ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି

‘ସୁର ତରଙ୍ଗ’ ଦ୍ଵାରା ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି 

 ରାଉରକେଲା:ଇସ୍ପାତ ସହରର ଅଗ୍ରଣୀ କ୍ରୀଡା, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସେୟାର’ର ସଙ୍ଗୀତ ଶାଖା ‘ସୁର ତରଙ୍ଗ’ ଆନୁକୂଲ୍ୟରେ ରାଉରକେଲା କ୍ଲବ ଠାରେ ମାସିକ ସଙ୍ଗୀତ କାଯ୍ୟକ୍ରମରେ ସ୍ଵର ସମ୍ରାଟ କିଶୋର କୁମାର ଓ ସ୍ଵର କୋକିଳା ଲତା ମଙ୍ଗେଷ୍କରଙ୍କୁ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ସ୍ଵତନ୍ତ୍ର ଅତିଥି ରୂପେ ଓଡିଆ ସିନେମା କଣ୍ଠଶିଳ୍ପୀ ବାସବଦତ୍ତା ମହାନ୍ତି ଯୋଗଦେଇ ଭାରତୀୟ ସିନେମା ଜଗତର କିମ୍ବଦନ୍ତୀ କିଶୋର କୁମାର ଓ ଲତା ମଙ୍ଗେଷ୍କରଙ୍କ ପଟ୍ଟଚିତ୍ରରେ ଭକ୍ତିଅର୍ଘ୍ୟ ଅର୍ପଣ କରିଥିଲେ। ସୁର ତରଙ୍ଗର ବରିଷ୍ଠ ସଦସ୍ୟ ଭେଙ୍କଟ ରାଓ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମୀନାକ୍ଷୀ ମହାରଣାଙ୍କ କଣ୍ଠରୁ ମାଆଙ୍କ ବନ୍ଦନା ‘ସିଂହ ବାହିନୀ’ ଭଜନ ପରିବେଷଣ ସହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। କାର୍ଯ୍ୟକ୍ରମରେ ବହୁ ଚିରସବୁଜ ଚଳଚ୍ଚିତ୍ର ସଙ୍ଗୀତର ପରିବେଷଣ ଶ୍ରୋତାଙ୍କ ମନକୁ ବେଶ ଛୁଇଁଥିଲା ଏବଂ କାର୍ଯ୍ୟକ୍ରମ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧିରଖିଥିଲା। କାର୍ଯ୍ୟକ୍ରମରେ ନିବେଦିତା ସ୍ୱାଇଁ, ଉତ୍ତମ ଖଟୁଆ, ବନୋଜ ଦାସ, ବସନ୍ତ ସ୍ୱାଇଁ, ଜଗନ୍ନାଥ ସାହୁ,ଦିଲ୍ଲୀପ ପରିଡା, ଶ୍ରୀମତୀ ମୀନାକ୍ଷୀ ସୁତାର, ଡକ୍ଟର ସତ୍ୟନାରାୟଣ ମିଶ୍ର, ମୀନା ପଟ୍ଟନାୟକ, ମନୋଜ ମହାନ୍ତ,ମନୋଜ ଶାହା, ଭେଙ୍କଟ ରାଓ, ଶଶାଙ୍କ ପଟ୍ଟନାୟକ ,ପ୍ରିୟବ୍ରତ ମିଶ୍ର ଅନେକ ଶୃତିମଧୁର ଗୀତ ପରିବେଷଣ କରିଥିଲେ। ସୁଶାନ୍ତ ଗିରି ବାଦ୍ୟ ସଙ୍ଗୀତରେ ସାକ୍ସୋଫୋନରେ ଏକ ସୁନ୍ଦର ସଙ୍ଗୀତ ପରିବେଷଣ କରି ସମସ୍ତଙ୍କ ମନ ମୋହିଥିଲେ। 

 କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀ ରାଓ ଓ ଜଗନ୍ନାଥ ସାହୁ ଅନୁଷ୍ଠାନର ନୂତନ ସଦସ୍ୟ ପ୍ରିୟବ୍ରତ ମିଶ୍ର, ମନୋଜ ଶାହା, ମୀନା ପଟ୍ଟନାୟକ ଓ ନବାଗତା ଉଦଘୋଷିକା ରଶ୍ମିତା ଚୌଧୁରୀଙ୍କୁ ସ୍ବାଗତ ଜଣାଇଥିଲେ। ରାଉରକେଲାର ଜଣାଶୁଣା ଉଦଘୋଷକ ଅନିଲ ମଲ୍ଲିକ ତାଙ୍କର ଚିରାଚରିତ ଢ଼ଙ୍ଗରେ ମଞ୍ଚ ସଞ୍ଚାଳନ କରି କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ ଗଢିଥିଲେ। ତାଙ୍କୁ ନବାଗତା ରଶ୍ମିତା ଚୌଧୁରୀ ମଞ୍ଚ ସଞ୍ଚାଳନାରେ ସହଯୋଗ କରିଥଲେ। ଅନୁଷ୍ଠାନର ସଂସ୍ଥାପକ ଦିଲ୍ଲୀପ ପରିଡା ସମସ୍ତ କର୍ମକର୍ତାଙ୍କୁ ସ୍ୱାଗତ ଜଣାଇବା ସହିତ ଅନୁଷ୍ଠାନର ଲକ୍ଷ୍ୟ ଓ ଧ୍ୟେୟ ବିଷୟରେ ସୂଚନା ଦେଇଥିଲେ। ଅନୁଷ୍ଠାନର ମିଡ଼ିଆ ସହଯୋଗୀ ମନୋଜ ନାୟକ ଓ ଶଶାଙ୍କ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ‘ସେୟାର’ର ଉପଦେଷ୍ଟା ସୁରେଶ ରାଉତରାୟ, କାର୍ଯ୍ୟକ୍ରମ ସଂଯୋଜକ ପ୍ରଦୀପ୍ତ ମହାନ୍ତି କାର୍ଯ୍ୟକ୍ରମକୁ ଦିଗଦର୍ଶନ ପ୍ରଦାନ କରିଥିଲେ। ଅତିଥି ଶ୍ରୀମତୀ ମହାନ୍ତିଙ୍କ ସୁଲଳିତ କଣ୍ଠରେ ପରିବେଷିତ ଲତାଜୀଙ୍କ ଏକ ଚିର ଅଭୂଲା ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ସତ୍ୟନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପି.ଆଇ.ଏଲ.ଏଫ୍‌, ଭାରତ ଚାପ୍ଟରର ଅଧ୍ୟକ୍ଷ ହେଲେ  ଡ. ଭବାନୀ ଶଙ୍କର ନିଆଲ

Sunil Chandra Nayak

Aditya Alumina Refinery Celebrates World Environment Day

masiha

Youth Social Mr.Bubun Pradhan received International Educational Award.

masiha

Leave a Comment

error: Content is protected !!