ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଡିକାଲ କୁ ଆସୁଥିବା ବେଳେ ଗର୍ଭବତୀଙ୍କ ମୃତ୍ୟୁ 

ମେଡିକାଲ କୁ ଆସୁଥିବା ବେଳେ ଗର୍ଭବତୀଙ୍କ ମୃତ୍ୟୁ 

ଡାବୁଗାଁ, ୧୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ର ପାଲିଆ ପଞ୍ଚାୟତ ଅଧୀନ ବାସୁଦେବଗୁଡା ଗ୍ରାମର ଜଣେ ଗର୍ଭବତୀଙ୍କୁ ଡାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଝରୀଗାଁ ବ୍ଲକ ପାଲିଆ ପଞ୍ଚାୟତ ଅଧିନ ବାସୁଦେବଗୁଡା ଗ୍ରାମର ନୀଳ କମର୍ଲା (୨୩) ଙ୍କ ସ୍ତ୍ରୀ ଗୋମତୀ କମର୍ଲା (୨୨) ପ୍ରଥମଥର ପାଇଁ ଗର୍ଭବତୀ ହୋଇଥିଲେ | ଚଳିତ ମାସ ୨୪ ତାରିଖ ପ୍ରସୂତି ପାଇଁ ସମୟ ଧାର୍ଯ୍ୟ କରିଥିଲେ ଡାକ୍ତର | କିନ୍ତୁ ସୋମବାର ବିଳମ୍ବିତ ରାତ୍ରିରେ ଗର୍ଭବତୀ ମହିଳାଙ୍କର ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା | ତାଙ୍କ ସ୍ଵାମୀ ଡାକ୍ତରଖାନାକୁ ଆଣିବା ପାଇଁ ଗ୍ରାମର ଥିବା ବୋଲେରୋ ଗାଡି ଭଡା କରି ମଙ୍ଗଳବାର ସକାଳ ୯ ଘ. ସମୟରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ | ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଶୁଭାଶିଷ ସାହୁ ପରୀକ୍ଷା କରି ମହିଳାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକଙ୍କ ବଡବାପାଙ୍କ ପୁଅ ବିଶ୍ଵନାଥ ଗଣ୍ଡ ଝରିଗାଁ ଥାନାରେ ଅପରାହ୍ନ ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ଏଏସଆଇ ରାମଚନ୍ଦ୍ର ନାୟକ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଝରିଗାଁ ଥାନା କେସ ନଂ ୨୯/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମପରାୟଣା ମହିଳାଙ୍କ ପରଲୋକ

Sunil Chandra Nayak

ଉତ୍ତର କୁମର ଦୀପଙ୍କ ପରଲୋକ

ନିଖିଳ ଉତ୍କଳ ନିର୍ବାହୀ ଅଧିକାରୀ ବିଡ଼ିଓ ଙ୍କ ଜରିଆରେ ଚାରି ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!