ୟାଙ୍କ ଉଦଘାଟିତ 

masiha

ପ୍ରତିଭା ପରିବାରର ଜୋନ ସ୍ତରୀୟ ବୈଠକ

masiha

Leave a Comment

error: Content is protected !!