ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକ ଶ୍ରୀ ତନ୍ତୀ ଙ୍କ ଦ୍ଵାରା କୁମ୍ଭାର ମାନଙ୍କୁ ସମ୍ମାନିତ

ବିଧାୟକ ଶ୍ରୀ ତନ୍ତୀ ଙ୍କ ଦ୍ଵାରା କୁମ୍ଭାର ମାନଙ୍କୁ ସମ୍ମାନିତ

ରାଉରକେଲା : ବିଶ୍ରା ଛକରୁ ବନ୍ଧମୁଣ୍ଡା ଯିବା ରାସ୍ତା କଡ଼ରେ ଘର କରି ରହୁଥିବା କୁମ୍ଭାର ମାନଙ୍କୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ସମ୍ମାନିତ କରିଛନ୍ତି । ମଠ ହେଉ କିମ୍ବା ମନ୍ଦିର ହେଉ ଅଥବା ଆଶ୍ରମ ହେଉ ମାଟିର ଦୀପଟିଏ ବିନା ଏହି ସ୍ଥାନକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁଙ୍କ ପୂଜା ଅଧୁରା ଥାଏ । କେବଳ ସେତିକି ନୁହେଁ ବର୍ଷ ସାରା ଅନୁଷ୍ଠିତ ହେଉଥିବା ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ମାନଙ୍କରେ କୁମ୍ଭାର ମାନଙ୍କ ହାତ ତିଆରି ମାଟିର ଦୀପଟିଏ ନିତ୍ୟାନ୍ତ ଆବଶ୍ୟକ । ସେ ଶୀତ ହେଉ କିମ୍ବା ଖରା କିମ୍ବା ବର୍ଷା ହେଉ ବର୍ଷ ତମାମ ଲୋକଙ୍କ ଏହି ଚାହିଦା ମେଣ୍ଟାଇବା ପାଇଁ କୁମ୍ଭାର ମାନେ ଝାଳବୁହା ପରିଶ୍ରମ କରିଥାନ୍ତି । ସମାଜ ପ୍ରତି ସେମାନଙ୍କର ଏହି ସମର୍ପଣ ଭାବନାକୁ ସମ୍ମାନ ଜଣାଇବା ପାଇଁ ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ତନ୍ତୀ ନିଜ ସମର୍ଥକ ମାନଙ୍କ ସହିତ ବିଶ୍ରା- ବନ୍ଧମୁଣ୍ଡା ରାସ୍ତା କଡରେ ନିଜ ପରିବାର ସହିତ ବାସ କରୁଥିବା ପ୍ରତ୍ୟେକ କୁମ୍ଭାର ମାନଙ୍କ ଘରକୁ ଯାଇ ଘରର ମୁଖିଆଙ୍କୁ ସମ୍ମାନିତ କରିବା ସହିତ ସେମାନଙ୍କର ସୁବିଧା ଅସୁବିଧା ସମ୍ବନ୍ଧରେ ପଚାରି ବୁଝିଥିଲେ । ଏହି ପରିଦର୍ଶନ ସମୟରେ କୁମ୍ଭାର ମାନଙ୍କ ହାତରେ ହାତ ମିଳାଇ ମେସିନ ମେସିନ ଦ୍ୱାରା ନିର୍ମିତ ହେଉଥିବା କେତୋଟି ମାଟି ଦୀପ ନିର୍ମାଣ କରିଥିଲେ । ଯାହା କୁମ୍ଭାର ଭାଇ ମାନଙ୍କୁ ବେଶ୍ ଉତ୍ସାହିତ କରିଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଟପ୍ପର ହେଲେ ଅର୍ପିତା ଏ-୧ରେ ୧୬,ଏ-୨ରେ୨୨ ଉତ୍ତୀର୍ଣ୍ଣ, ପୁଅଙ୍କ ଠାରୁ ଆଗରେ ଝିଅ

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

Sunil Chandra Nayak

ନୂଆପଡ଼ାରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର ନେଇ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ ମାତୃଭାଷାରେ ଭାବ ପ୍ରକାଶ ଅଧିକ ସହଜ ଓ ସ୍ୱାଭାବିକ: ଜିଲ୍ଲାପାଳ

Sunil Chandra Nayak

Leave a Comment

error: Content is protected !!