ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ:

ସରଗୁଲକୁ ହରାଇ ସେମିରେ ଭାଲୁପିଆ

କର୍ଲାମୁଣ୍ଡା, ୨୫/୦୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ସ୍କୁଲ ପଡ଼ିଆଠାରେ ଚାଲିଥିବା ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସରଗୁଲ ଓ ଭାଲୁପିଆ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ସରଗୁଲକୁ ହରାଇ ଭାଲୁପିଆ ଦଳ ସେମିଫାଇନାଲ ରେ ପ୍ରବେଶ କରିଥିଲା। ମ୍ୟାଚଟିକୁ ରାଜୁ ଭୋଇ ଓ ବିମଳ ଭୋଇ ପରିଚାଳନା କରିଥିଲେ। ଖେଳାଳୀ ଜିତେନ୍ଦ୍ରିୟ ଭୋଇ ଓ ବିଜେ ରାଜେଶ କୁମାର ଭୋଇ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ବିଜେଡ଼ି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଯୁବନେତା କପିନ୍ଦ୍ର ରଣା, ବିଶ୍ୱମ୍ବର ଭୋଇ, ମନୋଜ କୁମାର, ଶରତ ପଧାନ, ପୁରୁଷୋତ୍ତମ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିକେଟ୍ କ୍ଲବ ର ସଭାପତି ପ୍ରଶାନ୍ତ ଘିଭେଲା, ସମ୍ପାଦକ କିଶୋର ପଧାନ ଓ କୋଷାଧ୍ୟକ୍ଷ ଅନଙ୍ଗ ଭୋଇଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Related posts

ଶତାୟୁ,ପିଏମ୍ ଶ୍ରୀ ବି.ବି.ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବର୍ଣ୍ଣାଢ଼୍ୟ ହିନ୍ଦୀ ପକ୍ଷ -୨୦୨୫ ଓ ଦିବସ ଉଦ୍ ଯାପିତ

Sunil Chandra Nayak

ଗୁଜରାଟରୁ ଉଦ୍ଧାର ହୋଇ ଫେରିଲେ ୯ଜଣ ଶ୍ରମିକ

masiha

ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯକ୍ରମ

masiha

Leave a Comment

error: Content is protected !!