ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା ରେ ଜାତୀୟ ଭୋଟର ଦିବସ ପାଳିତ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଅନ୍ତର୍ଗତ କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟ, ତେରେସିଂହା ଠାରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି l ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି “ଜାତୀୟ ଭୋଟର ଦିବସ” ଅବସରରେ ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଭୋଟର ଦିବସ ବିଷୟରେ ସଚେତନତା କରାଯାଇଥିଲା l ସଭା କାର୍ଯ୍ୟକୁ ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ ପରିଚାଳନା କରିଥିଲେ l ଏଥିରେ ଶିକ୍ଷା ଅଧ୍ୟାପକ ସମୀର ପଧାନ, ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କନିଷ୍ଠ କିରାଣୀ ଭୂପିନ୍ଦର ରଣା ଓ ଚତୁର୍ଥ କର୍ମଚାରୀ ଡୋଳେଶ୍ୱର ରଣା, ଚମ୍ପୁଲାଲ ରଣା ପ୍ରମୁଖ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଢେ଼ଙ୍କାନାଳରେ ୨୩ତମ ଜାତୀୟ ମତ୍ସ୍ୟ ଦିବସ ପାଳିତ 

Sunil Chandra Nayak

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

masiha

ଡାବୁଗାଁ ରେ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!