ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା କାଳୀ ମନ୍ଦିର ପ୍ରତିଷ୍ଠା 

ରାଇଘର, ୨୮/୨ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ସଦମହକୁମା ସ୍ଥିତ କୋଦଭାଟା ଠାରେ ନିର୍ମାଣ କରାଯାଇଥିବା ମା କାଳୀ ଙ୍କ ମନ୍ଦିର ପ୍ରତିଷ୍ଠା ଉସ୍ଵବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଅଛି । ଏହି ପ୍ରତିଷ୍ଠା ଉସ୍ଵବ ୨୮/୨/୨୩ ଠାରୁ ୪/୩/୨୩ ତାରିଖ ପର୍ଯ୍ୟନ୍ତ ତଥା ପାଞ୍ଚ ଦିନ ଧରି ହେବ। ଏହି ଅବସରରେ ୨୮/୨ ତାରିଖ ମଙ୍ଗଳବାର ଦିନ କଳସ ଯାତ୍ରା, ଗଙ୍ଗା ବରଣ ଯାତ୍ରା ହେବା ସହ ମାର୍ଚ୍ଚ ୧ ତାରିଖ ଫାଲଗୁନ ମାସ ଫଗୁଦଶମୀ ବୁଧବାର ଦିନ ମନ୍ଦିର ପ୍ରତିଷ୍ଠା ସହ ମା କାଳୀ ଙ୍କ ଓ ଶିତଲା ଦେବୀ ଙ୍କ ବିଗ୍ରହ ସ୍ଥାପନା ଉତ୍ସବ ମାର୍ଚ୍ଚ ମାସ ୨ ତାରିଖ ଗୁରୁବାର ଦିନ ହୋମ ଯଜ୍ଞ ସହ ଅଷ୍ଟପ୍ରହରୀ ନାମ ଯଜ୍ଞ, ମାର୍ଚ୍ଚ ମାସ ୩ ତାରିଖ ଶୁକ୍ରବାର ଦିନ ପଦାବର୍ଲି କୀର୍ତ୍ତନ, ମାର୍ଚ୍ଚ ମାସ ୪ ତାରିଖ ଧାର୍ମିକ ଯାତ୍ରା, ମହାତୀର୍ଥ କଳିଘାଟ , ପୂର୍ଣ୍ଣାହୁତି ଆଦି ଅନୁଷ୍ଟିତ ହେବ ବୋଲି ମନ୍ଦିର କମିଟି ର ସଭାପତି ଭାବେ ଅଞ୍ଜନ କାନ୍ତି ବାଲା ପ୍ରକଶ କରିଛନ୍ତି l ଏହା ସହ ସମ୍ପାଦକ ଭାବେ ତପନ କୁମାର ଗାଇନ, ସ୍ଥାୟୀ ମନ୍ଦିର କମିଟି ର ସଭାପତି ଦୀପକ ବାରୋଇ, ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାସ, ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଦଶରଥ ସାହା, ଶ୍ୟାମଳ ମଲିକ, ସିବନାଥ ବାନାର୍ଜୀ, ସପନ ସରକାର୍, ସୁକୁମାର ହାଲଦାର, ବିଶ୍ଵନାଥ ସିଲ୍, ନେପାଳ ଦେ, ଅଶୋକ ଶିକାରୀ ତଥା ସମସ୍ତ ଗ୍ରାମବାସି ଙ୍କ ଉଦ୍ୟମ ରେ ମନ୍ଦୀର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହେଉ ଥିବା ଦେଖିବାକୁ ମିଳିଛି । ତାସହ ସମସ୍ତ ଭକ୍ତ ଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇ ଥିବା କମିଟି ତରଫରୁ ପ୍ରକାଶ କରିଛନ୍ତି l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏକଡାଳି ଗ୍ରାମ ର ଐତିହାସିକ ବାବା ଜଳେଶ୍ଵର ଉଡାପର୍ବ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ 

Sunil Chandra Nayak

ଶ୍ରୀ ଶ୍ରୀ ଆଖଣ୍ଡଳମଣି ମନ୍ଦିରରେ ଶିବ ବିବାହ ମହାସମାରୋହରେ ସମ୍ପନ୍ନ

Sunil Chandra Nayak

ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦଙ୍କ ଯୋଗଦାନ 

masiha

Leave a Comment

error: Content is protected !!