ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଚୈତ୍ର ମାସ ମଙ୍ଗଳବାର ବ୍ରତ ପାଳନ…

ରାଉରକେଲା/ ସ୍ଥାନୀୟ ଜଗଦା ର ମହିଳା ମାନେ ସାମୁହିକ ଭାବେ ଚୈତ୍ର ମାସର ଶେଷ ମଙ୍ଗଳବାର ବ୍ରତ ବିଧିପୂର୍ବକ ପାଳନ କରିଥିଲେ । ସମାଜସେବୀ ରିତା ସାମଲ ଙ୍କ ନେତୃତ୍ବରେ ରୁବି ନାୟକ, ଶୋଭା ମହାନ୍ତି, ବନ୍ଦନା, ମମତା, ସରସ୍ବତୀ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ ମଝି ରାସ୍ତାରେ କୋଠି କାଟି ନାନା ଜାତିର ଫୁଲରେ ସଜାଇ ମା ମଙ୍ଗଳାଙ୍କୁ ଧୂପ, ଦୀପ ଓ ନୈବେଦ୍ୟ ରେ ପୂଜାର୍ଚ୍ଚନା କରାଯାଇଥିଲା । ନାରୀମାନେ ନିଜର ପରିବାର ଓ ପିଲାମାନଙ୍କ ମଙ୍ଗଳ କାମନା ନିମନ୍ତେ ଏଭଳି ପୂଜାର୍ଚ୍ଚନା କରାଯାଏ ବୋଲି ଶ୍ରୀମତୀ ସାମଲ ସୂଚନା ଦେଇଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ପହଣ୍ଡି ବିଜେ ପରେ ରଥାରୂଢ଼ ହେଲେ ଚତୁର୍ଦ୍ଧାମୂର୍ତ୍ତି

Sunil Chandra Nayak

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଦେବସ୍ନାନ ପୂର୍ଣ୍ଣିମା ;ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ସୁବାଷିତ ଜଳରେ ସ୍ନାନ କଲେ ମହାପ୍ରଭୁ

ମା’ ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକୋତ୍ସବର ପୂର୍ଣାହୁତି ଓ ରାଜରାଜେଶ୍ବରୀ ବେଶ

masiha

Leave a Comment

error: Content is protected !!