ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାଠମାଣ୍ଡୁଠାରେ ଓଡ଼ିଆ ସାହିତ୍ୟ ସମାବେଶ ଅନୁଷ୍ଟିତ , କଳାହାଣ୍ଡିରୁ ଚାରିଜଣ ସମ୍ବର୍ଦ୍ଧିତ

ଗତ ଡିସେମ୍ବର ୨୭ ତାରିଖରେ ଅନ୍ତର୍ଜାତୀୟ ଓଡ଼ିଆ ସାହିତ୍ୟ ସମାବେଶ ନେପାଳର କାଠମାଣ୍ଡୁଠାରେ ମାଟିଲଗ୍ନା ସାହିତ୍ୟ ସଂସଦ, ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା ‌। ଉକ୍ତ ସମାବେଶରେ ମାଟିଲଗ୍ନା ସାହିତ୍ୟ ସଂସଦର ସଭାପତି ଶ୍ରୀଯୁକ୍ତ କିଶୋର ପ୍ରଧାନଙ୍କ ର ସଭାପତିତ୍ବରେ ବୈଦେଶିକ ସଂପର୍କ ପ୍ରମୁଖ ଶ୍ରୀଯୁକ୍ତ ସମୀର କୁମାର ମହାପାତ୍ରଙ୍କର ସହଯୋଗୀତାରେ ମୁଖ୍ଯ ଅତିଥି ଭାବେ ମାନନୀୟ ଉମେଶ ଘୋରାସନି-ଓ୍ବାଇସିଏଲ ନେପାଳ ସିଭିସି ଉପାଧ୍ୟକ୍ଷ, ଅନ୍ଯତମ ଅତିଥି ଭାବେ କେନ୍ଦ୍ରୀୟ ସଚୀବ ନେପାଲ ମାନନୀୟ ଅନିଲ ପାଶ୍ବାନ, ଶିବରାମ ଦଙ୍ଗାଲ,ମନିଷ କର୍ଣ୍ଣ ,ଈଶ୍ବର ଶ୍ରେଷ୍ଠ, ଅଜୟ ସାହା,ଅଜୟ ସାହୁ ଆଦି ମଞ୍ଚାସୀନ ଥିଲେ । ଅନୁଷ୍ଠାନର ସଂପାଦକ ଜୟନ୍ତ ମହାଲିକ, କୋଷାଧ୍ୟକ୍ଷ ମହାଦେବ ମାଡକାମୀ ସମେତ ଓଡିଶାରୁ ୩୨ ଜଣ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।ମ.ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ତ୍ରିପାଠୀ ସଭା ପରିଚାଳନା ଓ ସଂଯୋଜନା କରିଥିଲେ । ତୁଳାପଡା +୨ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ଶ୍ରୀଯୁକ୍ତ ସମୀର କୁମାର ମହାପାତ୍ର ପରିଚୟ ଏବଂ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ମଞ୍ଚରେ ଉଭୟଙ୍କୁ ମାନପତ୍ର ସହ ସ୍ମୃତିଚିହ୍ନ ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ଏହି କାର୍ଯ୍ୟକ୍ରମର ଲକ୍ଷ୍ଯ ଥିଲା ।ଶ୍ରୀମତୀ ମଞ୍ଜୁଲତା ଦାଶ ଏବଂ ଶ୍ରୀମତୀ ଶ୍ରଦ୍ଧାଞ୍ଜଳି ମହାପାତ୍ର ସମେତ କଳାହାଣ୍ଡିରୁ ଚାରିଜଣ ଯୋଗ ଦେଇ ସମ୍ବର୍ଦ୍ଧିତ ହୋଇ ଥିବାରୁ ଜିଲ୍ଲାବାସୀଙ୍କ ତରଫରୁ ଅଭିନନ୍ଦନ କରାଯାଇଛି ।

କିଶନ ଶର୍ମା , ଭବାନୀପାଟଣା 

Related posts

ବରିଷ୍ଠ ସାମ୍ବାଦିକ ବାଙ୍କ ବିଶୋୟୀ ” ନବରଙ୍ଗପୁର ରତ୍ନ ସମ୍ମାନ “ରେ ହେଲେ ସମ୍ମାନୀତ 

Sunil Chandra Nayak

ମହାରାଜା ପ୍ରତାପ କେଶରୀ ଦେଓ ସ୍ମାରକୀ ବକ୍ତୃତା          ‘ଦି ଏପ୍ଳିକେଶନ ଅଫ୍ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ଇନ ଡେ ଟୁ ଡେ ଲାଇଫ୍’

Sunil Chandra Nayak

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!