ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଣ୍ଣାଢ଼୍ୟ ପରିବେଶ ରେ ପାଳିତ ହେଲା ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ)ସଂଗଠନର ଚତୁର୍ଥ ବାର୍ଷିକ ଉତ୍ସବ:ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ କୁ ସମ୍ବର୍ଦ୍ଧନା 

ଢେ଼ଙ୍କାନାଳ(ମ ସୀ ହା)୦୨/୦୩_ ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ରାଜନୀତିଠାରୁ ଦୂରେଇ ଭିନ୍ନତା ଭିତରେ ଏକତାର ମନ୍ତ୍ରନେଇ ମାନବ ସମାଜର ମଙ୍ଗଳପାଇଁ ନିଃସ୍ଵାର୍ଥପରତାର ଭାବନେଇ ସେବା ମନୋବୃତ୍ତି ରଖୁଥିବା ଯୁବକଯୁବତୀ ମାନଙ୍କୁ ସମାଜସେବା କରିବାର ଏକ ସୁଯୋଗ ସୃଷ୍ଟି ନିମିତ୍ତ ଏହି ସ୍ଵେଚ୍ଛାସେବୀ ସାମାଜିକ ସଂଗଠନ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନମଙ୍ଗଳ )ନାମରେ ନାମିତ ହୋଇଅଛି। ଏହି ସଂଗଠନରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୫୦ ଜଣ ସେବକ ସେବିକା କାର୍ଯ୍ୟରତ। ଆଜି ରାସୋଳ ସଭାଗୃହ ପରିସରରେ ସଂଗଠନ ତାର ୪ର୍ଥ ବାର୍ଷିକ ଉତ୍ସବ ପାଳନ କରୁଅଛି।ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ। ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରମୋଦ କୁମାର ମିଶ୍ର ମୂଖ୍ୟ ବକ୍ତା ଭାବରେ, ସମ୍ମାନୀତ ବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁକାନ୍ତି ରାଉତ୍। ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ ହିନ୍ଦୋଳ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବରୁଣ ସର,ରାସୋଳ ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ଦିବାକର ନାଏକ, ଉତ୍ତମ ସଂଗଠକ, ଶିକ୍ଷକ ଓ ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ସଞୟ କୁମାର ଷଡଙ୍ଗୀ (ସାଲେପୁର)। ହିନ୍ଦୋଳ କଲ୍ୟାଣ ସଂଗଠନର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରମୋଦ କୁମାର ପାଳ, ପରିବେଶବିତ୍ ସମାଜସେବୀ ଶ୍ରୀଯୁକ୍ତ ରତିକାନ୍ତ ଗଡ଼ନାୟକ। ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଶ୍ରୀମତୀ ସତ୍ୟଭାମା ମିଶ୍ର, ଆମ ସମ୍ମାନ ଆମ ପ୍ରତିଭାର ସଭାପତି ପ୍ରିୟରଞ୍ଜନ ମାହୁଁନ୍ତ,ବିଜୁଜନତା ଦଳର ରାଜ୍ୟ ମହିଳା ସଂମ୍ପାଦିକା ଶ୍ରୀମତୀ ନମିତା ନାଏକଙ୍କ ସମସ୍ତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହା ପରେ ମଞ୍ଚ ସଂଯୋଜନା କରିଥିଲେ ସଙ୍ଗଠନ ର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀ ଏବଂ ସଂମ୍ପାଦକ ପ୍ରଦୀପ ନାୟକ। ରାଜ୍ୟସ୍ତରୀୟ ସ୍ଵେଚ୍ଛାସେବୀ ସଂଗଠନ ତଥା ୧୦୦ଜଣ ବ୍ୟକ୍ତି ବିଶେଷ ଏବଂ ଆଞ୍ଚଳିକ ସେବକ ସେବିକାମାନଙ୍କୁ ଉପଢ଼ୌକନ, ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।ଜିଲ୍ଲା ୱେବ ମିଡ଼ିଆ ସାମ୍ବାଦିକ ସଂଘ ତରଫରୁ ସଭାପତି ଧବଲ ପ୍ରସାଦ ସାହୁ, ସମ୍ପାଦକ କିଶୋର ଚନ୍ଦ୍ର ପାଳ ସଂଯୋଜକ ପ୍ରହ୍ଲାଦ ମୁଦୁଲି ଉପସ୍ଥିତ ଥିଲେ l

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ

masiha

ରାଜସ୍ୱ ନିରୀକ୍ଷକଙ୍କ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ କେବେ ?

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

Leave a Comment

error: Content is protected !!