ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ବର- ହାୱଡା ମେମୋ ଟ୍ରେନକୁ ପୁନଃ ପ୍ରଚଳନ ପାଇଁ ଦାବିପତ୍ର ପ୍ରଦାନ

ଜଳେଶ୍ବର- ହାୱଡା ମେମୋ ଟ୍ରେନକୁ ପୁନଃ ପ୍ରଚଳନ ପାଇଁ ଦାବିପତ୍ର ପ୍ରଦାନ

ଜଳେଶ୍ଵର,୯/୯(ମନିସ)-ସମାଜ କଲ୍ୟାଣ ବିକାଶ ପରିଷଦ ପକ୍ଷରୁ ଜଳେଶ୍ଵର ଷ୍ଟେସନ ମ୍ୟାନେଜର ଚନ୍ଦନ କୁମାର ସିଂହଙ୍କ ଜରିଆରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ଦକ୍ଷିଣ ପୂର୍ବ ରେଳପଥର ଜେନେରାଲ ମେନେଜର,ଖଡଗପୁର ଡି ଆର ଏମ, ଅପରେଟିଂ ମ୍ୟାନେଜରଙ୍କ ଉଦ୍ଦେଶ୍ୟରେ ଜଳେଶ୍ବରରୁ ହାୱଡା ଏବଂ ହାୱଡାରୁ ଜଳେଶ୍ବର ମେମୋ ଟ୍ରେନର ପୁନଃ ପ୍ରଚଳନ ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି। ଉକ୍ତ ମେମୋ ଟ୍ରେନଟିରେ ଏହି ଅଞ୍ଚଳର ବ୍ୟବସାୟୀମାନେ ସେମାନଙ୍କ ପ୍ରତିଦିନ କୋଲକାତାରୁ ବିଭିନ୍ନ ପ୍ରକାରର ଜିନିଷ କିଣି ଫେରିଥାନ୍ତି। ମାତ୍ର କିଛି ଦିନ ପୂର୍ବରୁ ଏନ୍ .ଆଇ ନେଟ ୱର୍କ ପାଇଁ ଉକ୍ତ ଟ୍ରେନଟିର ଛାଡ଼ିବା ସ୍ଥାନ ଜଳେଶ୍ଵର ପରିବର୍ତ୍ତେ ବେଲଦାକୁ ସ୍ଥାନାନ୍ତର କରାଯାଈଥିଲା ବୋଲି ରେଳ କର୍ତ୍ତୃପକ୍ଷ ଆଦେଶନାମା ଜାରି କରିଥିଲେ। ତେଣୁ ଯଥାଶୀଘ୍ର ଟ୍ରେନଟିକୁ ଜଳେଶ୍ବରରୁ ଅତିଶୀଘ୍ର ପୁନଃ ପ୍ରଚଳନ କରା ନ ଯାଏ ,ତେବେ ବାଧ୍ୟ ହୋଇ ସମାଜ କଲ୍ଯାଣ ପରିଷଦ ସହିତ ଅନ୍ୟ ସମସ୍ତ ସଂଗଠନ ସହିତ ମିଶି ରେଳରୋକ କରିବ ବୋଲି ଚେତାବନୀ ଦିଆ ଯାଇଛି । ଆଜି ଦାବିପତ୍ର ପ୍ରଦାନ କାର୍ଯକ୍ରମରେ ଉପସଭାପତି ଡ.ଅଜିତ କୁମାର ମହାନ୍ତି,କପିଳେଶ୍ବର ମହାନ୍ତି, କୋଷାଧ୍ୟକ୍ଷ ବନମାଳୀ ଧଳ,ଶରତ ଚନ୍ଦ୍ର ପରିଡା,ମୂରଲୀ ମୋହନ ପ୍ରଧାନ,ଶଶୀକାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପଶ୍ଚିମବଙ୍ଗରେ ନୂତନ ଭାବେ ୫ଟି ଜିଲ୍ଲା ଗଠନ ସହିତ ବେଲଦାରେ ସବ୍‌ଡିଭିଜନ୍ ପ୍ରତିଷ୍ଠା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ତତ୍ପରତା: ଜଳେଶ୍ବରକୁ ସବଡିଭିଜନ ମାନ୍ୟତା କେବେ ?

ମୋବାଇଲ ଦେଖିବା ହେଲା କାଳ:ଚକ୍ଷୁ ଯନ୍ତ୍ରଣାରେ ଛଟପଟ ୬ ବର୍ଷର ଚିତ୍ରଲେଖା 

masiha

ଜିତାମିତ୍ର ଉଚ୍ଚ ବିଦ୍ୟାଳୟ କୋମନା ଠାରେ ଓଷ୍ଟା ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!