ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ  

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ପାଳିତ  

  ଢ଼େଙ୍କାନାଳ,ତା. ୨୫.୧୨.୨୪- ଆଜି ସାରା ରାଜ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ସମାରୋହ ସୁଶାସନ ଦିବସ ଭlବେ ପାଳିତ ହୋଇଯାଇଛି।ଏହି ଅବସରରେ ଆଜି ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲପାଳ ଶ୍ରୀ ସୋମେଶ କୁମାର ଉପାଧ୍ୟାୟ ବାଜପେୟୀ ଭାରତୀୟ ରାଜନିତୀରେ ସଂସ୍କାର ଆଣି ନୂତନ ଦିଗ୍ ଦର୍ଶନ ଦେଇଥିଲେ ବୋଲି ପ୍ରକାଶ କରିଥିଲେ ।ସେ ଭାରତକୁ ପରମାଣୁଶକ୍ତିରେ ବଳିୟାନ କରିଥିଲେ । ତାଙ୍କ ଶାସନ କାଳରେ ଦେଶର ବହୁବିଧ ଉନ୍ନତି ଓ ପ୍ରଶାସନିକ ସଂସ୍କାର ସମ୍ଭବ ହୋଇପାରିଥିଲା । ସାରା ଦେଶରେ ଯୋଗା ଯୋଗ କ୍ଷେତ୍ରରେ ଅଭୁତପୂର୍ବ ବିକାଶ ସମ୍ଭବ ହୋଇପାରିଥିଲା। ବିଶ୍ଵସ୍ତରରେ ଭାରତରେ ସମ୍ମାନ ବୃଦ୍ଧି, ସୁରକ୍ଷା ପ୍ରତି ତାଙ୍କର ଅବଦାନ ଚ଼ିର ସ୍ମରଣୀୟ । ସେ ଜଣେ ଅନନ୍ୟ କବି ଓ ବକ୍ତା ମଧ୍ୟ ଥିଲେ। ବିଜ୍ଞାନ ଦ୍ୱାରା ଭାରତ ଅଧିକ ଆଗେଇ ପାରିବ ବୋଲି ସେ ଭଲ ଭାବରେ ବୁଝି ଥିଲେ।ସେଥି ପାଇଁ ସେ ଜୟ ବିଜ୍ଞାନର ନାରା ଦେଇଥିଲେ। । ସେ ସନ୍ୟାସବ୍ରତ ପାଳନକରିବା ସହିତ ଦେଶ ସେବାରେ ନିଜକୁ ଉତ୍ସର୍ଗୀକୃତ ସେବା କରିଥିଲେ। ତାଙ୍କର ଜୀବନ ପ୍ରେରଣାଦାୟୀ ଥିଲା। ତେଣୁ ତାଙ୍କର ଆଦର୍ଶରେ ଅନୁପ୍ରାଣୀତ ହେଇ ଦେଶ ମାତୃକାର ସେବା ନିମନ୍ତେ ଆଗେଇ ଆସିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।                    

       ମୁଖ୍ୟ ବକ୍ତା ଭାବେ ଢେଙ୍କାନାଳ ମହାବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀ ଦିଲିପ୍ କୁମାର ମଲିକ ଯୋଗଦେଇ କହିଥିଲେ ଗଣତନ୍ତ୍ର ସୁଦୃଢ଼ କରି ଜନ ସାଧାରଣ ଙ୍କୁ ସୁଶାସନ ପ୍ରଦାନ କରିବା ବାଜପେୟୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା । ସେ ଥିଲେ ଅନନ୍ୟ।ତାଙ୍କ ଶାସନ କାଳରେ ବୈଦେଶିକ ନୀତିବଳିଷ୍ଠ ହୋଇ ପାରିଥିଲ। । ତାଙ୍କର ଦିଗ୍ଦର୍ଶନ ଦ୍ୱାରା ସର୍ବଶିକ୍ଷI ଅଭିଯାନ ବଳିଷ୍ଠ ହୋଇ ପାରିଥିଲା । ଗଣତନ୍ତ୍ରକୁ ଅଧିକ ମଜବୁତ୍ କରିବାକୁ ଆହ୍ବାନ ଦେଇ ବସ୍ତୁବାଦୀ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଜାତା ପ୍ରିୟଦର୍ଶିନୀ ଏବଂ ପୌର ନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ବେଉରା ଯୋଗ ଦେଇ ଭାରତରତ୍ନ ଅଟଳ ବିହାରୀଙ୍କ ବାଜପେୟୀଙ୍କ ଗୁଣଗାରିମା ବର୍ଣ୍ଣନା କରିଥିଲେ ।ଏହି ଉତ୍ସବରେ ଶତାଧିକ ମହିଳା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ । ଶ୍ରୀ ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶେଷରେ ଜିଲ୍ଲା ସୂଚ଼ନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ରାସ୍ତାରେ ମହାବଳ ବାଘ:: ଅଞ୍ଚଳରେ ଭୟର ବାତାବରଣ 

Sunil Chandra Nayak

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

masiha

Leave a Comment

error: Content is protected !!