ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରାମଣ୍ଡଳୀ ଷ୍ଟେସନ୍‌ରୁ ୧୧ ଶିଶୁ ଶ୍ରମିକ ଉଦ୍ଧାର  : ଆଧାରକାର୍ଡ଼ ଜାଲିଆତି କରି ବୟସ ବଢ଼ାଇଛନ୍ତି   ଟ୍ରେନ୍‌ରେ ଯିବାକୁ ଅପେକ୍ଷା କରିଥିବା ବେଳେ ଚଢ଼ଉ

ମେରାମଣ୍ଡଳୀ ଷ୍ଟେସନ୍‌ରୁ ୧୧ ଶିଶୁ ଶ୍ରମିକ ଉଦ୍ଧାର 
: ଆଧାରକାର୍ଡ଼ ଜାଲିଆତି କରି ବୟସ ବଢ଼ାଇଛନ୍ତି 
 ଟ୍ରେନ୍‌ରେ ଯିବାକୁ ଅପେକ୍ଷା କରିଥିବା ବେଳେ ଚଢ଼ଉ
ଚଢ଼ଉ ପୂର୍ବରୁ ଖସିଗଲା ଦଲାଲ,ଉଦ୍ଧାର ଶିଶୁ ସିଡବ୍ଲୁସିରେ ହାଜର 

ଢେଙ୍କାନାଳ (ମନିସ)26/7/25 — ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ଥାନା ମେରାମଣ୍ଡଳୀ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅପେକ୍ଷା କରି ରହିଥ‌ିବା ୧୧ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସମସ୍ତ ଶିଶୁ ଶ୍ରମିକ ଝାଡ଼ଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କୁ ପ୍ରାଥମିକ ପଚରାଉଚୁରା କରାଯିବା ପରେ କଥାରେ ତାଳମେଳ ରହିନଥୁଲା । ଆଧାର କାର୍ଡ୍ ଜାଲିଆତି କରାଯାଇ ସେମାନଙ୍କୁ ବିଭିନ୍ନ କର୍ମକ୍ଷେତ୍ରରେ ନିୟୋଜନ ପାଇଁ ଚାଲାଣ କରାଯାଉଥିବା ଜଣାପଡିଥିଲା । ରାତିରେ ସେମାନଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)ରେ ହାଜର କରାଯାଇଛି । ବିଶ୍ୱ ଯୁବ କେନ୍ଦ୍ର ସଂଗଠନ ପକ୍ଷରୁ ଦୁଇଦିନ ଧରି ବିଶ୍ଵ ମାନବ ଚାଲାଣ ବିରୋଧୀ ଦିବସ ପାଳନ କରାଯାଉଛି । ଶିଶୁ ଶ୍ରମିକଙ୍କୁ କାର୍ଯ୍ୟ କ୍ଷେତ୍ରରେ ଲଗାଇବା ଦଣ୍ଡନୀୟ ଅପରାଧ। ଏହାସତ୍ତ୍ବେ ବି ଅନେକ ଶିଶୁ ଶ୍ରମିକ ବିଭିନ୍ନ ଢାବା,ହୋଟେଲ୍‌,ଦୋକାନ,କାରଖାନା ଆଦିରେ କାମ କରୁଛନ୍ତି । ଶୁକ୍ରବାର ସନ୍ଧ୍ୟାରେ କିଛି ମେରାମଣ୍ଡଳୀ ଷ୍ଟେସନ୍‌ରେ କିଛି ଶ୍ରମିକଙ୍କୁ ସନ୍ଦେହଜନକ ଅବସ୍ଥାରେ ଦେଖ‌ିବାକୁ ମିଳିଥିଲା । ଖବର ପାଇ ବିଶ୍ଵ ଯୁବ ସଂଗଠନର କର୍ମକର୍ତ୍ତାମାନେ ସେଠାରେ ପହଞ୍ଚି ରେଲ୍‌ୱେ ପୁଲିସ୍(ଆର୍‌ପିଏଫ୍)ଙ୍କ ସହଯୋଗରେ ଶ୍ରମିକମାନଙ୍କୁ ପଚରାଉଚୁରା କରିଥିଲେ । ମାତ୍ର ସେମାନେ ପ୍ରଥମ କିଛି କହିନଥୁଲେ । ପୁଣି କେତେବେଳେ ଭୁବନେଶ୍ଵର ଯିବୁ ତ ଆଉ କେତେବେଳେ ରାଉରକେଲା ଯିବୁ ବୋଲି କହିଥିଲେ। ସମସ୍ତଙ୍କର ଆଧାର କାର୍ଡ ଯାଞ୍ଚ କରାଯାଇଥିଲା । ଶ୍ରମିକମାନଙ୍କୁ ୧୮ ବର୍ଷ ହୋଇନଥିବା ବେଳେ ଆଧାର କାର୍ଡରେ କାହାର ୨୨ ତ ପୁଣି କାହାର ୨୫ ଲେଖାଯାଇଥିଲା । ଆଧାର କାର୍ଡ ଜାଲିଆତି କରାଯାଇ ଶ୍ରମିକମାନଙ୍କୁ ଚାଲାଣ କରାଯାଉଥିବା ଜଣାପଡିଥିଲା । ସେହି ସମୟରେ ସୁଯୋଗ ନେଇ ଶ୍ରମିକ ଚାଲାଣ ପାଇଁ ରହିଥୁବା ଦଲାଲ ଖସି ଯାଇଥିଲେ । ଏହାପରେ ସମସ୍ତ ଉଦ୍ଧାର ଶ୍ରମିକଙ୍କୁ ରାତି ୧୦ଗରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ହାଜର କରାଯାଇଥିବା ବିଶ୍ଵ ଯୁବ ସଂଗଠନର ପ୍ରୋଗ୍ରାମ୍ କାଉନ୍ସେଲର ମନସ୍ମିତା ନାୟକ ସୂଚନା ଦେଇଛନ୍ତି । ଶ୍ରମିକମାନ‌ଙ୍କୁ ଉଦ୍ଧାର କାର୍ଯ୍ୟରେ ମେରାମଣ୍ଡଳୀ ଆରପିଏଫ୍ କର୍ମଚାରୀଙ୍କ ସମେତ ସଂଗଠନର ପ୍ରକଳ୍ପ ସଂଯୋଜକ ବିଶ୍ଵଜି ସାହୁ,ତପନ ପାତ୍ର ପ୍ରମୁଖ ନିୟୋଜିତ ଥିଲେ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ବେକରେ ଦଉଡି ବାନ୍ଧି ବୃଦ୍ଧଙ୍କ ଆତ୍ମହତ୍ୟା

Sunil Chandra Nayak

ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ଜୁନାଗଡ ବିଡ଼ିଓ ଙ୍କ ଜରିଆରେ ରାଜ୍ଯ ପାଳଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

Leave a Comment

error: Content is protected !!