ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ରାୟଗଡାର କମାଲ, ଜିତିଲେ ୨ଟି ରୌପ୍ୟ, ୩ଟି କାଂସ୍ୟ ପଦକ

ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ରାୟଗଡାର କମାଲ, ଜିତିଲେ ୨ଟି ରୌପ୍ୟ, ୩ଟି କାଂସ୍ୟ ପଦକ

ରାୟଗଡା/୧୯/୯: ପୁରୀ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଅଣ୍ଡର-୧୭ ବାଳକ ବାଳିକା ରାଜ୍ୟ ସ୍ତରୀୟ ବକ୍ସିଂ ଚମ୍ପିୟାନସିପରେ ପ୍ରଥମ ଥର ଭାଗ ନେଇ ରାୟଗଡା ଜିଲ୍ଲାର ଖେଳାଳିମାନେ କମାଲ କରିଛନ୍ତି | ଦୁଇଟି ରୌପ୍ୟ ଓ ତିନୋଟି କାଂସ୍ୟ ପଦକ ଜିତି ଜିଲ୍ଲାର ନାମକୁ ଗୌରବନ୍ୱିତ କରିଛନ୍ତି | ଆଜି ସକାଳେ ଖେଳାଳିମାନେ ରାୟଗଡା ପହଂଚି ଥିବା ବେଳେ ରାୟଗଡା ଜିଲ୍ଲା ବିଦ୍ୟାଳୟ କ୍ରୀଡା ସଂଗଠନ ପକ୍ଷରୁ ସମସ୍ତଙ୍କୁ ପୁଷ୍ପଗୁଛ ଦେଇ ସ୍ବାଗତ କରାଯାଇଥିଲା | ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା କ୍ରୀଡାଧିକାରୀ ଶେଖ ଅଲିନୁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ହରିହର ପାତ୍ର,ଜି ସି ଡି ହାଇସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ନମିତା ପ୍ରଧାନ, ମାଟିକଣା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶଶୀଭୁଷଣ ପଟ୍ଟନାୟକ, ପି ଇ ଟି ଶିକ୍ଷକ ସୁନୀଲ ମହନ୍ତ, ଧର୍ମେନ୍ଦ୍ର କାଦମ୍ବାଲୁ, ବସନ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ରହି ଖେଳାଳି ଓ କୋଚ ନାଶହରୀ କ୍ରିଷ୍ଣା ଓ ଭବାନୀ ପୁଲାକାଙ୍କୁ ପଦକ ଜିତି ଆସିଥିବାରୁ ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ | ସୂଚନା ଯୋଗ୍ୟ ଯେ, ଚଳିତ ମାସ ୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁରୀ ଠାରେ ରାଜ୍ୟ ସ୍ତରୀୟ ଅଣ୍ଡର ୧୭ ବକ୍ସିଂ ଚମ୍ପିୟାନସିପରେ ରାୟଗଡା ଜିଲ୍ଲା ଜିସିଡ଼ି ହାଇସ୍କୁଲର ୫ଜଣ ଛାତ୍ର ଓ ଗୁଡାରି ବ୍ଲକର କଦମ୍ବା ହାଇସ୍କୁଲର ଦୁଇ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ | ଏହି ପ୍ରତିଯୋଗିତାରେ ୫୦ କେଜି ବର୍ଗରୁ ଆରମ୍ଭ କରି ୬୦କେଜି ବର୍ଗ ମଧ୍ୟରେ ବାଳକଙ୍କ ଏବଂ ୪୨ବର୍ଗରେ ବାଳିକାଙ୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ୬୦କେଜି ବର୍ଗରେ ଆଲେକ୍ସ ହିମିରିକା ଓ ୫୭କେଜି ବର୍ଗରେ ନମେନ୍ଦ୍ର ମାଝୀ ରୌପ୍ୟ ପଦକ ଜିତିଛନ୍ତି | ସେହିପରି ୫୪ କେଜି ବର୍ଗରେ ବିକାଶ ନାୟକ ଓ ୫୦କେଜି ବର୍ଗରେ ବିକାଶ ପୁଲକିଆ ଏବଂ ୪୨କେଜି ବାଳିକା ବର୍ଗରେ ଅପସରା ଶବର କାଂସ୍ୟ ପଦକ ଜିତିଛନ୍ତି |

 ରାୟଗଡାରେ ବକ୍ସିଂ ଖେଳ ପାଇଁ ଅଧିକ ପ୍ରୋତ୍ସାହନ ମିଳିଲେ ଆମେ ସ୍ବର୍ଣ୍ଣ ପଦକ ଜିତି ଆସିପାରିବୁ ବୋଲି ଖେଳାଳି ମାନେ ପ୍ରକାଶ କରିଥିବା ବେଳେ ଖେଳାଳିଙ୍କୁ ବକ୍ସିଂ ଅଭ୍ୟାସ ନିମନ୍ତେ ଅଧିକ ଖେଳ ସାମଗ୍ରୀ ଯୋଗାଇବା ପାଇଁ ପି ଇ ଟି ଶିକ୍ଷକ ତଥା କୋଚ ନାଶହରୀ କ୍ରିଷ୍ଣା ପ୍ରକାଶ କରିଛନ୍ତି | ବକ୍ସିଂ ଖେଳରେ ପିଲାଙ୍କ ଆଗ୍ରହ ଦେଖି ଖେଳକୁ ଅଧିକ ପ୍ରୋତ୍ସାହନ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଥିବା ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବରିହା ପ୍ରକାଶ କରିଛନ୍ତି |

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୪ ଛାତ୍ର ରାଜ୍ୟସ୍ତରୀୟ ଫୁଟବଲ ଖେଳ ନିମନ୍ତେ ମନୋନୀତ

masiha

ସିଙ୍ଗମାଝୀ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ, ବଙ୍କାପଳା କୁ ହରାଇ ଝାର କୁଣ୍ଡାମାଲ ଦଳ ଚାମ୍ପିୟାନ

masiha

ଯୋରୋ ପଡା ବେଡାଭଟା ଜେ ପି ସି ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!