ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ସରଗୁଲକୁ ହରାଇ ସେମିରେ ଭାଲୁପିଆ

ସାନ ଡୁଙ୍ଗୁରିଗୁଡା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ:

ସରଗୁଲକୁ ହରାଇ ସେମିରେ ଭାଲୁପିଆ

କର୍ଲାମୁଣ୍ଡା, ୨୫/୦୧ (ସୁଶାନ୍ତ ରଣା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ଗ୍ରା.ପ ଅନ୍ତର୍ଗତ ସାନଡୁଙ୍ଗୁରିଗୁଡା ସ୍କୁଲ ପଡ଼ିଆଠାରେ ଚାଲିଥିବା ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସରେ ସରଗୁଲ ଓ ଭାଲୁପିଆ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା। ଏଥିରେ ସରଗୁଲକୁ ହରାଇ ଭାଲୁପିଆ ଦଳ ସେମିଫାଇନାଲ ରେ ପ୍ରବେଶ କରିଥିଲା। ମ୍ୟାଚଟିକୁ ରାଜୁ ଭୋଇ ଓ ବିମଳ ଭୋଇ ପରିଚାଳନା କରିଥିଲେ। ଖେଳାଳୀ ଜିତେନ୍ଦ୍ରିୟ ଭୋଇ ଓ ବିଜେ ରାଜେଶ କୁମାର ଭୋଇ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ମହେନ୍ଦ୍ର ରଣା, ବିଜେଡ଼ି ବ୍ଲକ ସଭାପତି ଯଶୋବନ୍ତ ସାହୁ, ଯୁବନେତା କପିନ୍ଦ୍ର ରଣା, ବିଶ୍ୱମ୍ବର ଭୋଇ, ମନୋଜ କୁମାର, ଶରତ ପଧାନ, ପୁରୁଷୋତ୍ତମ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। କ୍ରିକେଟ୍ କ୍ଲବ ର ସଭାପତି ପ୍ରଶାନ୍ତ ଘିଭେଲା, ସମ୍ପାଦକ କିଶୋର ପଧାନ ଓ କୋଷାଧ୍ୟକ୍ଷ ଅନଙ୍ଗ ଭୋଇଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Related posts

ସରକାର ବଦଳିଲା,ଇନ୍ଦ୍ରାବତୀ ଡେମ ସର୍କଲ ରେ ଚାଲୁଥିବା ପିସି ରାଜ ବନ୍ଦ ହେବ ? ଗାର୍ଡ ୱାଲ୍ ନିର୍ମାଣ ରାସ୍ତା ମରାମତି କାର୍ଯ୍ୟ ତଦାରଖ ହେଉନି:ପ୍ରଶାସନର ଦୃଷ୍ଟି ପଡୁ 

masiha

ଧାମରା ସଂଘର ବିଭନ୍ନ ପ୍ରତିଯୋଗିତା

masiha

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

Leave a Comment

error: Content is protected !!