ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଜିଲ୍ଲାପାଳଙ୍କ ବ୍ଲକ୍ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ଲଷ୍ମୀପୁର ୨୩/୦୬/୨୫ — ଲକ୍ଷ୍ମୀପୁର ବ୍ଲକ ଭାର ପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଲନ ଝାଙ୍କର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଆଜି ପଞ୍ଚାୟତ ସମିତି ସଭା ଗୃହ ଠାରେ ଆଜି ଜିଲ୍ଲାପାଳଙ୍କ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ଭି.କୀର୍ତିଭାସନ ଉପସ୍ଥିତ ରହି ସମୁଦାୟ ୪୨ଟି ଅଭିଯୋଗର ଶୁଣାଣି କରିଥିଲେ।ସେଥି ମଧ୍ୟରେ ୨୫ ଟି ଗୋଷ୍ଠୀ ଗତ ୧୭ ଟି ବ୍ୟକ୍ତିଗତ ରହିଛି।

ଏଥିରେ ଅଧିକାଂଶ ଶିକ୍ଷା,ରାସ୍ତା,ସ୍ୱାସ୍ଥ୍ୟ,ଶିଶୁ କଲ୍ୟାଣ, ଅବକାରୀ, ଅଡିବନ୍ଧ,ଚାଷ,ବିଜୁଳି ଓ ପାନୀୟ ଜଳ ସମସ୍ୟା ଉପରେ ଅଭିଯୋଗ ହୋଇଥିଲା।ଅନ୍ୟ ମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା,ପ୍ରଭେସନାର ଆଇଏସ୍ ସନ୍ତୋଷ କୁମାର ପାତ୍ର,ଉପ ଜିଲ୍ଲା ପାଳ ପ୍ରେମ ଲାଲ୍ ହିଆଲ,ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରବି ନାରାୟଣ ମିଶ୍ର,ଜିଲ୍ଲା ଜିଲ୍ଲା ଉନ୍ନୟନ ଅଧିକାରୀ ବେଣୁଧର ଶବର,ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା ଓ ଉପାଧ୍ୟକ୍ଷା ଆରତୀ କୁଲଦୀପ,ତହସିଲଦାର ନୈବେଦ୍ୟ ଭୋଇ,ଏ.ଇ ଏମ ପବନ କୁମାର୍ ପ୍ରଭୁତି ଉପସ୍ଥିତ ଥିଲେ।

ଏହି ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସବୁ ବିଭାଗର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀଙ୍କ ସମେତ ବ୍ଲକର ସମସ୍ତ ଲୋକ ପ୍ରତିନିଧି ମାନେ ଯୋଗ ଦେଇଥିଲେ।ଶିବିର ଶେଷରେ ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପଞ୍ଚାୟତ ସଙ୍ଘ ତରଫରୁ ପାଞ୍ଚ ଲକ୍ଷ୍ୟ ଟଙ୍କାର ସିଆଇଏଫ ଋଣ ପ୍ରଦାନ କରାଯାଇଥିଲା। ଲକ୍ଷ୍ମୀପୁର ଜିପିଓ ସୁଧୀର ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍କଳୀୟ ନବବର୍ଷ ଉପଲକ୍ଷେ “ସ୍ବାଗତ ଓଡ଼ିଶା” ମୋ ସଂସ୍କୃତି,ପରମ୍ପରା,ମୋ ଭାଷା ପ୍ରତିଯୋଗିତା, ପ୍ରତିଭା ଅନୁପମ ସମ୍ମାନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ମହୋତ୍ସବ -୨୦୨୬ ଅନୁଷ୍ଠିତ  

Sunil Chandra Nayak

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

Sunil Chandra Nayak

ବଳଦିଆମାଲ ଏମକେଏମସିଇ ସ୍କୁଲ୍ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!