ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା

ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳାର ଦ୍ୱିତୀୟ ଅର୍ଘ୍ୟ : ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ବକ୍ତୃତା 

ରାଉରକେଲା/ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଆରମ୍ଭ ହୋଇଥିବା ‘ନିର୍ମଳ ମୁଣ୍ଡା ସ୍ମାରକୀ ବୌଦ୍ଧିକ ବକ୍ତୃତା ଶୃଙ୍ଖଳା’ର ଦ୍ୱିତୀୟ କାର୍ଯ୍ୟକ୍ରମରେ ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ଶୀର୍ଷକ ବକ୍ତୃତାରୁ ଅନୁଷ୍ଠିତ ହୋଇଛି। ରସାୟନ ବିଭାଗ ପକ୍ଷରୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ବିଭାଗୀୟ ଅଧ୍ୟାପିକା ଡ଼ଃ ସ୍ମୃତି ସ୍ନିଗ୍ଧା ମିଶ୍ର। ସ୍ବର୍ଗତ ନିର୍ମଳ ମୁଣ୍ଡାଙ୍କ ନାମରେ ଆରମ୍ଭ ହୋଇଥିବା ଏହି ସ୍ମାରକୀ ବକ୍ତୃତାମାଳା ମାଧ୍ୟମରେ ଭିନ୍ନ ଭିନ୍ନ ବିଷୟ ଓ ପ୍ରସଙ୍ଗ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯାଉଛି ଏବଂ ଏହା ସେମାନଙ୍କର ଜ୍ଞାନର ଦିଗନ୍ତକୁ ବୃଦ୍ଧି କରିବାରେ ସହାୟକ ହେଉଛି ବୋଲି ପ୍ରଫେସର ବେହେରା ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ବକ୍ତୃତା ଶୃଙ୍ଖଳା କାର୍ଯ୍ୟକ୍ରମର ସଂଯୋଜିକା ତଥା ବିଭାଗୀୟ ମୁଖ୍ୟ ଡ଼ଃ ସସ୍ମିତା ସାମଲ ବକ୍ତୃତା ଶୀର୍ଷକ ସମ୍ପର୍କରେ ସମ୍ୟକ ସୂଚନା ଦେଇଥିଲେ। ବିଭାଗୀୟ ପ୍ରାଧ୍ୟାପକ ଡ ପ୍ରତାପ କୁମାର ସ୍ୱାଇଁ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ଏଥିରେ ଏନ୍‌ଆଇଟି ରାଉରକେଲାର ରସାୟନ ବିଭାଗର ପ୍ରାଧ୍ୟାପକ ଡ଼ଃ ସୌରଭ ଚାଟାର୍ଜୀ ଯୋଗଦେଇ ‘ଆମ ଚତୁପାର୍ଶ୍ବରେ ବିଜ୍ଞାନ ବନାମ ପ୍ରଯୁକ୍ତି ବିଦ୍ୟା ସମ୍ପର୍କୀତ ନୂତନ ଧାରଣା’ ଶୀର୍ଷକରେ ଆଲୋଚନା କରିଥିଲେ। ଆମର ଦୈନନ୍ଦିନ ଜୀବନରେ ଆମ ଚାରିପାଖରେ ହେଉଥିବା ବିଭିନ୍ନ ସାଧାରଣ ଘଟଣା ସହିତ ବିଜ୍ଞାନର ସମ୍ପର୍କରେ ଡ଼ଃ ଚାଟାର୍ଜୀ ସୂଚନା ଦେବା ସହ ଦୀପାବଳିରେ ବ୍ୟବହୃତ ବିଭିନ୍ନ ପ୍ରକାରର ବାଣ ଓ ହାର ଆଲୋକ ସମ୍ପର୍କୀତ ବିଜ୍ଞାନ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କୀତ ବିଭିନ୍ନ ପ୍ରଶ୍ନ ପଚାରିବା ସହ ଉତ୍ତର ପାଇଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ଡ଼ଃ ସୋନିଆ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥିରେ ବିଭିନ୍ନ ବିଭାଗର ଅଧ୍ୟାପିକା ଓ ଅଧ୍ୟାପକଙ୍କ ସମେତ ରସାୟନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

୮ଦଫା ଦାବୀ ନେଇ ଭୁବନେଶ୍ୱର ଅଭିମୁଖେ ସାଇକେଲ ଯାତ୍ରା

Sunil Chandra Nayak

ଆର୍ଟ ଅଫ ଗିଭିଂ ଡେ ପାଳନ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ୱାରା ସଂପର୍କିତ ଆଇନ୍ ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!