ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁଆକେରା-ସାନଦଲକୀ ବ୍ରିଜର ନିର୍ମାଣ କାର୍ଯ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ

ଲୁଆକେରା-ସାନଦଲକୀ ବ୍ରିଜର ନିର୍ମାଣ କାର୍ଯ୍ୟ
ବିଭାଗୀୟ ଅଧିକାରୀଙ୍କ ସହ ଘଟଣାସ୍ଥଳ ପରିଦର୍ଶନ କଲେ ବିଧାୟକ

ରାଉରକେଲା ୯/୪, ସହରର ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳ ଦେଇ ଯାଇଥିବା କୋଏଲ ନଦୀ ଏବଂ ଜଲଦା ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁବିଧା ନିମନ୍ତେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଗତ ଫେବୃୟାରୀ ମାସରେ ନିଜ ଅଞ୍ଚକର ବିଭିନ୍ନ ସ୍ଥାନରେ ପ୍ରାୟ ୯ଟି ସ୍ଥାନରେ କଂକ୍ରିଟ୍ ପୋଲ (ବ୍ରିଜ୍) ନିର୍ମାଣ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଫଳରେ ଗତ ମାର୍ଚ୍ଚ ମାସରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମଗ୍ର ଓଡ଼ିଶାର ବିଭିନ୍ନ ସ୍ଥାନରେ ମୋଟ ୮୭ଟି କଂକ୍ରିଟ୍ ପୋଲ ବା ବ୍ରିଜ ନିର୍ମାଣ ପାଇଁ ଅନୁମୋଦନ କରାଯାଇଥିଲା। ତନ୍ମଧ୍ୟରୁ ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୩ଟି କଂକ୍ରିଟ ପୋଲ ଅନ୍ତର୍ଭୁକ୍ତ। ଇସ୍ପାତ ସହରାଞ୍ଚଳର ସେକ୍ଟର-୧୫ ନିକଟରେ ଥିବା ଲୁଆକେରା ନିକଟ ଦେଇ ଯାଇଥିବା କୋଏଲ ନଦୀ ଆର ପଟରେ ଥିବା ସାନଦଲକୀ ଗ୍ରାମ ରାସ୍ତାକୁ ସଂଯୋଗ କରୁଥିବା ୩୦୦ମିଟର ଲମ୍ବ ବିଶିଷ୍ଟ ଏକ ବ୍ରିଜ ମଧ୍ୟ ଅନ୍ତର୍ଭୁକ୍ତ ଅଛି । ଏହି ବ୍ରିଜ ନିର୍ମାଣ କାର୍ଯ୍ଯ ଆରମ୍ଭ ପୂର୍ବରୁ ଗ୍ରାମ ଉନ୍ନୟନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ନିର୍ମାଣ ହେବାକୁଥିବା ଲୁଆକେରା ଗ୍ରାମ ନିକଟରେ ଥିବା କୋଏଲ ନଦୀ କୂଳକୁ ଯାଇ ଆବଶ୍ୟକ ତଦାରଖ କରିଥିଲେ । ବିଧାୟକଙ୍କ ସହ ବିଜେପି ନେତା ଅଜୟ କଂସାରୀଙ୍କ ସମେତ ଅନ୍ୟମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । 

        ଏଠାରେ ସୂଚନାଯୋଗ୍ୟ କି, ଅନ୍ୟ ଦୁଇଟି ବ୍ରିଜ ମଧ୍ଯରେ ରହିଛି ଜଲଦା ଗ୍ରାମ ନିକଟ ଦେଇ ବହିଯାଇଥିବା ବ୍ରାହ୍ମଣୀ ନଦୀ କୂଳର କଂସର ଗ୍ରାମରୁ ନଦୀ ଆରପଟେ ଥିବା ଢିପା ଟୋଲ୍ଲା ପର୍ଯ୍ୟନ୍ତ ଏବଂ ଅନ୍ୟଟି ବାରବେଡା ଗ୍ରାମରେ ଥିବା ଆର ଡ଼ି ରୋଡ଼ ଉପରେ ଥିବା ନାଳ ଉପରେ ଏକ ବ୍ରିଜ ନିର୍ମାଣ ପାଇଁ ସରକାରଙ୍କ ଅନୁମୋଦନ ପାଇସାରିଛି । ଅତିଶୀଘ୍ର ଏହି ଦୁଇଟି ବ୍ରିଜର ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ଦୁର୍ଗା ଚରଣ ତନ୍ତୀ ସୂଚନା ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କର୍ଲାମୁଣ୍ଡାରେ ଜନ ଶୁଣାଣି ଶିବିର ଅନୁଷ୍ଠିତ

masiha

ଗଣେଶ ପୂଜା ଉପଲକ୍ଷେ ଵହଳଦାର ସିଦ୍ଧି ବିନାୟକ ଗେଙ୍ଗଷ୍ଟାର କ୍ଲବ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ

Sunil Chandra Nayak

ମଣ୍ଡେଇ ଶୁଭାରମ୍ଭ ପାଇଁ ଜୋରଦାର ପ୍ରସ୍ତୁତି 

masiha

Leave a Comment

error: Content is protected !!