ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମନ୍ଦିରସାହିରେ ବସ୍ତିବାସିନ୍ଦା ପିଲାଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନୂତନ ବର୍ଷକୁ ସ୍ବାଗତ

ମୟୂରଭଞ୍ଜ -୧/୧/୨୦୨୩ (ମସିହା) ବିପୁଳ ଆନନ୍ଦ ଓ ଉଲ୍ଲାସର ସହରରେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ଓ୍ବାର୍ଡର ମନ୍ଦିର ସାହି ରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସଙ୍ଗୀତ ନାଟକ ଶିକ୍ଷା କେନ୍ଦ୍ର ‘ଆନୁକୂଲ୍ଯରେ ବସ୍ତିବାସିନ୍ଦା ପିଲାଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନଵ ବର୍ଷକୁ ସ୍ଵାଗତ କରାଯାଇଥିଲା । ମନ୍ଦିର ସାହି ଵସ୍ତିବ ସିନ୍ଦା କଲୋନୀ ରାଇରଙ୍ଗପୁର ପୌରାଞ୍ଚଳର ସବୁଠାରୁ ପଛୁଆ,ଅଣବିକଶିତ ଅଂଚଳ । ପରିଷ୍କାର,ପରିଛନ୍ନ, ଶିକ୍ଷା, ଗମନାଗମନ ସବୁଥିରେ ଅବହେଳିତ ଓ ଅଣଦେଖା ।ସେହି ପଛୁଆ ଅଂଚଳରେ ସଚେତନତା ପାଇଁ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ବସ୍ତିବାସିନ୍ଦା ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଶିଶୁ ପ୍ରତିଭା ଅନ୍ବେଷଣ ପାଇଁଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।ସବୁ ଅଂଚଳର ପିଲାମାନଙ୍କ ଭଳି ଏହି ବସ୍ତିବାସିନ୍ଦା ପିଲାମାନେ ହସ ଖୁସିରେ ନବ ବର୍ଷକୁ ସ୍ବାଗତ କରିବାନେଇ ଏକ ଅଭିନବ ପ୍ରୟାସ କରାଯାଇଥିଲା ।ଏହି ଅନ୍ଧାରୁଆ ବସ୍ତିର ପିଲାମାନେ ଶିକ୍ଷା ଠାରୁ ଦୂରେଇ ନିଶା ସେବନ,ମାଦକ ଦ୍ରବ୍ୟ ବ୍ୟବହାର,ଜରି,ପ୍ଳାଷ୍ଟିକ ଗୋଟାଇବା,ଅବ୍ୟବହୃତ ଲୌହ ସାମଗ୍ରୀ ଗୋଟାଇବା ଏବଂ ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି । ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଅଭିନବ ପ୍ରୟାସ ଜାରି କରାଯାଇଥିଲା । ଵର୍ଷାନ୍ତରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଥାଶିଳ୍ପୀ , ସ୍ତମ୍ଭକାର ଲଳିତ ମହାନ୍ତ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ଜୀତେନ୍ଦ୍ର ଅଗ୍ରୱାଲ, ବିଶିଷ୍ଟ ଅତିଥି ସ୍ପର୍ଶ ଇଂରାଜୀ ମିଡିୟମ ସ୍କୁଲର ଉପାଧ୍ୟକ୍ଷ ଶ୍ରୀ ବ୍ରଜ କିଶୋର ସେଠୀ, ସମ୍ମାନିତ ଅତିଥି ବିଜୟ ମୁଖୀ,ଯୁବ ସମାଜସେବୀ ଶାନ୍ତନୁ ମୁଖୀ, ସମାଜସେବୀ ଜୁନେଦ ଅଲ୍ଲୀ, ସାମାଜିକ କର୍ମୀ ଜାନେଶ୍ଵର ଆକ୍ତାର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ‌କାର୍ଯ୍ଯକ୍ରମର ଉଦେଶ୍ୟ ଉପରେ ଅନୁଷ୍ଠାନର ଅଧ୍ୟକ୍ଷ ସାମ୍ବାଦିକ ମେଘନାଦ ହେମ୍ବ୍ରମ କହିଥିଲେ ବସ୍ତିବାସିନ୍ଦା ପିଲାଙ୍କ ମୁହଁରେ ହସ ଫୁଟାଇବା ଏବଂ ନୃତ୍ୟ ଗିତ ଦ୍ଵାରା କିଛି ସୁପ୍ତ ଶିଶୁ ଓ ଯୁବ ପ୍ରତିଭା ଅନ୍ବେଷଣ କରିବା । ଶିଶୁ ଓ ଯୁବ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ଓ ବସ୍ତିବାସିନ୍ଦାଙ୍କ ମନ ମୋହି ଥିଲେ । ହେମନ୍ତ ଜେନା,ସୂରଜ ବେହେରା,ରଜନୀ ଜେନା,ରିନା କାରୁଆ,ମୀନତି ଟୁଡୁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅତିଥିଗଣ କଳାକାର ମାନଙ୍କୁ ଉପହାର ଦେଇ ପୁରଷ୍କୂତ କରିଥିଲେ । ସଂଗୀତ ନାଟକ ଶିକ୍ଷା କେନ୍ଦ୍ରର କାର୍ଯ୍ୟକ୍ରମକୁ ବସ୍ତିବାସିନ୍ଦାଙ୍କ ତରଫରୁ ଭୂରି ଭୁରି ପ୍ରଶଂସା କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଓଡ଼ିଶା ରାଜ୍ୟ ବ୍ରାହ୍ମଣ ମହାସଭା,ବାମନଘାଟୀ ଶାଖା, ରାଇରଙ୍ଗପୁରର ନୂତନ ଗୃହ ନିର୍ମାଣ ଶିଳାନ୍ୟାସ ଓ ଭୂମି ପୂଜନ 

masiha

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ” ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ 

Sunil Chandra Nayak

Leave a Comment

error: Content is protected !!