ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ବର-ପଶ୍ଚିମବାଡ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ 

ଜଳେଶ୍ବର-ପଶ୍ଚିମବାଡ ରାସ୍ତାରେ ରେଳ ଓଭରବ୍ରିଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ 

ଜଳେଶ୍ଵର,୮/୯(ମନିସ)-ଜଳେଶ୍ବର-ପଶ୍ଚିମବାଡ ରାସ୍ତାର ରେଳ ଫାଟକ ନଂ- ୪୬ ନିକଟରେ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭାପତି ଡକ୍ଟର ରମାକାନ୍ତ ଭଞ୍ଜଙ୍କ ନେତୃତ୍ବରେ ଆଜି ଏକ ପ୍ରତିନିଧିଦଳ ଖଡଗପୁର ରେଳ ମଣ୍ଡଳ ପ୍ରବନ୍ଧକଙ୍କ କାର୍ଯ୍ଯାଳୟ ଯାଇ ବରିଷ୍ଠ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ।ଏହି ଅବସରରେ ଖଡଗପୁର ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ଯନ୍ତ୍ରୀ ଇଂ ବିଶ୍ବଜିତ ଘୋଷ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାର ସୂଚନା ପ୍ରଦାନ କରିବାସହ ସର୍ଭେ କାର୍ଯ୍ଯ ନଭେମ୍ବର ମାସ ମଧ୍ଯରେ ହେବ ବୋଲି ମଞ୍ଚର କର୍ମକର୍ତ୍ତାଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ। 

ସୂଚନାଯୋଗ୍ଯ ଏହିଯେ, ରେଳ ଓଭରବ୍ରିଜ ନିର୍ମାଣ ପାଇଁ ମଞ୍ଚର ଯୁକ୍ତିଯୁକ୍ତ ଦାବିକୁ ଗ୍ରହଣ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟର ରେଳବାଇ ବୋର୍ଡ ଚିଠି ନଂ-୨୦୨୫ ତା୭|୧|୨୦୨୬ରିଖ ଓ ଦକ୍ଷିଣପୂର୍ବ ରେଳପଥ ଜେନେରାଲ ମ୍ୟାନେଜର, କୋଲକାତା ଅଫିସର ମୁଖ୍ଯଯନ୍ତ୍ରୀ ଗତ ତା୨୭|୦୩|୨୦୨୬ରିଖରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଡ. ରମାକାନ୍ତ ଭଞ୍ଜଙ୍କୁ ଚିଠି ପ୍ରଦାନ କରିଥିଲେ।   ଏହି ରେଳ ଫାଟକ ଦେଇ ଯାତାୟତ କରୁଥିବା ଜଳେଶ୍ଵର ବ୍ଲକର ୧୧ଟି ପଞ୍ଚାୟତ,ଜଳେଶ୍ବର ମ୍ୟୁନିସିପାଲଟିର ୨ଟି ଓ୍ବାର୍ଡ ସହ ଜଳେଶ୍ବରକୁ ଭୋଗରାଇ, ବାଲିଆପାଳ ବ୍ଲକ ସମେତ ଦୈନିକ ଯାତାୟତ କରୁଥିବା ଲକ୍ଷାଧିକ ଲୋକ ବହୁ ଅସୁବିଧାର ସମ୍ମୁଖୀନ ହେଉ ଅଛନ୍ତି। ଏଣୁ ଉକ୍ତ ଓଭରବ୍ରିଜ ନିର୍ମାଣ କାର୍ଯ୍ଯ ତୁରନ୍ତ ଆରମ୍ଭ କରିବା ପାଇଁ ମଞ୍ଚର ଏହି ପ୍ରତିନିଧି ଦଳରେ ମଞ୍ଚର ସମ୍ପାଦକ ଡକ୍ଟର ଲଳିତ ରଞ୍ଜନ ସେନାପତି, ବରିଷ୍ଠ ସଦସ୍ଯ ଶ୍ଯାମା ଚରଣଦାସ ଓ ଉପଦେଷ୍ଟା ଖଗେନ୍ଦ୍ର ନାଥ ସାହୁ ପ୍ରମୁଖ ଖଡଗପୁର ଯାଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।ଏହି ଓଭରବ୍ରିଜ ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ୧୦୦% ଅର୍ଥ ବହନ କରିବ ବୋଲି ନିଷ୍ପତ୍ତି ହୋଇଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ଦିଲ୍ଲୀରେ ମୟୂରଭଂଜ ସାଂସଦ ନବ ଚରଣ ମାଝୀଙ୍କ ନୂତନ ଗୃହ ପ୍ରବେଶ ଉତ୍ସବରେ ଯୋଗ ଦେବାପାଇଁ ଜିଲ୍ଲାରୁ ୨୦୦ ରୁ ଉର୍ଧ୍ବ କର୍ମୀ ଓ ସାମ୍ବାଦିକଙ୍କ ଦିଲ୍ଲୀ ଯାତ୍ରା

Sunil Chandra Nayak

ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ ନିରୀକ୍ଷଣ ସାଥୀ ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ

Sunil Chandra Nayak

ଜୁନାଗଡ଼କୁ ଜିଲ୍ଲା ମାନ୍ୟତ ଦାବୀ ନେଇ ଆନ୍ଦୋଳନ କୁ ତୀବ୍ରତର କରାଯିବ- ବହୁଜନ ସଂଗ୍ରାମ ସମିତି

masiha

Leave a Comment

error: Content is protected !!