ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣପୁର ମା ଭଗବତୀଙ୍କ ପୀଠ ଉନ୍ନତି ନିମନ୍ତେ ପ୍ରସ୍ତୁତ ମାଷ୍ଟରପ୍ଲାନ କୁ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଅନୁମୋଦନ

ବାଣପୁର:- ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା, ଭଗବତୀଙ୍କ ପୀଠର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ପ୍ରସ୍ତୁତ ୫-ଟିର ଉପକ୍ରମରେ ମାଷ୍ଟରପ୍ଲାନକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହାକୁ ନେଇ ବାଣପୁର ଅଞ୍ଚଳ ରେ ଖୁସିର ଲହରୀ ଖେଳିଯାଇଛି । ତେବେ ପୂର୍ତ୍ତ ବିଭାଗର ପର୍ଯ୍ୟଟ୍ଟନ ସ୍ଥଳୀ ଓ ଐତିହ୍ୟ କୀର୍ତ୍ତିରାଜିର ସମନ୍ୱିତ ବିକାଶ ଯୋଜନାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଛି ।

ତେବେ ଗତବର୍ଷ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ୫ – ଟି ସଚିବ ଭି.କେ. ପାଣ୍ଡିଆନ ବାଣପୁର ଗ୍ରସ୍ଥରେ ଆସି ମା, ଭଗବତୀଙ୍କ ମନ୍ଦିର ପରିଦର୍ଶନ କରିସାରିବା ପରେ । ଏହାର ଉଣ୍ଣତି କରଣ ନିମନ୍ତେ ସେବାୟତ ଓ ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ସହ ଆଲୋଚନା କରିଥିଲେ । ଏବଂ ମା,ଭଗବତୀ ଙ୍କ ବିଭିନ୍ନ ଉର୍ନ୍ନତି ମୂଳ ବିକାଶ ସମ୍ପର୍କରେ ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ l ଏହି ଆଲୋଚନା ସମୟରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ଙ୍କ ସମେତ ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ , ମା, ଭଗବତୀ ଏଣ୍ଡୋମେଣ୍ଟର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ମା, ଭଗବତୀଙ୍କୁ ଦର୍ଶନ ନିମନ୍ତେ ସଦାସର୍ବଦା ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଜମୁଥିବା ବେଳେ । ମାଙ୍କ ମନ୍ଦିର ଉର୍ଣ୍ଣତି ନିମନ୍ତେ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇ ଆସୁଥିଲା । ତେବେ ନବମ ଶତାବ୍ଦୀରେ ନିର୍ମିତ ମାଙ୍କ ମନ୍ଦିରର ବିକାଶ ପାଇଁ ୫-ଟି ଉପକ୍ରମରେ ମାଷ୍ଟରପ୍ଲାନ ପ୍ରସ୍ତୁତ କରାଯାଇଛି । ଏହା ଅନ୍ତର୍ଗତ ସିଂହ ଦ୍ଵାର ଠାରୁ ଆରମ୍ଭ କରି ପରିକ୍ରମା ଘାଟ, ଯାତ୍ରା ପଡିଆ, ଯାତ୍ରୀ ମାନଙ୍କ ସୁବିଧା ପାଇଁ ବ୍ୟବସ୍ଥାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସ୍ବତନ୍ତ୍ର ଭାବରେ ଗୁରୁତ୍ଵ ପ୍ରଦାନ କରାଯାଇ ଥିବା ଜଣାଯାଇଛି । ଏତଦ୍ ବ୍ୟତୀତ ରାସ୍ତା ନିର୍ମାଣ ଓ ନଦୀ ଘାଟରେ ବିକାଶ ସମେତ ବହୁମୁଖୀ ଆଶ୍ରୟ ସ୍ଥଳୀ ଆଦି ବିଭିନ୍ନ ପ୍ରକାରର ନିର୍ମାଣ ଉପରେ ମଧ୍ୟ ବିଶେଷ ଭାବରେ ଧ୍ୟାନ ଦିଆଯାଇଥିବାର ଜଣାପଡ଼ଛି । ତେବେ ଗତ କାଲି ବିଜେଡି ସୁପ୍ରିମ ତଥା ଓଡିଶା ର ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉକ୍ତ ପ୍ରୋଜେକ୍ଟ ଉପରେ ମୋହର ମାରିବା ପରେ ବାଣପୁରରେ ଏନେଇ ଖୁସିର ଲହରୀ ଖେଳିଯାଇଛି । ରାଜ୍ୟ ପ୍ରତ୍ନତତ୍ତ୍ଵ ନିର୍ଦ୍ଦେଶାଳୟ ତତ୍ତ୍ଵାବଧାନରେ ରାଜ୍ୟର ସେତୁ ନିର୍ମାଣ ନିଗମ ଦୁଇ ବର୍ଷ ମଧ୍ୟରେ ପ୍ରୋଜେକ୍ଟ ସମ୍ପୁର୍ଣ୍ଣ କରିବ ବୋଲି ବାଣପୁର ବିଜ୍ଞାପିତ ଅଞ୍ଚଳର ଅଧ୍ୟକ୍ଷ ମିଟୁ ନାୟକ ପ୍ରକାଶ କରିଛନ୍ତି । ଏବଂ ମା, ଭଗବତୀଙ୍କ ପୀଠରେ ଉନ୍ନତି ମୂଳକ କାର୍ଯ୍ୟ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମୋହର ବାଜିବା ପରେ ନଗରପାଳ ମିଟୁ ନାୟକ  ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି। ଏନେଇ ବାଣପୁରବାସୀଙ୍କ ତରଫରୁ ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ପିନାକୀ ମିଶ୍ର, ଫାଇବ ଟି ସଚିବଙ୍କୁ ମଧ୍ଯ ଧନ୍ୟବାଦ ଜଣାଇଛନ୍ତି ।

ବାଣପୁର ରୁ ରାକେଶ ସାହୁଙ୍କ ରିପୋର୍ଟ ମସୀହା ନିୟୁଜ

Related posts

ଯୋଜନ ଦୂରରେ ଖାଦ୍ୟ ସୁରକ୍ଷା ଯୋଜନା, ଅସହାୟ ବିଶ୍ବ ମାଝୀ କୁ ସହାୟତା କେବେ? 

ସମ୍ମାନୀତ ହେଲେ ଯୁବ ସାମ୍ବାଦିକ ଟିକଚନ୍ଦ ବାଗ 

masiha

ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ:ଅନାଥ ଏବଂ ଏକକ ପିତାମାତା ଶିଶୁ ଙ୍କ ଥଇଥାନ ପାଇଁ ରଣନୀତି ପ୍ରସ୍ତୁତି 

masiha

Leave a Comment

error: Content is protected !!