ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଫଳତା 

କାମାକ୍ଷାନଗର:(ମନିସ )12/5/23// ପ୍ରକାଶ ପାଇଛି ସିବିଏସଇ ପକ୍ଷରୁ ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ । ଏଥିରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଜନ୍ତାରିବୋଲ, କାମାକ୍ଷାନଗର ସଫଳତା ପାଇଛି । ଏହି ବିଦ୍ୟାଳୟର ଚଳିତ ବର୍ଷ ଦଶମ ଶ୍ରେଣୀରେ ପାସ ହାର ୯୭.୧୮ ପ୍ରତିଶତ ରହିଛି। ବିଦ୍ୟାଳୟର‌ ଛାତ୍ରୀ ରାଜ୍‌ରାଜଶ୍ରୀ ପରିଡା ୯୫.୮% ନମ୍ବର, ଛାତ୍ର ଦେବଶ୍ରାତ ଖୁଣ୍ଟିଆ ୯୫.୪, ଛାତ୍ର ଶକ୍ତିପ୍ରସାଦ ବେହେରା ୯୫% ରଖି ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ରାଜ୍‌ରାଜଶ୍ରୀ ଓ ଦେବଶ୍ରାତ ଭବିଷ୍ୟତରେ ଜଣେ ଜଣେ ଡ଼ାକ୍ତର ହେବେ ବୋଲି ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏତଦବ୍ୟତୀତ ୧୬ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ୯୦% ରୁ ଉର୍ଦ୍ଧ୍ବ ନମ୍ବର ରଖି ବିଦ୍ୟାଳୟକୁ ଗୈାରବ ମଣ୍ତିତ କରିଛନ୍ତି । ସେହିପରି ଦ୍ବାଦଶ ଶ୍ରେଣୀରେ ପାସ୍‌ହାର ରହିଛି ୮୨.୬୦ । ବିଦ୍ୟାଳୟର ଛାତ୍ରୀ ଯଶଶ୍ବିନୀ ପାଣି ୯୦.୨% , ସୂପର୍ଣ୍ଣା ସେନାପତି ୮୩% ଓ ଈଶ୍ବରୀ ନାୟକ ୮୧.୬% ରଖି ଯଥାକ୍ରମେ ପ୍ରଥମ , ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋବର୍ଦ୍ଧନପୁର କ୍ଳଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ 

masiha

ମୁଣ୍ଡରା ଗୁଡ଼ାରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

Sunil Chandra Nayak

ସ୍ୱଚ୍ଛତା ହିଁ ”ସେବା ,ଧର୍ମଗଡ ଏନଏସି ପକ୍ଷରୁ ସେବା ପକ୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!