ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରାକ୍ଟର ରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

ଟ୍ରାକ୍ଟର ରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଜବତ୍

ଗୋଲାମୁଣ୍ଡା/୨୨/୫/୨୫/ଟ୍ରାକ୍ଟରରେ ଗଛ ଚୋରି ଚାଲାଣ ବେଳେ ଦଶ ପୁର ବନପାଲ ଙ୍କ ଦ୍ଵାରା ଟ୍ରାକ୍ଟରକୁ ଜବତ ହୋଇ ଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି, ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ତଥା କେ ଗାଁ ବନାଞ୍ଚଲ୍ ଅଧିନରେ ଥିବା ଦଶ ପୁର ବନପାଲ ପ୍ରଦୀପ କୁମାର ବିଶୀ ଓ ତାଙ୍କ ଦଳ ବଳ ସହ ଟ୍ରାକ୍ଟର କୁ ଜବତ୍ ହୋଇ ଥିଲା, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ବାବେଗୁଡ଼ା ଗ୍ରାମର ଦୁଲଭ କେତକୀ ଙ୍କ ନମ୍ୱର ବିହୀନ ସ୍ବରାଜ ଟ୍ରାକ୍ଟରରେ ବଡ ବଡ ସାହାଜ ଗଣ୍ଡି ୧୦ଖଣ୍ଡ ଓ ଛୋଟ ସାଇଜର ଜାଳେଣି କାଠ ଲୋଡ କରି ଚିଚିଆ ଅଭିମୁଖେ ଯାଉ ଥିବା ବେଳେ କୌଣସି ପ୍ରକାର ଖବର ପାଇ ବନପାଲ ପୁହୁଞ୍ଚି ବୃନ୍ଦା ବାହାଲ ପଂଚାୟତ ଛକ ନିକଟରେ ରାତ୍ର ୧୦ଘଣ୍ଟିକା ସମୟରେ ଜବତ କରି ସଙ୍ଗେ ସଙ୍ଗେ ଦଶପୁର ବନପାଲ କାର୍ଯ୍ୟାଳୟ କୁ ନେଇ ଥିଲେ ବୋଲି ବନପାଲ ପ୍ରଦୀପ ବିଶି ଫୋନ ମାଧ୍ୟମରେ ପ୍ରକାଶ କରିଛନ୍ତି, ଓ ତୁରନ୍ତ ସେହି ଟ୍ରାକ୍ଟର ଡ୍ରାଇଭର ଭୀଷ୍ମ ନାଏକ ପିତା ଗୋପୀନାଥ ନାଏକ ଗ୍ରାମ ବାବେଗୁଡ଼ା ଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଳି ଜଣାଇ ଥିଲେ, ଏ ଭଳି ପଦକ୍ଷେପ ଗ୍ରହଣ କରି ଥିବାରୁ ଦଶପୁର ବନପାଲ ଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ୍ ଜ୍ଞାପନ ଜଣାଇ ଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

 

 

Related posts

ଜୟପାଟଣାରେ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ବଡ଼ ଚଢ଼ାଉ: ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର, ୭ ଜଣ ଅଟକ

Sunil Chandra Nayak

ବନବିଭାଗ ଓ ପୋଲିସର ମିଳିତ ଚଢାଉ/ ଶାଳ ଓ ଶାଗୁଆନ କାଠ ଜବତ, ୧ ଅଟକ

Sunil Chandra Nayak

ଗଞ୍ଜେଇ ଚାଲାଣ ବେଳେ ମାଡି ବସିଲା ଅବକାରୀ ବିଭାଗ ,ଦୁଇ ଶିକ୍ଷକ ସମେତ ଜଣେ ଗିରଫ 

Sunil Chandra Nayak

Leave a Comment

error: Content is protected !!