ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଟପ୍ପର ହେଲେ ଅର୍ପିତା ଏ-୧ରେ ୧୬,ଏ-୨ରେ୨୨ ଉତ୍ତୀର୍ଣ୍ଣ, ପୁଅଙ୍କ ଠାରୁ ଆଗରେ ଝିଅ

ନବରଙ୍ଗପୁର —(ମସିହା)ନବରଙ୍ଗପୁର ଜିଲ୍ଲା ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ଛାତ୍ରୀ ଅର୍ପିତା ବଳବନ୍ତ ମାଟ୍ରିକ୍ ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଛନ୍ତି l ସେ ସର୍ବାଧିକ ୫୭୨ ନମ୍ବର ଶତକଡା ୯୫.୩୩ ପ୍ରତିଶତ ମାର୍କ ରଖିଛନ୍ତି l ସେ ନବରଙ୍ଗପୁର ସହର ଜlମାଲ କଲୋନୀର ଶିକ୍ଷକ ମନୋଜ ବଳବନ୍ତ ଓ ଶିକ୍ଷୟତ୍ରୀ ଗୀତା ବେହେରା ଙ୍କ ସୁପୁତ୍ରି l ଅର୍ପିତା ଉକ୍ତ ସଫଳତା ପାଇବା ପାଇଁ ଦୈନିକ ୬ ଘଣ୍ଟା ପରିଶ୍ରମ କରୁ ଥିଲେ l ଏହାର ଶ୍ରେୟ ନିଜ ବାପା ମାଆ ଓ ଗୁରୁଜୀ ଗୁରୁମା’ଙ୍କୁ ଦେଇଛନ୍ତି l ଆଗାମୀ ଦିନରେ ସେ ଡାକ୍ତରୀ ପଢି ରୋଗୀଙ୍କ ସେବା କରିବାକୁ ଲକ୍ଷ ରଖିଛନ୍ତି l ସେହିପରି ସରସ୍ଵତୀ ଶିଶୁ ମନ୍ଦିର ର ଲିପସା ମହାନ୍ତି ୯୩.୬୭ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି l ଏ-୨ରେ ୭୨୨ ଜଣ,ବି-୧ରେ ୩ ହଜାର ୮୭୯ଜଣ,ବି-୨ ରେ ୫ ହଜାର ୪୭୨ ଜଣ, ସି- ଗ୍ରେଡ୍ ରେ ୩ ହଜାର ୧୩ ଜଣ,ଡି ଗ୍ରେଡ୍ ରେ ୮୬୯ ଜଣ, ଇ- ଗ୍ରେଡ୍ ରେ ୪୨୫ ଜଣ ଏବଂ ଏଫ୍-ଗ୍ରେଡ୍ ରେ ୨୮୧ ଜଣ, ପାସ କରିଛନ୍ତି l ଜିଲ୍ଲାରେ ସର୍ବମୋଟ ୧୪ ହଜାର ୩୯୬ ଜଣ ପାସ୍ କରିଥିବା ବେଳେ ପାସ୍ ହାର ଶତକଡା ୯୩.୯୮ ପ୍ରତିଶତ ରହିଛି l ଏଥିରେ ୭ ହଜାର ୬୭ ଜଣ ଛାତ୍ର ଓ ୭ ହଜାର ୩୨୯ ଜଣ ଛାତ୍ରୀ ପାସ୍ କରିଛନ୍ତି l ଏଥିରେ ପୁଅଙ୍କ ତୁଳନାରେ ଝିଅ ଆଗରେ ରହିଛନ୍ତି l ୧୬ ଜଣ ଏ- ୧ ଛାତ୍ର ଛାତ୍ରୀ ଙ୍କ ମଧ୍ୟରୁ ଜିଲ୍ଲାର ୬ ଜଣ ନବରଙ୍ଗପୁର ସରସ୍ଵତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ରହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

Sunil Chandra Nayak

ବ୍ରାହ୍ମଣ ଛେଣ୍ଡିଆ ହାଇସ୍କୁଲ ଠାରେ ଆଇନ ସଚେତନତା ଶିବିର

masiha

ଜୁନାଗଡ଼ ବ୍ଲକ ନନ୍ଦୋଲ ଠାରେ ଶକ୍ତି ସଦନ ପକ୍ଷରୁ ନାରୀ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!