ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ପୁଷ୍ଟିକର ଖାଦ୍ୟ ମେଳା

ମୟୂରଭଞ୍ଜ – (ମସିହା)ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଇଆରଡିଏମଏସ ଆନୁକୁଲ୍ୟରେ ରାଇରଙ୍ଗପୁର ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ମାଣ୍ଡିଆ ଦ୍ବାରା ପ୍ରସ୍ତୁତ ସୁସ୍ବାଦୁ ପୁଷ୍ଟିକର ଖାଦ୍ୟ ମେଳା ମୁଖ୍ୟ ଅତିଥି ବାମନଘାଟୀ ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା କୃଷି ଅଧିକାରୀ କିସୁନ ମୁର୍ମୁ,ବ୍ଳକ କୃଷି ଅଧିକାରୀ ପ୍ରଦୀପ କୁମାର ଦାସ, କୃଷି ଅଧିକାରୀ ଧରିତ୍ରୀ ଟୁଡୁ,ଶିଶୁ ବିକାଶ ଉନ୍ନୟନ ଅଧିକାରୀ ଚମ୍ପାମଣି ମୁର୍ମୁ,ମିଶନ ଶକ୍ତି ବିପିନି ସ୍ବର୍ଣ୍ଣାଭ ସାହୁ,ଆଇଆରଡିଏମଏସ ବ୍ଳକ ସଂଯୋଜକ ଅଜୟ କୁମାର ପାତ୍ର,ଉପ ବ୍ଳକ ସଂଯୋଜକ ଖୁସୁବୁ ପାଲ ପ୍ରମୁଖ ଯୋଗ ଦେଇଥିଲେ । ମାଣ୍ଡିଆ ଚାଷର ଉପକାରୀ ତା,ଵ୍ଯବହାରିତା, ଦୈନନ୍ଦିନ ଖାଦ୍ୟରେ ବ୍ୟବହାର କରିବା,ଚାଷ କରିବା, ଚାଷର ପ୍ରଣାଳୀ, ଚାଷ ପାଇଁ ସରକାରୀ ପ୍ରୋତ୍ସାହନ ରାଶି,ଅମଳକୁ ବିକ୍ରୟ ବ୍ୟବସ୍ଥା ପ୍ରତି ଚାଷୀମାନଙ୍କୁ ସଚେତନ କରାଇବାହିଁ ଏକମାତ୍ର ଉଦ୍ଦେଶ୍ୟ ବୋଲି ଅତିଥିଗଣ ଉପସ୍ଥିତ ବ୍ଳକର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଚାଷୀ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇ ସଚେତନ କରାଇଥିଲେ । ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ବାରା ମାଣ୍ଡିଆ ପ୍ରସ୍ତୁତ ବିଭିନ୍ନ ପ୍ରକାର ସୁସ୍ଵାଦୁ ଖାଦ୍ୟ ବରା,ଆଳୁଚପ୍,ଖିରୀ,ମାଲପା,,ଝିଲାପି,ଖୁଡୁମା ,ଲଡୁ,ଭୁଆଁ,ପିଠା,ପକୁଡି ପ୍ରଭୃତି ପ୍ରଦର୍ଶିତ ହୋଇଥିଲା । ଅତିଥି ଗଣ ଓ ଚାଷୀମାନେ ଏହି ଖାଦ୍ୟକୁ ଖାଇ ବହୁତ ଖୁସି ହୋଇଥିଲେ । ଚଳିତବର୍ଷ ବ୍ଳକରେ ୩୦୦ ହେକ୍ଟର ମାଣ୍ଡିଆ ଚାଷ କରାଯିବା ପାଇଁ ଆଇଆରଡିଏମଏସ ତରଫରୁ ଧାର୍ଯ୍ୟ ରଖାଯାଇଛି । ଚାଷୀମାନେ ମାଣ୍ଡିଆ ଚାଷ ଉପରେ ଆବଶ୍ୟକୀୟ ଜ୍ଞାନ ଆହରଣ କରି ମାଣ୍ଡିଆ ଚାଷ ପାଇଁ ମନ ବଳାଇଥିଲେ ।ଶେଷରେ ଆଇଆରଡିଏମଏସର ବ୍ଳକ ସଂଯୋଜକ ଅଜୟ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଆଇଆରଡିଏମଏସର‌ କର୍ମଚାରୀଵୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆଦିତ୍ୟ ଆଲୁମିନା ରିଫାଇନେରୀ ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

ବିଶ୍ୱ ଯୁବ ଦକ୍ଷତା ଦିବସ ‘2024 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ; ୧୭ ବର୍ଷ ପରେ ମଧ୍ୟ ସାର୍ବଜନୀନ ହେଉନି ତଦନ୍ତ ରିପୋର୍ଟ

Sunil Chandra Nayak

Leave a Comment

error: Content is protected !!