ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ

ବାଦାମ ପାହାଡ଼ ରେଳ ଷ୍ଟେସନ ନିକଟରୁ ଜବରଦଖଲ ଉଚ୍ଛେଦ

  ମୟୂରଭଞ୍ଜ- ( ମସିହା) ମୟୁରଭଞ୍ଜ ଜିଲ୍ଲାର କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ କରାଯାଉଛି। ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ବାଦାମ ପାହାଡ଼ ରେଳ ଷ୍ଟେସନର ଉନ୍ନତି କରଣ ନିମନ୍ତେ ଜବରଦଖଲ ଉଚ୍ଛେଦ ପ୍ରକିୟା ହୋଇଯାଇଛି। କେନ୍ଦ୍ର ସରକାର ଙ୍କ ଅନୁମୋଦନ କ୍ରମେ ରାଇରଙ୍ଗପୁର ଏବଂ ବାଦାମ ପାହାଡ ରେଳ ଷ୍ଟେସନକୁ ଅମୃତ ଭାରତ ଷ୍ଟେସନ ଯୋଜନାରେ ସାମିଲ କରାଯାଇଛି। ଏଣୁ ବାଦାମ ପାହାଡ଼ ଷ୍ଟେସନର ସର୍ବାଙ୍ଗୀନ ଉନ୍ନତି କରଣ ନିମନ୍ତେ ରେଳ ଜମି ଚିହ୍ନଟ କରାଯାଇ ଜବରଦଖଲ ଉଚ୍ଛେଦ କରାଯାଇଛି ।ଵାଦାମପାହାଡ ଭଗ୍ନସ୍ତୁପରେ ପରିଣତ ହୋଇଛି ।

 ଏଥିରେ ୫୦ରୁ ଉର୍ଦ୍ଧ୍ବ ଦୋକାନୀ ଏବଂ ଉଠା ଦୋକାନୀ ଏବଂ ୧୦୦ରୁ ଉର୍ଦ୍ଧ୍ବ ବସ୍ତି ବାସିନ୍ଦା ଙ୍କ ବାସଗୃହ ଉଛେଦ କରାଯାଇଛି । ପ୍ରକାଶ ମୁତାବକ ବହୁ ପୁରାତନ ବାଦାମ ପାହାଡ଼ ରେଳ ଷ୍ଟେସନ ଉନ୍ନତି କରଣ ନିମନ୍ତେ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି ଏବଂ ୩ ଟି ନୂତନ ଟ୍ରେନ ବାଦାମ ପାହାଡ଼ ରୁ ରାଉରକେଲା, ବାଦାମ ପାହାଡ଼ ରୁ ସାଲିମାର ଏବଂ ବାଦାମ ପାହାଡ ଟାଟା ନଗର ନୂତନ ଟ୍ରେନ ଚାଲିବା ନେଇ ସୂଚନା ମିଳିଛି। ଆସନ୍ତା ୨୦/୨୧ ଦୁଇଦିନିଆ ଗସ୍ତରେ ମହାମହିମ ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଗସ୍ତରେ ଵାଦାମପାହାଡ ମଧ୍ୟ ଆସୁଛନ୍ତି ।୨୧ ତାରିଖ ଦିନ ମଧ୍ୟ ଏହି ନୂତନ ଟ୍ରେନ ଚଳାଚଳର ଶୁଭାରମ୍ଭ ହେଵ । ଗତ ନଭେମ୍ବର ୪ ତାରିଖ ଜି ଏମ୍ ଅନିଲ କୁମାର ମିଶ୍ର, ଡି ଆର୍ ଏମ୍ ଜେ ରାଠୋର, ରେଳ ବିଭାଗ ର ଇଞ୍ଜିନିୟର ଏବଂ ରେଳ ବିଭା ର ଅନେକ ବରିଷ୍ଠ ଅଧିକାରୀ ତଦାରଖ ପାଇଁ ଆସିବା ସହ ଯୁଦ୍ଧ କାଳୀନ ଭିତ୍ତିରେ ଉନ୍ନତି କରଣ ପ୍ରକିୟା ଜାରି ରଖିଛନ୍ତି। ୫୦ ରୁ ଉର୍ଦ୍ଧ୍ବ ଦୋକାନୀ ,ଉଠା ଦୋକାନୀ,୧୦୦ ରୁ ଉର୍ଦ୍ଧ୍ବ ବସ୍ତିବାସିନ୍ଦା ଦୀର୍ଘ ୭୦/୮୦ ବର୍ଷରୁ ଉର୍ଦ୍ଧ୍ବ ହେଲା ରହି ବେପାର କପାଳ, କାମଧନ୍ଦା କରି ଚଳୁଥିଲେ ।ଏହି ପ୍ରବଳ ଶିତର ଜାଡରେ ବାସହରା ଦୋକାନୀ ବସ୍ତିବାସିନ୍ଦା ନିରିହ ଆଦିବାସୀ ସମେତ ଅନ୍ୟମାନେ କୁଆଡେ ଯିବେ ,ଗୋରୁ ଗାଇ,ଛେଳି,ମେଣ୍ଢା ଘରେ ରୋଗୀଣା ମୂରବୀ ମାନଙ୍କୁ ନେଇ କୁଆଡେ ଯିବେ ଚିନ୍ତାରେ ପଡ଼ିଛନ୍ତି ।ପ୍ରଶାସନକୁ ସହାୟତା ଓ ଥଇଥାନ ପାଇଁ ବିସ୍ଥାପିତ ବାସହରା ଲୋକେ ଲଉହଛଳ ଜଳ ଆଖିରେ ନିବେଦନ କରିଛନ୍ତି ।ଘର ଉଛେଦ ସମୟରେ ରେଳବାଇ ପୋଲିସ୍ ସମେତ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଉମାଶଙ୍କର ମହାରଣା,ଏସଡିପିଓ ଗୋକୁଳାନନ୍ଦ ସାହୁ, ବାଦାମ ପାହାଡ଼ ତହସିଲଦାର ସାରିକାରାଣୀ ଧମାଲ,ବାଦାମ ପାହାଡ଼ ଥାନାଧିକାର, ଏବଂ ଅନ୍ୟ ପୋଲିସ କର୍ମଚାରୀ ଓ ପୋଲିସ ଫୋର୍ସ ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ବିଗ୍ନାନ ବିଦ୍ୟାଳୟ ରୟଗଡା ଦ୍ବାରା ଶିଶୁ ଦିବସ ପାଳିତ

masiha

ରାଇରଙ୍ଗପୁର ଗୋଶାଳାରେ ଗୋପାଷ୍ଟମୀ ପାଳିତ

masiha

ଇତିହାସ ରଚିଲା ସଂଯୋଗୀ ସାହିତ୍ୟ ସଂସଦ, ବାର୍ଷିକ ଉତ୍ସବରେ କବିମାନେ ପଢିଲେ ଏକପଦୀ କବିତା

masiha

Leave a Comment

error: Content is protected !!