ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୋଲାର ଯୋଗେ ପାଇପ୍ ପାଣି ଯୋଗାଣର ଶୁଭ ଉଦଘାଟନ

ବାଲେଶ୍ଵର,୨୪/୦୧/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗ ଗଣ୍ଡିବେଡ଼ ଶକ୍ତିପୀଠ ଅର୍ଥାତ୍ ମା ଚଣ୍ଡୀଙ୍କ ପୀଠରେ ପାଇପ୍ ଦ୍ବାରା ପରିସରର ବିଭିନ୍ନ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ବୋରିଂ ଆରମ୍ଭ ହୋଇଛି । ସୋଲାର ଦ୍ବାରା ହତାବନ୍ଦୀ ପାଖେ ପାଖେ ପାଇପ୍ ଯୋଗେ ପ୍ରତ୍ୟେକ ସ୍ଥାନକୁ ପାନୀୟ ଜଳ ଯୋଗାଇ ଦିଆଯିବ । ଏଥିପାଇଁ ତା ୨୪/୦୧/୨୩ ରିଖ ମଙ୍ଗଳବାର ଶୁଭ ପୂଜନ ପରେ ବୋରିଂ ଆରମ୍ଭ ହୋଇଛି । ଏଥିପାଇଁ ଯାହା ଅର୍ଥରାଶି ଖର୍ଚ୍ଚ ହେବ ତାହା ସରକାର ବହନ କରିବେ ବୋଲି ଟ୍ରଷ୍ଟ ପ୍ରକାଶ କରିଛି । ଏହି ଶୁଭ ପୂଜନ ବେଳେ ଟ୍ରଷ୍ଟୀ ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀଧର ଦାସ, ସଞ୍ଜୟ ତିଆଡି, ସମିତିସଭ୍ୟ ନାରାୟଣ ଦାସ, ରତ୍ନାକର ଦାସ, ପୂର୍ଣ୍ଣ ଚନ୍ଦ୍ର ଦାସ, ଇତିପ୍ରଭା ମହାପାତ୍ର, ବେଣୁଧର ତିଆଡି, ଅନନ୍ତ ପଣ୍ଡା ଓ ଭଗବାନ ସାହୁଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ । ସରପଞ୍ଚ, ସମିତିସଭ୍ଯ, ୱାର୍ଡ ମେମ୍ବର, ଟ୍ରଷ୍ଟୀ ନଡ଼ିଆ ପିଟି ଶୁଭ ଉଦଘାଟନ କରିବା ପରେ ଶକ୍ତିପୀଠର ଉନ୍ନତି ପାଇଁ ସମସ୍ତେ ଖୁସି ଅନୁଭବ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ହିନ୍ଦୋଳ ଏନ୍ ଏ ସି ରେ ଭୋଟ ଗ୍ରହଣ ସରିଲା: ଆସନ୍ତା ଏପ୍ରିଲ ୫ରେ ଗଣତି 

Sunil Chandra Nayak

ଭିକ୍ଷା ପିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ 

Sunil Chandra Nayak

ବ୍ଲକ ସ୍ତରିୟ ଗୁରୁପୁର୍ଣିମା ଅବସରରେ ଗାୟତ୍ରି ପରିବାର ପକ୍ଷରୁ ବୃକ୍ଷରୋପଣ

Leave a Comment

error: Content is protected !!