ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

କାମାକ୍ଷାନଗର – କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷ ପାଳନ ଅବସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପ ଜିଲ୍ଲାପାଳ ଦିନମଣି ନାୟକ ଯୋଗଦାନ କରି ଶିବିର ଉଦଘାଟନ କରିଥିଲେ । ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ରକ୍ତଦାନ ଶିବିରର ମହତ୍ତ୍ୱ ବିଷୟରେ ଅବଗତ କରାଇ ଥିଲେ । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ ପ୍ରଶାନ୍ତ କୁମାର ମହାନ୍ତି ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇ ପ୍ରଥମେ ରକ୍ତଦାନ କରି ଏହି ପବିତ୍ର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ । ପ୍ରାଧ୍ୟାପକ ଶ୍ରୀକାନ୍ତ କୁମାର ପ୍ରଧାନ, ଯୁବରେଡକ୍ରସ କାଉନସେଲର ଅଧ୍ୟାପକ ଶରତ ଚନ୍ଦ୍ର ବେହେରା,ଜାତୀୟ ସେବା ଯୋଜନା ଅଧିକାରୀ ରଶ୍ମିରଞ୍ଜନ ସେନାପତି, ଅଧ୍ୟାପିକା ଭାଗ୍ୟଶ୍ରୀ ସାହୁ, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅଧିକାରୀ ରାକେଶ କୁମାର ପଲେଇ , ଅଧ୍ୟାପକ ଡ ଶ୍ରୀବତ୍ସ କୁମାର ସାହୁ, ପ୍ରଦୀପ କୁମାର ମହାପାତ୍ର, ଡ ଜୟକୃଷ୍ଣ ମିଶ୍ର, ଶ୍ରୀଧର କୁମାର ଜାଲି, ଅଧ୍ୟାପିକା ବୀଣାପାଣି ନାୟକ, ଶିକ୍ଷା କର୍ମଚାରୀ ପଞ୍ଚାନନ ଜେନା, ଶରତ ଚନ୍ଦ୍ର ରାଉତ, ପ୍ରଦ୍ୟୁମ୍ନ କୁମାର ଦେହୁରୀ, ଶିବଜ୍ୟୋତି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଅଛି। ଢେଙ୍କାନାଳ ରକ୍ତ ଭଣ୍ଡାର ର ପଦରମାନନ୍ଦ ପଣ୍ଡାଙ୍କ ତତ୍ୱାବଧାନରେ କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ,ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ବିଜୟଶ୍ରୀ ସମ୍ମାନ’ ପାଇଲେ ଚାରି ବିଶିଷ୍ଟ ଅଧ୍ୟାପକ ଡ. ବିଜୟ ପଟ୍ଟନାୟକ ଭାଷା ସାହିତ୍ୟର ଚିର ସମୃଦ୍ଧ ସ୍ବାକ୍ଷର ଓ ଗଙ୍ଗାଧର ଓଡ଼ିଆ ସାହିତ୍ୟର ଅଭିମନ୍ୟୁ 

Sunil Chandra Nayak

ପରିବେଶର ସୁରକ୍ଷା ପାଇଁ ଅନ୍ତର୍ଭୁକ୍ତୀ କରଣ ପରିଯୋଜନା : ଡ଼. ପଦ୍ମଚରଣ

Sunil Chandra Nayak

ଓଡ଼ିଆ ପକ୍ଷ ପାଳନ ଅବସରରେ ଲୋକକଳା ପାଇଁ ଦିନଟି ,ବରିଷ୍ଟ କଳାକାରଙ୍କୁ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!