ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବରଂଜନ ମିଶ୍ର ଙ୍କ ବିୟୋଗରେ ଶୋକ

ରାଉରକେଲା/ ୧୯୭୭ ବ୍ୟାଚର ସଦସ୍ୟ ତଥା ଆରଏସପିର ପ୍ରାକ୍ତନ କର୍ମଚାରୀ ବିଶ୍ବରଂଜନ ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି । ସୂଚନା ଯୋଗ୍ୟ ଯେ ସ୍ବର୍ଗତ ମିଶ୍ର ରାଉରକେଲା ଇସ୍ପାତ କାରଖାନା ର ଜଣେ କର୍ମଚାରୀ ଭାବେ କାର୍ଯ୍ୟକରି ୨୦୨୦ ରେ ଅବସର ଗ୍ରହଣ କରିଥିଲେ । ପୂର୍ବରୁ ସେ ସେକ୍ଟର ୭ରେ ରହୁଥିବା ବେଳେ ସଂପ୍ରତି ଅବସର ପରେ ଭୁବନେଶ୍ବର ରେ ପରିବାର ସହ ରହୁଥିଲେ । ତାଙ୍କର ଦୁଇଝିଅ ବିବାହିତ । ଗତ ରବିବାର ଦିନ ୧୯୭୭ ବ୍ୟାଚର ସେକ୍ଟର ୧୪ ଡିପିଏସ ସ୍କୁଲର ବଂଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ସକାଳେ ତାଙ୍କର ହୃଦଘାତ ଯୋଗୁଁ ପରିବାର ଲୋକେ ଡାକ୍ତରଖାନାକୁ ନେଇଯାଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ସେକ୍ଟର ୭ ତଥା ତାଙ୍କର ସହପାଠୀ ବିମଳ କୁମାର ବିଶି, ଆରଏସପିର ପ୍ରାକ୍ତନ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅରୁଣ କୁମାର ପ୍ରଧାନ, ବିପିନ ବିହାରୀ ଲେଙ୍କା, ବିନୋଦ କୁମାର ପ୍ରଧାନ, ପୂର୍ଣ୍ଣେନ୍ଦୁ ପାଢୀ, ପ୍ରତାପ କୁମାର ପଣ୍ଡା ଙ୍କ ସମେତ ବହୁ ସହପାଠୀ ଶୋକପ୍ରକାଶ କରିବା ସହ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଵାଘିଆଟାଙ୍ଗର ଗ୍ରାମର ନଳକୂପ ଚାରିପଟେ ଖାଲ,ଖମାଲ, ଘଞ୍ଚବୁଦା, ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରୂପାନ୍ତରିକରଣ ଲୋକାର୍ପିତ

masiha

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ

masiha

Leave a Comment

error: Content is protected !!