ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ରେ ଜାତୀୟ ଭୋଟର ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅନ୍ତର୍ଗତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ, ତେରେସିଂହା ଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି “ଜାତୀୟ ଭୋଟର ଦିବସ” ଅବସରରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୋଟର ଦିବସ ବିଷୟରେ ସଚେତନତା କରାଯାଇଥିଲା l ସଭା କାର୍ଯ୍ୟକୁ ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ ପରିଚାଳନା କରିଥିଲେ l ଏଥିରେ ଶିକ୍ଷା ଅଧ୍ୟାପକ ସମୀର ପଧାନ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କନିଷ୍ଠ କିରାଣୀ ଭୂପିନ୍ଦର ରଣା ଓ ଚତୁର୍ଥ କର୍ମଚାରୀ ଡୋଳେଶ୍ୱର ରଣା, ଚମ୍ପୁଲାଲ ରଣା ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଇଂମ୍ଫା ଥେରୁବାଲି ରେ ଗର୍ବ ଓ ଦେଶଭକ୍ତି ସହ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ସମ୍ୱର୍ଦ୍ଧନା ପର୍ବ

Sunil Chandra Nayak

ବରିଷ୍ଠ ଆଇନଜୀବୀ ବୃନ୍ଦାବନ ଚନ୍ଦ୍ର ରଥ ଙ୍କ ବିୟୋଗରେ ଓକିଲ ସଂଘ ର ଶୋକ…

masiha

Leave a Comment

error: Content is protected !!