ଡାବୁଗାଁ ରେ ବିଭିନ୍ନ ସ୍ଥାନରେ ଗଣେଶ ପୂଜା ପାଳନ
ଡାବୁଗାଁ, ୧୯/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ସ୍ଥାନ, ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ରେ ମଙ୍ଗଳବାର ଧୂମଧାମରେ ଗଣେଶ ପୂଜା ପାଳିତ ହୋଇଯାଇଛି | ଆଜି ସକାଳୁ ଛାତ୍ରୀ ଛାତ୍ର ମାନେ ମହା ଆନନ୍ଦରେ ନୂତନ ବସ୍ତ୍ର ପରିଧାନକରି କରି ହାତରେ ପୂଜା ସାମଗ୍ରୀ ଧରି ବିଦ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳିଥିଲା | ପୂଜା ସାରି ପିଲାମାନ ଆନନ୍ଦରେ ପ୍ରସାଦ ଧରି ଘରକୁ ଫେରିଥିଲେ | ଏହାସହ ବିଭିନ୍ନ ଗ୍ରାମ, ସାହି ରେ ମହାସମାରୋହରେ ଗଣେଶ ପୂଜା ପାଉଛନ୍ତି | ଡାବୁଗାଁ ଜଗନ୍ନାଥ ମନ୍ଦିର ସମ୍ମୁଖ, ଡ଼ଙ୍ଗରିଗୁଡା ଗ୍ରାମ ସହ ଜୟନ୍ତୀ ନଗର ଠାରେ ହୋଇଥିବା ୬ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ସହ ବିଭିନ୍ନ ସାଜସଜା ଓ ରଙ୍ଗବେରଙ୍ଗ ର ଆଲୋକ ମାଳାରେ ପୂଜା ମଣ୍ଡପ ବେଶ ଆକର୍ଷଣ ହୋଇଥିଲା | ପୂଜା ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତ ମାନଙ୍କ ଭିଡ ଲାଗିଥିବା ଦେଖିବାକୁ ମିଳିଛି |