ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବିଶିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମଲ୍ଲ ଙ୍କ ପରଲୋକ 

ତିର୍ତୋଲ :-01/03/23 : – ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ତିର୍ତୋଲ ବ୍ଲକ ଅଧିନ ମୂଳିସିଂ ପଞ୍ଚାୟତ ତଥା ମୂଳିସିଂ ଗ୍ରାମର ବିଶିଷ୍ଟ ସମାଜସେବୀ , ଏବଂ ମୂଳିସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ପୂର୍ବତନ ସମିତି ସଭ୍ୟ, ପରୋପକାରୀ ସହର ହାଟର ବିଭିନ୍ନ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ମାର୍ଗଦର୍ଶକ ଶରତଚନ୍ଦ୍ର ମଲ୍ଲ, ବୟସ 80 ଙ୍କର ଗତ ବୁଧବାର ପ୍ରାତଃ ସମୟରେ ପରଲୋକ ହୋଇଯାଇଛି ,!ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାପରେ ,ସ୍ଥାନୀୟ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା, ମୂଳିସିଂ ପଞ୍ଚାୟତର ସରପଞ୍ଚ ସାଫି ଆଜାମ , ସମିତିସଭ୍ୟ ରଞ୍ଜନ କୁମାର ସାହୁ, ସହର ହାଟ ବଣିକ ସଙ୍ଘର ସଭାପତି ତ୍ରିଲୋଚନ ଦାସ, ପୂର୍ବତନ ସମିତିସଭ୍ୟ ଶେଖ ଜାବିର ଉଦ୍ଦିନ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ , ! ଗ୍ରାମବାସୀ ଓ ଆତ୍ମୀୟ ସ୍ୱଜନ ମାନେ ତାଙ୍କର ମରଶରୀର କୁ ଏକ ଶୋଭାଯାତ୍ରା ରେ ଗ୍ରାମ୍ୟ ପରିକ୍ରମା କରିବା ସଙ୍ଗେ ସଙ୍ଗେ, ମୂଳିସିଂ ସରକାରୀ ହାଇସ୍କୁଲ କୁ ନେବାପରେ, ସେଠାରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ , ସେ ଶେଷ ପର୍ଯ୍ୟନ୍ତ ଜଣେ କଂଗ୍ରେସର ଆଦର୍ଶନେତା ଥିବାରୁ ଦଳର ବହୁ ଜନପ୍ରତିନିଧି ଓ ନେତାମାନେ ତାଙ୍କ ବିୟୋଗରେ ଶୋକପ୍ରକାଶ କରିଅଛନ୍ତି ! ଗ୍ରାମ୍ୟ ସ୍ମଶାନ ରେ ତାଙ୍କର ଅନ୍ତେଷ୍ଟି କ୍ରିୟା ସମୟରେ ବଡ଼ପୁଅ ସମରେନ୍ଦ୍ର ମଲ୍ଲ ମୁଖାଗ୍ନି ଦେଇଥିଲେ !ସ୍ବର୍ଗତଃ ମଲ୍ଲଙ୍କର ବିୟୋଗରେ ମୂଳିସିଂ ପଞ୍ଚାୟତ ମୁରବି ଶୂନ୍ୟ ହୋଇଗଲା ବୋଲି ସାଧାରଣରେ ଆଲୋଚନା ହେଉଥିବାର ଦେଖାଯାଇ ଥିଲା !

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ବନ୍ଧୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୭୯ ତମ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି  , ୨- ଜିଲ୍ଲାପାଳଙ୍କ ଦ୍ୱାରା ପୁରସ୍କାର ପାଇଲେ କୁଇଜ ବିଭାଗରେ ବାଲାସିଙ୍ଗ ଦେବୀପ୍ରିୟା 

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ପାଣ ସମାଜ ଉନ୍ନୟନ ପରିଷଦର ବୈଠକ

masiha

ବନ୍ଧୁଗାଁ ବ୍ଲକରେ ସତନ୍ତ୍ର ଉନ୍ନୟନ ପରିଷଦର ବିଭିନ୍ନ ପ୍ରକଳ୍ପ ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ଦ୍ଵାରା ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!