ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ପାଳିତ

କୋରାପୁଟ,୧୬।୮()କୋରାପୁଟ ପୋଲିସ ପ୍ୟାରେଡ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭୯ ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ୪୨ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ସେ ନିଜ ଅଭିଭାଷଣରେ କହିଛନ୍ତି।ଏହି ଅର୍ଥରେ ଦେଓମାଳି ଓ ପଣ୍ଡି ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କରାଯିବା ସହ ଜିଲ୍ଲା ସଂଗ୍ରାହଳୟର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି।ଏହି ଅବସରରେ ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ବାରା ଶାରୀରିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ଯୋଜନା ଗୁଡ଼ିକ ପ୍ରଜ୍ଞାପନ ମେଢ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା।କୋରାପୁଟ ବିଧାୟକ ରଘୁରାମ ମାଛ, ଏସପି ରୋହିତ ବର୍ମା, ଆଇଏଏସ ପ୍ରୋବେସେନରୀ ସନ୍ତୋଷ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶାରୀରିକ କ୍ରୀଡା ପ୍ରତିଯୋଗିତାରେ ସ୍ବାମୀ ବିବେକାନନ୍ଦ ବନ ଭାରତୀ ବିଦ୍ୟାପୀଠ ପ୍ରଥମ ସ୍ଥାନ ପାଇଥିବା ବେଳେ ବିକାଶ ବିଦ୍ୟାଳୟ ୨ୟ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୩ ୟ ସ୍ଥାନ ପାଇ ମୁଖ୍ୟ ଅତିଥିଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ପ୍ରଜ୍ଞାପନ ମେଢ ପ୍ରତିଯୋଗୀତାରେ ସମଗ୍ର ଶିକ୍ଷା ଅଭିଯାନ ପ୍ରଥମ ସ୍ଥାନ ପାଇ ପୁରସ୍କୃତ ହୋଇଥିବା ବେଳେ କୋରାପୁଟ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଦ୍ବିତୀୟ ଏବଂ ଉଦ୍ୟାନ ବିଭାଗ ୩ୟ ସ୍ଥାନ ପାଇ ପୁରସ୍କୃତ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ, ପ୍ୟାରେଡର ଶ୍ରେଷ୍ଠ ଦଳ ଓ ଶାରୀରିକ କ୍ରୀଡା ପ୍ରତିଯୋଗୀତାର ଶ୍ରେଷ୍ଠ ଦଳ ଗୁଡିକୁ ମୁଖ୍ୟ ଅତିଥିଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ପ୍ୟାରେଡରେ ୨୭ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ପୋଲିସ ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଜୀବନ ସଂଗ୍ରାମ ପ୍ୟାରେଡ ପରିଚାଳନା କରିଥିଲେ। ପୋଲିସ ପ୍ୟାରେଡ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ବାରା ବୃକ୍ଷ ରୋପଣ ଏବଂ ରକ୍ତଦାନ ଶିବିରର ଉଦଘାଟନ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ଉପଜିଲ୍ଲାପାଳ ପ୍ରେମଲାଲ ହିଆଲ, ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା, ଅଧ୍ୟାପକ ରବି ଶତପଥି, କାର୍ଯ୍ୟାଳୟର ଏ.କେ.ବେହେରା , ଏସ କେ ସେଠୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

masiha

ଡାବୁଗାଁ ପଞ୍ଚାୟତ ସମିତି ସାଧାରଣ ବୈଠକ

Sunil Chandra Nayak

ମନ ମୋହିଲା ମଣ୍ଡେଇ ମହୋତ୍ସବ -୨୦୨୪ର ଶୁଭାରମ୍ଭ ସମାରୋହ,ଧଣ୍ଡରା ଠାରେ ବିଶାଳ ଜନ ଗହଳି 

masiha

Leave a Comment

error: Content is protected !!