ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସହିଦ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ସହିଦ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି

ରାଉରକେଲା : ଆଦିବାସୀଙ୍କ ପାଇଁ ଭଗବାନ ସ୍ୱରୂପ ଧରତି ଆବା ବୀର ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମ ଜୟନ୍ତୀକୁ ମହାଆଡମ୍ବରରେ ପାଳନ କରିବା ପାଇଁ ଆଦିବାସୀ ଭାଇ ଓ ଭଉଣୀ ମାନଙ୍କୁ ନେଇ ଗଠିତ ଧରତି ଆବା ବୀର ଵିର୍ଷା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ପୂର୍ବ ପ୍ରସ୍ତୁତି ସ୍ୱରୂପ ଗତ ୧୮ତାରିଖରେ ଆଦିବାସୀ କଳା ଓ ସଂସ୍କୃତିକୁ ନେଇ ଓଡିଶା, ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟରୁ ଆସିଥିବା ପ୍ରତିଭା ସମ୍ପନ୍ନ ଯୁବକ ଯୁବତୀ ମାନଙ୍କୁ ନେଇ ସ୍ଥାନୀୟ ଭଞ୍ଜ ଭବନରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ନେଇ ଆଜି ସ୍ଥାନୀୟ ସିଭିକ ସେଣ୍ଟର ଠାରେ ସେମି ଫାଇନାଲ ପ୍ରତିଯୋଗିତା ଆୟୋଜନ ହୋଇଯାଇଛି । ଆସନ୍ତା୧୫ନଭେମ୍ବର୨୬ରିଖ ଦିନ ସେକ୍ଟର-୧୩ ସ୍ଥିତ ମେଳଣ ପଡିଆରେ ଆୟୋଜିତ ହେବାକୁ ଥିବା ମୁଖ୍ୟ ଉତ୍ସବରେ ଏହି ପ୍ରତିଯୋଗୀ ମାନେ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିବେ । ଆଜି ସିଭିକ ସେଣ୍ଟର ପରିସରରେ ଆୟୋଜକ ଧରତି ଆବା ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ଦ୍ୱାରା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କମିଟିର ମୁଖ୍ୟ ପୃଷ୍ଠପୋଷକ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ବନବାସୀ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଲୁଚି ରହିଥିବା ପ୍ରତିଭାର ବିକାଶ କରାଇ ସେମାନଙ୍କୁ ଆଧୁନିକ ଜ୍ଞାନକୌଶଳର ସଦୁପଯୋଗ କରିବାର ସୁଯୋଗ ପ୍ରଦାନ କରି ସେମାନଙ୍କୁ ନା କେବଳ ଜାତୀୟ ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବାପାଇଁ ପ୍ରସ୍ତୁତ କରାଇବା ଏହି ଆୟୋଜନର ମୂଳଲକ୍ଷ୍ୟ ବୋଲି କହିଥିଲେ । ଏହି ଅବସରରେ ଆଜିର କାର୍ଯ୍ୟକ୍ରମର ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଧାୟକଙ୍କ ଧର୍ମପତ୍ନୀ ସୁଚିତ୍ରା ତନ୍ତୀ ଯୋଗଦେଇଥିବାବେଳେ ବିଚାରପତି ଭାବରେ ପୂଜା ଲାକ୍ରା, ଜାବିତ ଟପ୍ପୋ, ରିୟା ଏକ୍କା, ପ୍ରବୀଣ ଲୁଗୁନ, ଏସ.କେ.ଆର୍ଯ୍ୟନ, ମନୀଷ ଟିଗା, ଅଙ୍କିତା କିଷାନ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆୟୋଜକ କମିଟି ପକ୍ଷରୁ ସଭାପତି ବାସୁଦେବ ସରଘରିଆ, ସାଧାରଣ ସମ୍ପାଦକ ଉମେଶ ନାଗ, କୋଷାଧ୍ୟକ୍ଷ ଅଶୋକ କୁମାର ଖାଲକୋ,ଯୁଗ୍ମ ସମ୍ପାଦକ ସୁସ୍ମିତା ପୁର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ)ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ:ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ କୁ ସମ୍ବର୍ଦ୍ଧନା 

Sunil Chandra Nayak

” ଟିକାବାଲି ମହୋତ୍ସବ -୨୦୨୬” ଉଦଯାପିତ 

Sunil Chandra Nayak

ନାମ୍ପୋ ବିଜେପି କୋର୍ କମିଟି ଗୁରୁତତ୍ୱପୂର୍ଣ୍ଣ ବୈଠକ 

Sunil Chandra Nayak

Leave a Comment

error: Content is protected !!