ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରା ତୀର୍ଥ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା

ଚନ୍ଦାହାଣ୍ଡି (ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଅଂଚଳରୁ ଉମରା ତୀର୍ଥ ଯାତ୍ରା ନିମନ୍ତେ ଗସ୍ତ କରୁଥିବା ତୀର୍ଥ ଯାତ୍ରୀ ଙ୍କୁ ମୋହରା ସୁନ୍ନୀ ଜାମା ମସଜିଦ ଆନୁକୂଲ୍ୟରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଚଳିତ ବର୍ଷ ମହମ୍ମଦ ହାରୁନ ମାଲକାନି, ତାଙ୍କ ଧର୍ମପତ୍ନୀ ହସିନା ବାଇ , ଝିଅ ଅପସାନା ବାନୋ ଏବଂ ଜ୍ବାଇଁ ମହମ୍ମଦ ନାସିର ଉମରା ତୀର୍ଥ ନିମନ୍ତେ ମକ୍କା ଏବଂ ମଦିନା ଯାତ୍ରା କରିଛନ୍ତି । ଆଜି ଏହି ଅବସରରେ ମୋହରା ମସଜିଦ୍ ପରିସରରେ ମସଜିଦ୍ କମିଟି ତଥା ବନ୍ଧୁ ବାନ୍ଧବ ଙ୍କ ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଅୟୋଯନ କରାଯାଇଥିଲା । ଏହି ଅବସରରେ ଉମରା ଯାତ୍ରା କରୁଥିବା ତୀର୍ଥ ଯାତ୍ରୀ ଙ୍କ ଯାତ୍ରା ସୁଗମ ହେଉ ବୋଲି ଉପସ୍ଥିତ ସମସ୍ତ ମୁସଲମାନ ଭାଇ ମାନେ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଏମାନେ ୨୨ ଦିନ ମଦିନା ଏବଂ ମକ୍କା ଠାରେ ରହିବେ ବୋଲି ଜଣାପଡିଛି ।ଇଦୁଲ ଫିତର ପାଳନ କରି ସମସ୍ତେ ଫେରିବେ । ଏହି କାର୍ଯ୍ୟକ୍ରମରେ ମହମ୍ମଦ ୟୁନୁସ ଅବଦୁଲ ମଜିଦ, ମହମ୍ମଦ ହନିଫ, ମହମ୍ମଦ ଅସଲମ,ମହମ୍ମଦ ଇଜାଜ,ମହମ୍ମଦ ଇକବାଲ,ଅନିସ ହିଙ୍ଗୋରା, ବୁଶ୍ରା ବାନୋ,ସନ୍ନା ବାନୋ,ମହମ୍ମଦ ହୁସେନ,ମହମ୍ମଦ ସାହିଲ ପ୍ରମୂଖ ଉପସ୍ଥିତ ଥିଲେ ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ମୁଣ୍ଡରେ ଲୁହା ରୋଡ଼ ପସି ବାଳକ ଗୁରୁତର

Sunil Chandra Nayak

ଶିକ୍ଷାବିତ୍ ପ୍ରମୋଦିନୀ ମିଶ୍ରଙ୍କ ବିୟୋଗରେ ସ୍ମୃତି ସଭା ଅନୁଷ୍ଠିତ

Sunil Chandra Nayak

ଆଉ ନାହାଁନ୍ତି ବରିଷ୍ଠ ସମାଜସେବୀ ରବିନ୍ଦ୍ରନାଥ ପତି,ଆଜିବି ମନେପଡେ ସ୍ମୃତି ବିଜଡ଼ିତ ଅତୀତ 

Sunil Chandra Nayak

Leave a Comment

error: Content is protected !!