ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରାଇଘର ରେ ୩ କରୋନା ସଂକ୍ରମିତ ଚିହ୍ନଟ

ରାଇଘର // ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି | ଏହି ତିନିଜଣ ସଂକ୍ରମିତଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ଅଂଚଳରୁ ଆସି ରାଇଘରରେ ରହୁଥିବା ବେଳେ ଜଣେ ଆନ୍ଧ୍ରରୁ ଫେରିବା ପରେ ଉଭୟ ପତିପତ୍ନୀଙ୍କୁ ସଂକ୍ରମିତ ହୋଇଥିବା ଜଣାପଡ଼ିଛି l 

      ସୂଚନା ଅନୁଯାୟୀ ସବୁଦିନ ଭଳି ହାଟଭରାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି କିଛି ଲୋକ କରୋନା ପରୀକ୍ଷା କରି ଆସୁଥିବା ବେଳେ ଗତ ୨୫ ଓ ୨୭ ତାରିଖ ଦିନ କିଛି ଲୋକଙ୍କ ମଧ୍ୟରୁ ୩ଜଣଙ୍କ ରିପୋର୍ଟ ରେ କରୋନା ସଂକ୍ରମିତ ଥିବା ଜଣାପଡିଥିଲା l ସେମାନଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଛତିଶଗଡ଼ ଅନ୍ତର୍ଗତ ଗରିଆବନ୍ଧ ଅଂଚଳର ହୋଇଥିବା ବେଳେ ସେ କୌଣସି କାରଣରୁ ଓଡ଼ିଶା ଆସିଥିଲେ l ସେହିଭଳି ଅନ୍ୟ ଦୁଇଜଣ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ହାତୀବେନା (ଡିଏନ୍‌କେ)ଗ୍ରାମର ଏବଂ ପୁରୁଷ ଜଣକ କିଛିଦିନ ହେବ ଆନ୍ଧ୍ରରୁ ଫେରିବା ପରେ ଉଭୟ ପତିପତ୍ନୀଙ୍କୁ ସଂକ୍ରମଣ ହୋଇଥିବା ଜଣାପଡିଛି | ଏହି ତିନି ଜଣଙ୍କୁ ଥଣ୍ଡା ଖାସ ହେଉଥିବାରୁ ସେମାନେ କରୋନା ପରୀକ୍ଷା କରାଇଥିଲେ l ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସମସ୍ତଙ୍କୁ ଔଷଧ ପ୍ରଦାନ କରାଯିବା ସହ ହୋମ ଆଇସୋଲେସନ୍ ରେ ରହିବାକୁ ପରାମର୍ଶ ଦିଆଯାଇଛି l 

       ପ୍ରକାଶ ଥାଉକି ପ୍ରତ୍ୟେକ ଦିନ ହାଟଭରାଣ୍ଡି ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷା କରାଯାଉଥିବା ବେଳେ ପ୍ରାୟ ଏକ ବର୍ଷ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ଶୁନ ଥିଲା | ଏବେ ଦୁଇ ଦିନ ମଧ୍ୟରେ ୩ ଜଣ ସଂକ୍ରମିତ ଥିବା ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଏହି ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୨୦୨୪ ସୁଦ୍ଧା ବିଜାତଳା ବ୍ଲକକୁ “ଯକ୍ଷ୍ମା ମୁକ୍ତ “ଅଂଚଳ ପ୍ରୟାସ ନେଇ ଜିଲ୍ଲା ଯକ୍ଷ୍ମା କେନ୍ଦ୍ର ଓ ‘ରିଚ’ଅନୁଷ୍ଠାନ ତରଫରୁ କର୍ମଶାଳା

Sunil Chandra Nayak

ମାରୱାରୀ ଯୁବା ମଞ୍ଚ ଏବଂ ଜାଗ୍ରୁତି ଶାଖା ତରଫରୁ ଏକ କର୍କଟ ସ୍କ୍ରିନିଂ ଶିବିର ଅନୁଷ୍ଠିତ

Sunil Chandra Nayak

ଆଞ୍ଚଳିକ ବସ୍ତରିଣି ମହାବିଦ୍ୟାଳୟ ସାନଚେରଗାଁ ରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!