ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

ଭବାନୀପାଟଣା ତା୨.୧.୨୦୨୩// ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ତଥା ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ ପଟେଲ, ଉପ ଜିଲ୍ଲାପାଳ, ଭବାନୀପାଟଣା ଡ ବିଶ୍ୱଜିତ୍ ଦାସଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୯୯ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୮୪ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୫ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୦୬ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ରେଡକ୍ରସ ତରଫରୁ ଜୁନାଗଡ ଆଟି ଗାଆଁ ର ମଙ୍ଗଳୁ ରଣା ଙ୍କୁ ଦିବ୍ୟାଙ୍ଗ ଆର୍ଥିକ ସହାୟତା ରୂପେ ଟ ୫୦୦୦ /- ଅନୁମୋଦନ କରାଯାଇଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ଆଭା ଅନ୍ଵେଷ ପକ୍ଷରୁ କୁତ୍ରାର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ଏଆଇସିସି ପର୍ଯ୍ୟବେକ୍ଷକ ଡ଼ଃ ପଲକ ବର୍ମାଜୀ ଙ୍କ ରାଉରକେଲା ଗ୍ରସ୍ତ 

Sunil Chandra Nayak

ସ୍ବର୍ଗତ ଗଦାଧର ଗିରିଙ୍କ ୩୬ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!