ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ

ରାୟଗଡ଼ା ତା: ୨୫.୧.୨୦୨୩// ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ବୁଧବାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶିଲାଲଙ୍କ ଦ୍ଵାରା ସମ୍ମାନିତ ହୋଇଛନ୍ତି । ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଜାତୀୟ ମତଦାତା ଦିବସ ଅବସରରେ ଆୟୋଜିତ ରାଜ୍ୟ ସ୍ତରୀୟ ଉତ୍ସବରେ ଶ୍ରୀ ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରାୟଗଡ଼ା ଜିଲ୍ଲାରେ ନୂତନ ଓ ପ୍ରତ୍ୟାସିତ ଭୋଟର ପଞ୍ଜିକରଣ, ତୃଟିଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତି ଓ ବ୍ୟାପକ ଜନସଚେତନତା ସୃଷ୍ଟି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଏହି ସମ୍ମାନ ପ୍ରଦାନ କରାଯାଇଅଛି । ଜାତୀୟ ନିର୍ବାଚନ ଆୟୋଗଙ୍କ ମାପସୂଚୀ ଅନୁସାରେ ରାଜ୍ୟର ଅନ୍ୟୁନ୍ୟ ପଚସ୍ତରି ଜଣ ପ୍ରସ୍ତାବିତ ମନୋନୟନ ମଧ୍ୟରୁ ରାଜ୍ୟରେ ଜଣେ ମାତ୍ର ସୁପରଭାଇଜର ଏହି ସମ୍ମାନର ଯୋଗ୍ୟ ହୋଇଥିବାରୁ ନିଜକୁ ଧନ୍ୟ ମନେକରିବା ସହ ଜିଲ୍ଲାର ସମସ୍ତ ବୁଥ ସ୍ତରୀୟ ଅଧିକାରୀ, ନିର୍ବାଚକ ଓ ଉପନିର୍ବାଚକ ତଥା ଭୋଟର ପ୍ରକ୍ରିୟାରେ ସାମିଲ ସମସ୍ତ ଅଧିକାରୀ ଏହାର ଭାଗିଦାରୀ ବୋଲି ଶ୍ରୀ ନୀଳାଞ୍ଚଳ ମିଶ୍ର ପ୍ରକାଶ କରିଛନ୍ତି ।

ନିଳାଞ୍ଚଳ ମିଶ୍ର ଜଣେ ଉତ୍ତମ ଶିକ୍ଷକ ସହ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଭାବେ ସମସ୍ତ ବର୍ଗର ଶିକ୍ଷକଙ୍କୁ ଏକ ରଜୁରେ ବାନ୍ଧି ରଖିଛନ୍ତି । ନିର୍ବାଚନ ସମେତ ସରକାରୀ ଯୋଜନା ଏବଂ ସାମାଜିକ କାର୍ଯ୍ୟକ୍ରମ ଗୁଡ଼ିକରେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ସହ ସମାଜ ସେବା କ୍ଷେତ୍ରରେ ସର୍ବଦା ବ୍ରତୀ ରହିଥାନ୍ତି । ରାଜ୍ୟପାଳଙ୍କ ଦ୍ବାରା ସମ୍ମାନୀତ ହୋଇଥିବାରୁ ତାଙ୍କୁ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ର, ଛାତ୍ରୀ, ବୁଥ ସ୍ତରୀୟ ତଥା ନିର୍ବାଚନ ସମ୍ପର୍କିତ ଅଧିକାରୀଙ୍କ ଓ ରାୟଗଡା ଜନସାଧାରଣଙ୍କ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଡିଆପାରୀରେ ଅଘଟଣ,ପାଖ ପୋଖରୀ ରେ ବୁଡି ତିନି ବର୍ଷର ଶିଶୁ କନ୍ୟା ମୃତ

masiha

ବଜାରରେ ବଡ଼ା ଛତୁର ଚାହିଦା ଥିବା ବେଳେ,କିଲୋ ହଜାରେ,ପରିବା ମୂଲ୍ୟ ଅମୁଲ ମୂଲ, ଖାଉଟି ଚିନ୍ତାରେ

Sunil Chandra Nayak

ସରସ୍ବତୀ ବିଦ୍ୟାମନ୍ଦିରର ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!