କଳା,ସଂସ୍କୃତି ସହିତ ଭାଈ ଚାରା ର ବାର୍ତ୍ତା ବହନ କରେ ଏହି ଉତ୍ସବ
ଧର୍ମଗଡ:୯/୧/୨୩: କଳାହାଣ୍ଡି ର କଳା, ସଂସ୍କୃତି ଓ ପରମ୍ପରା ର ବାର୍ତ୍ତା ବହନ କରୁଥିବା ଲୋକଉତ୍ସବ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୩ ପାଳନ ପରିପେକ୍ଷୀ ରେ ଆଜି ଧର୍ମଗଡ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ପାଳିତ ହୋଇଯାଇଛି । ମାଁ ଭଣ୍ଡାର ଘରଣୀ ଙ୍କ ପୀଠ ରୁ ଏକ ବିଶାଳ ମଶାଲ ଶୋଭାଯାତ୍ରା ବାହାରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମଞ୍ଚ ରେ ମଶାଲ ସ୍ଥାପନ ହୋଇ ଥିଲା । ବ୍ଲକ ପରିସର ରେ ଆୟୋଜିତ ଏହି ଉତ୍ସବ ରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟଯୋଷୀ ଅଧ୍ୟକ୍ଷତା କରିଥିଲେ । ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ, ମୂଖ୍ୟ ବକ୍ତା ଭାବେ ପ୍ରଫେସର ସତ୍ୟ ପଟ୍ଟନାୟକ ଯୋଗ ଦେଇ ଦୀର୍ଘ ୨୫ ବର୍ଷ ଧରି ପାଳନ ହେଉଥିବା ଏହି ଉତ୍ସବ ପାଳନ ର ଯଥାର୍ଥତା ଉପରେ ଆଲୋକ ପାତ କରି ଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମଗଡ ଉପ ଜିଲ୍ଲାପାଳ ବେଦ ଭୁଷଣ, ଲୋକ କବି ତଥା ବରିଷ୍ଠ ଘୁମୁରା ଗୁରୁ ସତ୍ୟ ନାଏକ,ତହସିଲ ଦାର ହରେକୃଷ୍ଣ ବରିହା, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଓ ଧର୍ମଗଡ ବିଡ଼ିଓ ଶରତ କୁମାର ସେଠୀ ମଞ୍ଚାସିନ ଥିଲେ । ଲୋକ କବି ସତ୍ୟ ନାଏକ, ଅଭିନେତ୍ରୀ ଲୋଚନୀ ବାଗ ଙ୍କୁ ଏହି ଅବସର ରେମୂଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । କଳାହାଣ୍ଡି ର ବୀର ବାଦ୍ୟ ଘୁମୁରା ପରିବେଷଣ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅୟାରମ୍ଭ ହୋଇ ଥିଲା । ସଭା କାର୍ଯ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଘନ ଶ୍ୟାମ ମେହେର ପରିଚାଳନା କରିଥିଲା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ କୁ ନିରଞ୍ଜନ ମୁଦୁଲି ପରିଚାଳନା କରିଥିଲେ । ସେକ୍ସନ ଅଫିସର ସୁନିଲ କୁମାର କାନୁନଗୋ ଧନ୍ୟବାଦ ପ୍ରଦାନ କରିଥିଲେ ।