ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଜଳ ସୁରକ୍ଷା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା: ଭାରତ ସରକାର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ମେହେର ଓ ଲେଖାପାଳ ଶ୍ରୀ ଦୁତୀୟ ବନଛୋରଙ୍କ ତତ୍ୱାବଧାନରେ କର୍ଲାମୁଣ୍ଡା ବ୍ଲକ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା ) ଗ୍ରାମର କଳାରୁଦ୍ର ଯୁବକ ସଂଘ ଓ ରାମଜୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆଜି ମ.ରାମପୁର ବ୍ଲକ ଓ କର୍ଲାମୁଣ୍ଡା ବ୍ଲକ ନିକଟସ୍ଥ କୁସୁର୍ଲା ମସ୍କାଦାଣ୍ଡି ଶାନ୍ତିବନ ପୋଖରୀ ପରିସର ସଫେଇ କରିଥିଲେ l ସଫେଇ କାର୍ଯ୍ୟକ୍ରମରେ ଶାନ୍ତିବନ ପୋଖରୀ ପରିସର ରେ ଥିବା ଅଳିଆ ଆବର୍ଜନା ତଥା କପଡା, ପଲିଥିନ ଓ ପାଣି ଭିତରେ ଥିବା ଡାଳପତ୍ର ସଫେଇ କରି ଜଳ ସୁରକ୍ଷା କାର୍ଯ୍ୟକ୍ରମ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାମଜୀ ସାଂସ୍କୃତିକ ଅନୁଷ୍ଠାନ କୁସୁର୍ଲା (ହଜାରୀପଡା) ଗ୍ରାମର ସଭାପତି ଶ୍ରୀଯୁକ୍ତ ଶ୍ୟାମରାଜ ସାହୁ, ସମାଜସେବୀ ଶ୍ରୀଯୁକ୍ତ ଜଗନ୍ନାଥ ସାହୁ, ସମାଜସେବୀ ଶ୍ରୀ ତ୍ରିଲୋଚନ ସାହୁ, ଠାକୁର ସାହୁ, ଧର୍ମରାଜ ସାହୁ, ନୀଳକଣ୍ଠେଶ୍ଵର ସାହୁ, ହରପ୍ରସାଦ ସାହୁ, ଭୈରବ ଶଙ୍କର ସାହୁ, ମନୋଜ ସାହୁ, ବିଜୁ ସାହୁ, ବାବୁଲାଲ ସାହୁ, ଆକାଶ ସାହୁ, ବିକାଶ ସାହୁ, ମେହେର ସାହୁ ଉପସ୍ଥିତ ରହି ପୋଖରୀ ସଫେଇ କରିବା ସହ ସ୍ୱଚ୍ଛ ଜଳ କିପରି ଭାବରେ ପାଇପାରିବା ସେହି ଉପରେ ସମସ୍ତେ ଶପଥ ପାଠ କରିଥିଲେ l ଶେଷରେ ଜାତୀୟ ଯୁବ ସ୍ୱେଚ୍ଛା ସେବୀ ଶ୍ରୀ ସନତ କୁମାର ସାହୁ ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟର ସହିତ ଧନ୍ୟବାଦ ଅର୍ପଣ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଢଉଗାଁ ରେ ସାଇବର ଠକେଇ ଓ ନିଶାମୁକ୍ତ ସମାଜ ସଚେତନତା

Sunil Chandra Nayak

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ୨୭ ଟି ଅଭିଯୋଗର ଶୁଣାଣି 

ଲୋକଙ୍କ ଭିତରେ କ୍ରାନ୍ତି ଚେତନା ଜାଗ୍ରତର ପ୍ରୟାସ

Sunil Chandra Nayak

Leave a Comment

error: Content is protected !!