ବନ୍ଧୁଗାଁ ତା,୪/୪/୨୩ ବନ୍ଧୁଗାଁ ଥାନା ଅନ୍ତର୍ଗତ କୁମ୍ଭାରୀପୁଟ ପଞ୍ଚାୟତର ଉପର ଜମ୍ବୁଗୁଡା ଗ୍ରାମରେ ଜଣେ ବ୍ୟକ୍ତି ନିଜ ଘରେ ରସି ଲଗାଈ ଆତ୍ମହତ୍ୟା ହୋଇ ଥିବା ଝୁଲନ୍ତା ଶବ ଉଦ୍ଧାର I ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ ମେଲେକା ରିଙ୍କୁ (୨୦) I ଉକ୍ତ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି I ଗତ ମାସ ଫେବୃଆରୀରେ ରିଙ୍କୁର ସ୍ତ୍ରି ରିନା ମେଲେକା ନିଜ ବାପ ଘରକୁ ନୀଳାବାଡି ପଞ୍ଚାୟତର ସାବଡାମ ଗାଁକୁ ଯାଇଥିଲା I ବର୍ତ୍ତମାନ ରିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇ ନିଜ ଦେହ ଟିକେ ଅସୁସ୍ଥ ଯୋଗୁଁ ନିଜ ବାପ ଘରେ ରହିଅଛି I ଗତକାଲି ରିଙ୍କୁ ନିଜ ଶ୍ରୀ ରିନା ଓ ନିଜ ଛୁଆକୁ ଡାକି ନିଜ ଘରକୁ ନେବାପାଇଁ ସାବଡାମ ଗାଁକୁ ଯାଇଥିଲା I ରୀନାଙ୍କ ବାପା ରୀନାର ଦେହ ଅସୁସ୍ଥ ଅଛି ଏବେ ମୁଁ ମୋ ଝିଅ ଓ ତା ପିଲାକୁ ଛାଡି ପାରିବି ହିଁ ବୋଲି ନିଜ ଜୁଆଇଁ ରିଙ୍କୁକୁ କହିଥିଲା I ତାପରେ ରିଙ୍କୁ ଶଶୁର ଘରେ ଖାଇ ସାରି ନିଜ ଗାଁ ଜମ୍ବୁଗୁଡା ଗାଁକୁ ଚାଲି ଯାଇଥିଲା I ରିଙ୍କୁ ନିଜ ଗାଁକୁ ଯାଇ କିଛି ଘଣ୍ଟାପରେ ନିଜ ଘରେ କେହି ନଥିବାର ଦେଖି ରସି ମଧ୍ୟମରେ ଆତ୍ମହତ୍ୟା କରିଥିବା ଗାଁ ଲୋକେ ଜାଣିଥିଲେ I ଉକ୍ତ ବିଷୟକୁ ନେଇ ମୃତ୍ୟୁ ହୋଇଥିବା ବ୍ୟକ୍ତି ରିଙ୍କୁଙ୍କ ବାପା ବନ୍ଧୁଗାଁ ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ I ଉକ୍ତ ବିଷୟକୁ ଭିତ୍ତିକରୀ ବନ୍ଧୁଗାଁ ଏ. ଏସ. ଆଇ. ଶ୍ରୀ ସାଧୁରାଜ ଇୟୁଡ଼ି କେଶ ନମ୍ବର ୩ /୨୩ ରେ କେଶ୍ ରୁଜୁ କରି ଘଟଣା ସ୍ତଳକୁ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଛେଦ କରି ପରିବାର ଵର୍ଗଙ୍କୁ ହସ୍ଥାନ୍ତ୍ରର କରା ଯାଇଥିବାର ଶ୍ରୀ ସାଧୁ ରାଜ ସୂଚନା ଦେଇଥିଲେ I
previous post
next post