ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

ଧର୍ମଗଡ ବ୍ଲକ ଗଡିଆଜୋର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ତାଳୁକ ଆଇନ ସେବା ସମିତି ପକ୍ଷରୁ ଶିକ୍ଷା ବ୍ୟବସ୍ଥା କୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତା ରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ସରକାରୀ ଓକିଲ ଧୀରେନ୍ଦ୍ରନାଥ ପାତ୍ର, ବରିଷ୍ଠ ଆଇନଜୀବୀ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି, ମିହିର ରଞ୍ଜନ ପଟ୍ଟଯୋଶୀ, ପାନେଲ ଓକିଲ ସଂଯୁକ୍ତା ପଣ୍ଡା, ସି. ଆର. ସି.ସି, ଖଟଲୁଗୁଡା ଲୋକେଶ୍ୱର ପାରି, ସରପଞ୍ଚ ଗଡିଆଜୋର ଉଦିତ କୁମାର ନାଏକ, ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସନ୍ଧ୍ୟାରାଣୀ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ ମଞ୍ଚାସିନ ହୋଇଥିଲେ । ଆଜିର ଶିଶୁ କାଲିର ଭବିଷ୍ୟତ, ଶିଶୁ ଟିଏ ଶିକ୍ଷିତ ହେଲେ ଭବିଷ୍ୟତରେ ନିଜର ତଥା ଦେଶ ର ପ୍ରଗତି ଓ ବିକାଶ ହୋଇପାରିବ ଏଣୁ ନିଜ ପିଲାମାନଙ୍କୁ ଉଚିତ ତଥା ଉଚ୍ଚ ଶିକ୍ଷା ଦେବା ପାଇଁ ତାଳୁକ ଆଇନ ସେବା ସମିତି ର ଅଧ୍ୟକ୍ଷ ଶ୍ରୀ ପ୍ରଧାନ ନିଜ ବକ୍ତବ୍ୟ ରେ କହିଥିଲେ। ମୁଖ୍ୟ ବକ୍ତା ଶ୍ରୀମାତୀ ମାଝୀ ଅଧାରୁ ପାଠ ଛାଡି ଥିବା, ଆଦୌ ନାମ ନ ଲେଖାଇ ଥିବା ଏବଂ ଵିଦ୍ୟାଳୟ ବାହାରେ ଥିବା ପିଲାମାନଙ୍କୁ ଶିକ୍ଷା ର ମୁଖ୍ୟସ୍ରୋତ ରେ କିଭଳି ଆମେ ସାମିଲ କରିବା ଏବଂ ଏହି ଲକ୍ଷ୍ୟ କୁ ପୂରଣ କରିବା ପାଇଁ ବାପା, ମା ଏବଂ ଅଭିଭାବକ ଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ ସେ ବିଷୟରେ ପୁଙ୍ଖାନୁ ପୁଙ୍ଖ ଭାବରେ ବୁଝାଇଥିଲେ ।ସଭା କୁ ଶ୍ରୀମତୀ ସଂଯୁକ୍ତା ପଣ୍ଡା ପରିଚାଳନା କରିଥିବା ବେଳେ ସିଆରସିସି ଶ୍ରୀ ପାରି ଧନ୍ୟବାଦ ଅର୍ପଣ କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଉପ କାରାଗାରରେ ଯୋଗଭ୍ୟାସ

Sunil Chandra Nayak

ଅଖିଳ ଓଡିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ ପକ୍ଷରୁ ବୃକ୍ଷ ରୋପଣ ଓ ବୃଦ୍ଧା ବୃଦ୍ଧ ଙ୍କୁ ଛତା ବଣ୍ଟନ

Sunil Chandra Nayak

ଶିଳ୍ପ ନଗରୀ ରାଉରକେଲାରେ ଘୂର୍ଣ୍ଣିଝଡ଼ର ତାଣ୍ଡବ : ଗଛ ଉପୁଡି ସ୍ଥାନୀୟ ବାସିନ୍ଦା ଆହତ ସହ ୨୪ ଘଣ୍ଟା ଧରି ବିଦ୍ୟୁତ ପ୍ରଭାବିତ

Leave a Comment

error: Content is protected !!