ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ରେ ଜାତୀୟ କନ୍ୟା ସନ୍ତାନ ଦିବସ

ଧର୍ମଗଡ:୨୪/୧/୨୩: ଧର୍ମଗଡ ବ୍ଲକ ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଆଜି ବ୍ଲକ ସଭା ଗୃହ ଠାରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ବ୍ଲକ ଉପାଧ୍ୟକ୍ଷା ଜୁଲି ମେହେର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସମାନ୍ନିତ ଅତିଥି ଭାବେ ବ୍ଲକ ଶିକ୍ଷା ଧିକାରୀ ନବ କିଶୋର ସାହୁ,ସିଡିପିଓ ସୁଚରିତା ମହାପାତ୍ର, ପର୍ଲା ସ୍ୱାସ୍ଥ୍ୟ କେନ୍ଦ୍ର ଜନସ୍ଵାସ୍ଥ୍ୟ ଅଧିକାରୀ କିଶୋର ପଟେଲ,ସରପଞ୍ଚ ସଙ୍ଘ ସଭାପତି ହାତିରାମ ଦୁର୍ଗା, ଜିଲ୍ଲା ପରିଷଦ ସଭ୍ୟ ଗୋପୀନାଥ ମହାନନ୍ଦ ପ୍ରମୁଖ ଯୋଗ ଦେଇ ପୁଅ ଓ ଝିଅ ଙ୍କ ମଧ୍ୟ ରେ ଅସମାନତା ଦୂର କରିବା ଉପରେ ଗୁରୁତ୍ୱା ରୋପ କରି ବକ୍ତବ୍ୟ ରଖି ଥିଲେ। ବିଡ଼ିଓ ଶରତ କୁମାର ସେଠୀ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ ।

ଏହି ଅବସର ରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତା ରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇ ଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ସରୋଜ ପଣ୍ଡା ପରିଚାଳନା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷକ ରାଜେନ୍ଦ୍ର କୁମାର ଦୁରିଆ ସଂଯୋଜନା କରିଥିଲା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦମୟନ୍ତୀ ନାଏକ ଧନ୍ୟବାଦ ପ୍ରଦାନ କରିଥିଲେ ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଆମ ପୁଲିସ ର ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ବୁଦ୍ଧ ବିହାର ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ – ୨୦୨୫ ସମ୍ମାନ ପାଇଲେ ଲୋକପ୍ରିୟ କଣ୍ଠଶିଳ୍ପୀ ବହ୍ନିମାନ ରଥ 

masiha

ନୂଆପଡ଼ାରେ ‘ଉଦ୍ୟମୀ ଓଡ଼ିଶା ଏମ୍‌ଏସ୍‌ଏମ୍‌ଇ କାର୍ଯ୍ୟକ୍ରମ’ ଶୁଭାରମ୍ଭ
 ମହିଳା ଉଦ୍ୟମିତାକୁ ଗୁରୁତ୍ୱ, ଯୁବପିଢ଼ି ନିଯୁକ୍ତିଦାତା ହେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ

Sunil Chandra Nayak

Leave a Comment

error: Content is protected !!