ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ରାଜ୍ୟରେ ସବୁ ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ, ଏଣିକି ପଞ୍ଚ କରି ଭିତରକୁ ଯିବେ ଡାକ୍ତର ଆଉ ସ୍ୱାସ୍ଥ୍ୟକର୍ମୀ

ରାଜ୍ୟର ସବୁ ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ । ଏଣିକି ସବୁ ହସ୍ପିଟାଲ ରେ ଏହି ବ୍ୟବସ୍ଥା କାର୍ଯ୍ୟ କାରୀ କରାଯିବ । ନର୍ସ, ଡାକ୍ତର,କର୍ମଚାରୀଙ୍କ ଉପସ୍ଥାନ ରେକର୍ଡ କରିବା ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯିବ ।

ସୂଚନା ମୁତାବକ ରାଜ୍ୟର ସବୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜରେ ଏହା ଲାଗିବ ।ଏହାର ପରବର୍ତ୍ତି ସମୟରେ ସବୁ ପିଏଚସି ଓ ସିଏଚସିରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହା ସହିତ ଚଳିତବର୍ଷ ୫ହଜାର ଡାକ୍ତର,୯ହଜାର ଷ୍ଟାଫ ନର୍ସ ମଧ୍ୟ ନିଯୁକ୍ତି ପାଇବେ ବୋଲି ପ୍ରେସ ମିଟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ପ୍ରକାଶ କରିଛନ୍ତି । ତେବେ ଏହି ବ୍ୟବସ୍ଥା ଆଗରୁ ସମସ୍ତ ପ୍ରାଇଭେଟ ମେଡିକାଲରେ କାର୍ଯ୍ୟ କାରୀ ହେଇ ଆସୁଛି । ଏହା ଦ୍ୱାରା ବାରମ୍ବାର ସରକାରୀ ହସ୍ପିଟାଲରେ ଡାକ୍ତରଙ୍କ ଉପସ୍ଥିତି ନ ରହିବାକ ଭଳି ଅଭିଯୋଗ ଯେଉଁ ଆସୁଥିଲା ତାହା ଉପରେ ନଜର ରଖାଯାଇ ପାରିବ । ଏହା ଦ୍ୱାରା ରୋଗୀ ମାନଙ୍କୁ ମଧ୍ୟ ଉଚିତ ସେବା ମିଳିପାରିବ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ..

Related posts

ଦେଶରେ ପ୍ରଥମ ଥର ହେଲା ଜଳସ୍ରୋତର ଗଣନା । ଓଡିଶାରେ ଅଛି ୧.୮୧ ଲକ୍ଷ ଜଳସ୍ରୋତ

Sunil Chandra Nayak

ଓଡ଼ିଶାକୁ କେବେ ବି ମିଳିବନି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Sunil Chandra Nayak

ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କର ଓଡିଶା ଗସ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!